ବାଲେଶ୍ୱର ଜିଲ୍ଲାରେ ଜଳକା ନଦୀର ଜଳ ସ୍ତର ବଢ଼ି ଚାଲିଛି; ଅନେକ ଗାଁରେ ବନ୍ୟା ଆଶଙ୍କା

ଉପର ମୁଣ୍ଡରେ ପୁଣି ବର୍ଷା ବଢ଼ିଲେ ଜଳକା ନଦୀର ଜଳ ସ୍ତର ଆହୁରି ବୃଦ୍ଧିପାଇବ । କେତେକ ଗାଁ ଏବେ ପାଣି ଘେରରେ ଅଛନ୍ତି ଓ ଯାତାୟତ ଠପ୍ ହୋଇଛି । ପ୍ରଶାସନ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତ ହେଉଛି ।

ବାଲେଶ୍ୱର ଜିଲ୍ଲାରେ ଜଳକା ନଦୀର ଜଳ ସ୍ତର ବଢ଼ି ଚାଲିଛି; ଅନେକ ଗାଁରେ ବନ୍ୟା ଆଶଙ୍କା
ଜଳ ସ୍ତର ବଢ଼ିଯିବାରୁ ସାନଖୁଡ଼ୀ ଗାଁର ଲୋକେ ପାଣି ଘେରରେ ଅଛନ୍ତି ।
  • News18 Odia
  • Last Updated: August 21, 2020, 3:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷା ଫଳରେ ବାଲେଶ୍ବର ଜିଲ୍ଲାରେ ପ୍ରବାହିତ ହେଉଥିବା ଜଳକା ନଦୀ ମଥାନୀ ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ଜଳକା ନଦୀର ଜଳ ସ୍ତର ବୁଧବାର ଠାରୁ କ୍ରମାଗତ ଭାବେ ବୃଦ୍ଧି ପାଇଛି ।

ଉପର ମୁଣ୍ଡରେ ପୁଣି ବର୍ଷା ବଢ଼ିଲେ ଜଳକା ନଦୀର ଜଳ ସ୍ତର ଆହୁରି ବୃଦ୍ଧିପାଇବ । ସେଇଥି ପାଇଁ ବସ୍ତା ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ମନରେ ପଶିଛି ଛନକା । ଜଳ ସ୍ତର ବଢ଼ିଯିବାରୁ ସାନଖୁଡ଼ୀ ଗାଁର ଲୋକେ ପାଣି ଘେରରେ ଅଛନ୍ତି ।

ଜଳକା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳ ସ୍ଥର ବୃଦ୍ଧି ପାଇ ବସ୍ତାରେ ବନ୍ୟା ପରିସ୍ଥିତି ଉପୁଜିଛି । ଗୁରୁବାର ଦିନ ଜଳ ସ୍ତର ମଥାନି ଠାରେ ୬.୬୮ ମିଟର ରହିଥିଲା, ଯାହାର ବିପଦ ସଂକେତ ୫.୫୦ମିଟର । ଉପର ମୁଣ୍ଡରେ ପୁଣି ବର୍ଷା ହେଲେ ଜଳସ୍ତର ବଢ଼ିବ । ଫଳରେ ବସ୍ତା ବ୍ଲକର ସଦାନନ୍ଦପୁର, ବାହାର୍ଦା, ମଥାନୀ, ପତ୍ରଝଡା, ମୁକୁଲିସି ଓ ଜରଡ଼ା ପଞ୍ଚାୟତର ତଳ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବା ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି ।

ଗୁରୁବାର ଦିନ ଜଳ ସ୍ତର ମଥାନି ଠାରେ ୬.୬୮ ମିଟର ରହିଥିଲା ।


ନଦୀର ଜଳ ସ୍ତର ବଢ଼ିବା ଦ୍ବାରା ମଥାନୀ ପଞ୍ଚାୟତର ସାନଖୁଡ଼ୀ ଗାଁରେ କିଛି ଘର ପାଣି ଘେରରେ ରହିଛନ୍ତି । ଗାଁର ମୁଖ୍ୟ ରାସ୍ତାରେ ପାଣି ଚାଲୁଥିବାବେଳେ ପାଣି ମଝିରେ ଗାଁ ଲୋକ ନାହଁ ନ ଥିବା ହଇରାଣ ହେଉଛନ୍ତି । ପାଣି ପଶିଯିବାରୁ ଲୋକଙ୍କ ଯାତାୟତ ଠପ ହୋଇଯାଇଛି  ।

