ଛୁଆକୁ ଅନ୍ୟ ହାତକୁ ବଢ଼ାଇ ଶେଷ ନିଶ୍ଵାସ ନେଲା ମା; ଛାତି ଥରାଇ ଦେବ ପ୍ରତ୍ୟକ୍ଷଦର୍ଶୀଙ୍କ କଥା

ଜଣେ ମା ତା ଛୁଆକୁ ବଢ଼ାଇଲା ବେଳେ ଛୁଆଟିର ପାଟିରେ ମେଞ୍ଚାଏ ବାଲି ଲାଗିଥିଲା। ବାଲି କାଢି ମୁ ତା' ବାପା ହାତକୁ ବଢାଇ ଦେଲି। ଯାଜପୁର ଟ୍ରେନ ଟ୍ରାଜେଡ଼ିରେ ପ୍ରତ୍ଯକ୍ଷଦର୍ଶୀଙ୍କ କଥା ଆପଣଙ୍କ ଆଖିରେ ଲୁହ ଭରିଦେବ ।

ଯାଜପୁର କୋରେଇ

ଯାଜପୁର କୋରେଇ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଯାଜପୁର: ମୁଁ ବଞ୍ଚାଇ ଦେଲି କୁନି ଶିଶୁକୁ। ମାଆ ତା କୋଳରୁ ମୋ ଭାଇ ହାତକୁ ଦେଇ ଦେଲେ। ଭାଇ ମୋତେ ଦେଲେ। ମୁଁ ଛୁଆକୁ ଦେଖିଲା ବେଳକୁ ତା ପାଟିରେ ମେଞ୍ଚାଏ ବାଲି ଲାଗିଛି। ପାଟିରୁ ବାଲି କାଢି ମୁ ତା' ବାପା ହାତକୁ ବଢାଇ ଦେଇ ମେଡ଼ିକାଲ ପଠାଇ ଦେଲି। ଗତକାଲି ଟ୍ରେନ ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ଇମ୍ରାନ ଖାଁ news ୧୮ ସେହି ସମୟରେ ଛାତି ଥରା କଥା ବଖାଣିଛନ୍ତି।

ସୋମବାର ଯାଜପୁର ଜିଲ୍ଲାରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଯାଜପୁର ଜିଲ୍ଲାର କୋରେଇ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବାରୁ ଏହି ଭୟଙ୍କର ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି।

ରେଳ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ସୋମବାର ସକାଳ ୬.୪୪ ମିନିଟରେ ଏହି ଘଟିଥିଲା। କୋରେଇ ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା ୫୮ ୱାଗନ ବିଶିଷ୍ଟ ମାଲଗାଡ଼ି। ୮ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଦୁଃଖ ପ୍ରକାଶ କରିଥିଲେ।

ରେଳ ଅଧିକାରୀ କହିଛନ୍ତି ଯେ ମାଲବାହୀ ଟ୍ରେନର ଅବନତି ହେତୁ ଏହାର ୮ଟି କୋଚ୍ ପ୍ଲାଟଫର୍ମ ଏବଂ ୱେଟିଂ ରୁମ୍ ସହିତ ମୁହାଁମୁହିଁ ଧକ୍କା ହୋଇ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଆହତ କରିଥିଲା। ଏହି ଦୁର୍ଘଟଣାରେ ରେଳ ଷ୍ଟେସନ କମ୍ପ୍ଲେକ୍ସରେ ମଧ୍ୟ ବହୁ କ୍ଷୟକ୍ଷତି ହୋଇଥିବା ସେ କହିଛନ୍ତି।

ରେଳ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ କରିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଦୁର୍ଘଟଣା ହେତୁ ଉଭୟ ଲାଇନକୁ ଅବରୋଧ କରାଯାଇଥିଲା ଓ ଟ୍ରେନ୍ ସେବା ଆଂଶିକ ବ୍ୟାହତ ହୋଇଥିଲା। ସୂଚନାନୁସାରେ, ଇଷ୍ଟକୋଷ୍ଟ ରେଳବାଇ (ECOR) ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ଏବଂ ଏକ ମେଡିକାଲ୍ ଟିମଙ୍କୁ ଘଟଣାସ୍ଥଳକୁ ପଠାଇଥିଲା।
Published by:Soumya Das
First published: