ଯାଜପୁର: ଥାନା ଭିତରେ ପୁରୁଷ ଓ ମହିଳା ପୋଲିସ କର୍ମୀ ନାଗିନ୍ ଡ୍ୟାନ୍ସ କଲେ; VIDEO ଭାଇରାଲ୍
ଥାନାରେ ଡ୍ୟୁଟି ସମୟରେ ପୋଲିସ କର୍ମୀମାନଙ୍କର ଏମିତି ନାଚଗୀତ କରୁଥିବା ଦେଖିବା ପରେ ପ୍ରଶ୍ନ ଉଠିଛି ଯେ ଯଦି ସେହି ସମୟରେ ଜଣେ ପୀଡ଼ିତ ନାଗରିକ ସାହାଯ୍ୟ ପାଇଁ ଥାନାରେ ପହଞ୍ଚିଥାନ୍ତା ତାହେଲେ ତାକୁ କ’ଣ ପୋଲିସର ସାହାଯ୍ୟ ମିଳିଥାନ୍ତା?

ପାଣିକୋଇଲି ଥାନାରେ ନାଗୀନ୍ ନୃତ୍ୟ କରୁଥିବା ପୋଲିସ କର୍ମୀମାନେ
- News18 Odia
- Last Updated: April 6, 2021, 6:02 PM IST
ପାଣିକୋଇଲି (ଯାଜପୁର): ପୋଲିସ ବିଭାଗ ଏକ ଶୃଙ୍ଖଳିତ ସଂସ୍ଥା ଭାବେ ପରିଚିତ ହୋଇଥିଲେ ମଧ୍ୟ ଯାଜପୁର ଜିଲ୍ଲାର କେତେକ ପୋଲିସ୍ କର୍ମୀଙ୍କ କାର୍ଯ୍ୟ ଏହି ବିଶ୍ୱାସକୁ ଭୁଲ୍ ପ୍ରମାଣିତ କରିଛି । ଥାନା ଭିତରେ ଖାକି ୟୁନିଫର୍ମ ପିନ୍ଧି କେତେକ ପୁରୁଷ ଓ ମହିଳା ପୋଲିସ କର୍ମୀ ଜବରଦସ୍ତ ନୃତ୍ୟ କରୁଥିବାର ଏକ ଭିଡିଓ ସାମନାକୁ ଆସିବା ପରେ ଓଡ଼ିଶା ପୋଲିସର କର୍ତ୍ତବ୍ୟନିଷ୍ଠା ଉପରେ ପ୍ରଶ୍ନ ଚିହ୍ନ ଠିଆ ହୋଇଛି ।
ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା ମୁଖ୍ୟାଳୟ ସାମନାରେ ଥିବା ପାଣିକୋଇଲି ଥାନାରେ । ଖାକି ପୋଷାକ ପିନ୍ଧି ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ହୋମ୍ ଗାର୍ଡ଼ ପର୍ଯ୍ୟନ୍ତ ସମସ୍ତେ ନାଗୀନ ଗୀତରେ ରେକର୍ଡ଼ ଡ୍ୟାନ୍ସ କରୁଥିବା ଦେଖାଯାଇଛି ସେହି ଭିଡିଓରେ । ଲାଗୁଛି ଥାନାର କବାଟ ବନ୍ଦ କରି ଚାଲିଥିବା ଏହି କାର୍ଯ୍ୟକ୍ରମ ହୋଲି ଅବସରରେ ଆୟୋଜିତ ହୋଇଥିଲା । ଥାନା ଭିତରେ ବଡ଼ ମଉଜ ମସ୍ତିରେ ଚାଲିଥିଲା ନୃତ୍ୟ ସହ ହୋଲି ଖେଳ। ଏହି ଦୃଶ୍ୟ ଏବେ ଚାରି ଆଡ଼େ ଭାଇରାଲ ହେବାରେ ଲାଗିଛି ଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି ।
ଏହା ବି ପଢ଼ନ୍ତୁ | ମହିଳା ପୋଲିସରେ ଅଭିଯୋଗ କଲେ: ‘‘ମୋ’ ସ୍ୱାମୀ ବର୍ଷେ ଧରି ମୋ’ ସହ ସେକ୍ସ କରୁନାହାନ୍ତି…’’