ଜଳ ସ୍ତର ବଢ଼ିବା ଦ୍ବାରା କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିରୁ ବର୍ତ୍ତିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।  ଜଳସ୍ତର ଆଉ ବୃଦ୍ଧି ହେଲେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବା ସହିତ ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ଦେବାକୁ ପ୍ରଶାସନ ପ୍ରସ୍ତୁତ ଆରମ୍ଭ କରିଛି ।

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳକାରେ ବନ୍ୟା ପରିସ୍ଥିତି ଉପୁଜିଛି  । ଜଳସ୍ତର ଆଉ ବୃଦ୍ଧି ନ ହେଲେ ବଡ଼ ବନ୍ୟାରୁ ରକ୍ଷା ପାଇଯିବେ ତଳିଆ ଅଞ୍ଚଳ ବାସୀ  ।

ଏହା ବି ପଢ଼ନ୍ତୁ | ପାକିସ୍ତାନର ରେଳ ମନ୍ତ୍ରୀଙ୍କ ଧମକ; ଭାରତ ଉପରେ କରିବ ପରମାଣୁ ଆକ୍ରମଣ !

ଏହା ବି ପଢ଼ନ୍ତୁ | ଚୀନର ସ୍କାଏ ଥଣ୍ଡର ଅସ୍ତ୍ର ପ୍ରଣାଳୀ କଣ, ଯାହା ଏକ ନୂଆ ବିପଦ ସୃଷ୍ଟି କରିଛି

‘‘ଜଳକାରେ ବନ୍ୟା ପ୍ରତି ବର୍ଷ ଆସିଥାଏ । କିଛି ବର୍ଷ ହେବ ବଡ଼ ବନ୍ୟା ଆସିନି । ଜୋରରେ ବର୍ଷା ହେଲେ ଜଳକା ଜଳ ସ୍ତର ବଢ଼ିଯାଏ, ପୁଣି କମିଯାଏ । ଜଳକାର ବନ୍ୟା ସବୁ ଠାରୁ ଅଧିକ ପ୍ରଭାବିତ କରେ ଚାଷୀଙ୍କୁ । ବନ୍ୟା ପାଣି ଚାଷ ଜମିରେ ମାଡ଼ି ଗଲେ ଶୀଘ୍ର ପାଣି ଛଡେନି ଫଳରେ ଧାନ ଗଛ ଗୁଡ଼ିକ ପାଚିଯାଏ । ଏଣୁ ଆଶା ରଖିବୁ ଆଉ ଜଳସ୍ତର ନ ବଢ଼ିଲେ ଚାଷ ରକ୍ଷା ପାଇଯିବ,’’ କହିଛନ୍ତି ବସ୍ତା ଅଞ୍ଚଳ ବାସିନ୍ଦା ବିଜୟ ଦାସ ।



ବସ୍ତା ବିଡ଼ିଓ କୁକୁମିନା ଦାସ କହିଛନ୍ତି, ‘‘ଜିଲ୍ଳାପାଳ ଆମକୁ ଏଲର୍ଟ ଜାରି କରିବା ସହିତ ପ୍ରସ୍ତୁତ ରହିବାକୁ କହିଛନ୍ତି । ଆମେ ତଳିଆ ଅଞ୍ଚଳ ଉପରେ ନଜର ରଖିଛୁ । ଜଳକା ର ସାତଟି ପଏଣ୍ଟରେ ଦୁର୍ବଳ ନଦୀ ବନ୍ଧ ଥିବା ବେଳେ ଜଳସେଚନ ବିଭାଗ ସେଗୁଡ଼ିକୁ ମରାମତି କରିଛି । ଏବେ ସ୍ଥିତି ଗମ୍ଭୀର ନାହିଁ । ହେଲେ ଯଦି ଆଉ ଜଳ ସ୍ତର ବଢ଼ିବ ତେବେ ଆମେ ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ।’’
Published by: Anand Shankar Thankur Das
First published: August 21, 2020, 3:32 PM IST
corona virus btn
corona virus btn
Loading