ଯାଜପୁରରେ ଶିକ୍ଷୟତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣି ହତ୍ୟା କଲେ ଦୁର୍ବୃତ୍ତ; ସ୍ବାମୀ ଓ ଝିଅକୁ ବି ହାଣିଲେ

ତରୁଲତା, ତାଙ୍କ ସ୍ୱାମୀ ଓ ୧୬ ବର୍ଷୀୟା ଝିଅକୁ ଧାରୁଆ ଅସ୍ତ୍ରରେ ହଣାଯାଇଥିଲା । ତରୁଲତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ୱାମୀ ଓ ଝିଅକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି ସନ୍ଦେହ କରାଯାଉଛି ।

ଯାଜପୁରରେ ଶିକ୍ଷୟତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣି ହତ୍ୟା କଲେ ଦୁର୍ବୃତ୍ତ; ସ୍ବାମୀ ଓ ଝିଅକୁ ବି ହାଣିଲେ
ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଯାଜପୁର: ଏକ ବିଭତ୍ସ ହତ୍ୟାକାଣ୍ଡରେ ଦୋହଲିଯାଇଛି ଧର୍ମଶାଳା ବ୍ଲକ ମିର୍ଜାପୁର ଗାଁ । ଜଣେ ଶିକ୍ଷୟିତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି । ତାଙ୍କ ସ୍ଵାମୀ ଓ ଝିଅକୁ ମଧ୍ୟ  ହାଣିଛନ୍ତି ଦୁର୍ବୃତ୍ତମାନେ ।

ମିର୍ଜାପୁର ଅନନ୍ତ କୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ତରୁଲତା ବିଶ୍ୱାଳଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ତାଙ୍କ ସ୍ୱାମୀ ଇଞ୍ଜିନିଅର୍‌ ନିତ୍ୟରଞ୍ଜନ ମଲ୍ଲିକ ଓ ୧୬ ବର୍ଷୀୟା ଝିଅ ଜୟଶ୍ରୀକୁ ମୁମୁର୍ଷୁ ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ପ୍ରଥମେ ଧର୍ମଶାଳା ସି.ଏଚ୍‌.ସି.ରେ ପ୍ରାଥମିକ ଚିକିତ୍ସା ପରେ ସ୍ଥିତି ସଙ୍କଟାପନ୍ନ ଥିବାରୁ କଟକ ଏସ୍‌.ସି.ବି. ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ମୃତା ଶିକ୍ଷୟତ୍ରୀ ତରୁଲତାଙ୍କ ସହକର୍ମୀ ଜଣେ ଶିକ୍ଷୟତ୍ରୀ ମମତା ମିଶ୍ର କହିଛନ୍ତି ଯେ ସେ (ତରୁଲତା) ଜଣେ ଭଲ ଶିକ୍ଷୟତ୍ରୀ ଥିଲେ ଓ ତାଙ୍କର କାହାରି ସହିତ କୌଣସି ଶତୃତା ଥିବା ସେ ଜାଣିନାହାନ୍ତି ।

ହତ୍ୟାକାଣ୍ଡ ପରେ ଶୋକାକୁଳ ପରିବାର ଓ ସମ୍ପର୍କୀୟମାନେ


ସୂଚନା ଅନୁସାରେ ଏହି ପରିବାରର ତିନି ଜଣ ସଦସ୍ୟ ରକ୍ତାକ୍ତ ଅବସ୍ଥାରେ ନିଜ ଭଡ଼ା ଘର ବାହାରେ ପଡ଼ିଥିବା ଆଜି ସକାଳେ ପଡ଼ୋଶୀମାନେ ଦେଖିଥିଲେ । ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ଭୋର୍‌ ସମୟରେ ହୋଇଥିବା ସନ୍ଦେହ କରାଯାଉଛି । ସମସ୍ତେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଆସି ତରୁଲତା ଓ ତାଙ୍କ ସ୍ୱାମୀଙ୍କୁ ଡାକିଥିଲେ । ସେମାନେ ବାହାରକୁ ଆସିବା ପରେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ଦୁର୍ବୃତ୍ତମାନେ । ଲୋକେ ଉଠିବା ଆଗରୁ ସେଠାରୁ ଚାଲିଯାଇଥିଲେ ହତ୍ୟାକାରୀମାନେ ।

‘‘ଏ ପର୍ଯ୍ୟନ୍ତ କିଛି ସୁରାଗ ମିଳି ନାହିଁ । ଆମେ ସାଇଣ୍ଟିଫିକ୍‌ ଟିମକୁ ଡାକିଛୁ । ସ୍ନିଫର୍‌ ଡଗ୍‌ ସ୍କାର୍ଡ଼ ବି ଆଶିପାରେ । ଘଟଣା ସ୍ଥଳକୁ ଅନୁଧ୍ୟାନ କରାଯାଉଛି । ଆହତ ବାପ ଓ ଝିଅଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତଦନ୍ତ ଚାଲିଛି,’’ କହିଛନ୍ତି ଯାଜପୁର ଏସ୍‌.ଡି.ପି.ଓ. ଚିନ୍ମୟ ନାୟକ ।

ତରୁଲତା ବିଶ୍ୱାଳଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।


ଏହା ବି ପଢ଼ନ୍ତୁ: ‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ଆତ୍ମହତ୍ୟା ପୂର୍ବରୁ ପତ୍ନୀର ଶେଷ କଥା

ଏହା ବି ପଢ଼ନ୍ତୁ: କରୋନା ନିୟମ ଉଲ୍ଲଙ୍ଘନ କରିବାରୁ ଗଞ୍ଜାମରେ ବିବାହ ସମୟରେ ବର ଓ ବରପିତାଙ୍କ ସମେତ ୫ ଗିରଫ ହେଲେ; ହୋଟେଲ୍ ସିଲ୍ ହେଲା

ତରୁଲତା, ସ୍ୱାମୀ ନିତ୍ୟରଞ୍ଜନ ଓ ଝିଅ ଜୟଶ୍ରୀଙ୍କ ଦେହର ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ରରେ ହଣା କ୍ଷତ ଥିଲା । ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ପୋଲିସ୍‌ ସନ୍ଦେହ କରୁଛି । ତରୁଲତାଙ୍କ ଝିଅ ଶୁଭଶ୍ରୀ କଟକରେ ରହି ପଢ଼ୁଥିଲା । ତାଙ୍କର ଜଣେ ପଡ଼ୋଶୀ କହିଛନ୍ତି ଯେ କାହା ଉପରେ ସନ୍ଦେହ ହେଉଛି ତାହା ସେ ପୋଲିସ ଆଗରେ କହିବେ ।
Published by: Anand Shankar Thankur Das
First published: July 6, 2020, 2:36 PM IST
corona virus btn
corona virus btn
Loading