ଏହି ନୃତ୍ୟ କାର୍ଯ୍ୟକ୍ରମରେ ପୁରୁଷ ଓ ମହିଳା ପୋଲିସ କର୍ମୀ ସାମିଲ ଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Belly Dance: ଶନାୟା କପୁର୍ ମସ୍ତିଭରା ବେଲି ଡ୍ୟାନ୍ସ କଲେ; VIDEO ଭାଇରାଲ୍ ହେଉଛି
‘‘ଥାନା ଭିତରେ, ପୁଣି ଖାକି ୟୁନିଫର୍ମ ପିନ୍ଧି ଏମିତି ଅଶାଳୀନ ନୃତ୍ୟ କରିବା ଆଦୌ ସ୍ପୃହଣୀୟ ନୁହେଁ । ଥାନା ହେଉଛି ପ୍ରତି ପୋଲିସ କର୍ମୀଙ୍କ ପାଇଁ ଏକ ମନ୍ଦିର । ଅଗଣିତ ନାଗରିକ ସମାଜରେ ଶାନ୍ତି ଶୃଙ୍ଖଳା ପାଇଁ ଥାନା ଉପରେ ନିର୍ଭର କରନ୍ତି । ତେଣୁ ସେହି ମନ୍ଦିରରେ ଡ୍ୟୁଟି ସମୟରେ ଏମିତି ନାଚଗୀତ କରିବା ସର୍ବାଦୌ ଅନୁଚିତ । ସେହି ସମୟରେ ଜଣେ ପୀଡ଼ିତ ନାଗରିକ ଯଦି ସାହାଯ୍ୟ ପାଇଁ ଥାନାରେ ପହଞ୍ଚିଥାନ୍ତା ତାହେଲେ ତାକୁ କ’ଣ ସାହାଯ୍ୟ ମିଳିଥାନ୍ତା?’’ ପଚାରିଛନ୍ତି ସ୍ଥାନୀୟ ସାମାଜିକ କର୍ମୀ ଶରତ ଚନ୍ଦ୍ର ପୋଥାଳ ।
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ଥାନା ଭିତରେ ଚାଲିଛି ନାଗିନ ଡ୍ୟାନ୍ସ । ଖାକି ପୋଷାକରେ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ହୋମଗାର୍ଡ ପର୍ଯ୍ୟନ୍ତ ସମସ୍ତେ ନାଚଗୀତରେ ମସଗୁଲ। ଏହା ହେଉଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଭିତରର ଦୃଶ୍ୟ । ଥାନା ଭିତରେ ପୁଣି ୟୁନିଫର୍ମରେ ହୋଲି ଖେଳ ଓ ନାଚଗୀତର ଦୃଶ୍ୟ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି @spjajpur #viralvideo pic.twitter.com/x5dTqHY2vT
— News18 Odia (@News18Odia) April 6, 2021
ଆଇନଜୀବୀ ଉଦୟ ନାଥ ସାହୁ କହିଛନ୍ତି ଯେ ପୋଲିସ କର୍ମୀମାନଙ୍କର ସାଧାରଣ ଲୋକଙ୍କ ପରି ଇଚ୍ଛା ଓ ଆକାଙ୍କ୍ଷା ଥିଲେ ବି ସେମାନେ ଖାକି ପୋଷାକର ଗାରିମା ରକ୍ଷା କରି କାର୍ଯ୍ୟ କରିବା ଉଚିତ, ଯାହା ଦ୍ୱାରା ପୋଲିସ ପ୍ରତି ଲୋକଙ୍କ ସମ୍ମାନ ଓ ବିଶ୍ୱାସ ବଜାୟ ରହିବ ।

ଖାକି ପୋଷାକରେ ନାଗୀନ୍ ନୃତ୍ୟର ଆଉ ଏକ ଦୃଶ୍ୟ
ଏହା ବି ପଢ଼ନ୍ତୁ | ସଚିନ ତେନ୍ଦୁଲକରଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା; ୫ ଦିନ ପୂର୍ବେ କରୋନା ପଜିଟିଭ୍ ହୋଇଥିଲେ
‘‘ପୋଲିସ କର୍ମୀମାନେ ନିଜ ବ୍ୟକ୍ତିଗତ ସମୟରେ ସାଧାରଣ ନାଗରିକର ପୋଷାକରେ ଏମିତି ନୃତ୍ୟଗୀତ ଆୟୋଜନ କରି ଭାଗ ନେଲେ କୌଣସି ଅସୁବିଧା ନାହିଁ । ମାତ୍ର ଥାନା ଭିତରେ ଏମିତି ନାଚଗୀତ କରି ସେମାନେ ସରକାରୀ କର୍ମଚାରୀ ତଥା ପୋଲିସ ପାଇଁ ଥିବା ନିୟମାବଳୀର ଉଲ୍ଲଙ୍ଘନ କରିଛନ୍ତି । ଏଥି ପାଇଁ ବିହୀତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ,’’ କହିଛନ୍ତି ସାହୁ ।
ଏହି ଘଟଣା ପରେ ଯାଜପୁର ପୋଲିସ ବିବାଦୀୟ ହେବାର ଘଟଣାର ତାଲିକା ଆହୁରି ଲମ୍ବା ହୋଇଛି । ନିକଟରେ ଦଶରଥପୁର ଓ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଘଟିଥିଲା ଦୁଇଟି ଘଟଣା ପୋଲିସକୁ କାଠଗଡ଼ାରେ ଠିଆ କରାଇଥିଲା । ସ୍ଥାନୀୟ ପୋଲିସ୍ କର୍ମଚାରୀଙ୍କ ଦ୍ବାରା ମହିଳା ତଥା ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରାଯିବା ଓ ସର୍ବସାଧାରଣରେ ହେଲମେଟ୍ ପିନ୍ଧି ନ ଥିବାରୁ ମାଡ଼ ମରାଯିବା ଘଟଣାରେ ଏହି ଦୁଇ ଥାନାର ପୋଲିସ ବିବାଦୀୟ ହୋଇ ପଡି଼ଥିଲେ ।