ଥାନା ଭିତରେ ପୁରୁଷ ଓ ମହିଳା ପୋଲିସ କର୍ମୀଙ୍କ ଡ୍ୟାନ୍ସ VIDEO ଭାଇରାଲ୍ ହେଲା; ASI ନିଲମ୍ବିତ ହେଲେ
VIDEO | ଖାକି ୟୁନିଫର୍ମ ପିନ୍ଧି ପୁରୁଷ ଓ ମହିଳା ପୋଲିସ କର୍ମୀମାନେ ଥାନା ଭିତରେ ଅଶାଳୀନ ନୃତ୍ୟ କରୁଥିବା ଦୃଶ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଅଡ଼ୁଆରେ ପକାଇଥିଲା । ଭିଡିଓ ଭାଇରାଲ୍ ହେବା ପରେ ପୋଲିସର କର୍ତ୍ତବ୍ୟନିଷ୍ଠା ଉପରେ ପ୍ରଶ୍ନ ଉଠିଛି ।

ଏହି ନୃତ୍ୟ କାର୍ଯ୍ୟକ୍ରମରେ ପୁରୁଷ ଓ ମହିଳା ପୋଲିସ କର୍ମୀ ସାମିଲ ଥିଲେ ।
- News18 Odia
- Last Updated: April 6, 2021, 10:56 PM IST
ପାଣିକୋଇଲି (ଯାଜପୁର): ପୋଲିସ ବିଭାଗ ଏକ ଶୃଙ୍ଖଳିତ ସଂସ୍ଥା ଭାବେ ପରିଚିତ ହୋଇଥିଲେ ମଧ୍ୟ ଯାଜପୁର ଜିଲ୍ଲାର କେତେକ ପୋଲିସ୍ କର୍ମୀଙ୍କ କାର୍ଯ୍ୟ ଏହି ବିଶ୍ୱାସକୁ ଭୁଲ୍ ପ୍ରମାଣିତ କରିଛି । ଥାନା ଭିତରେ ଖାକି ୟୁନିଫର୍ମ ପିନ୍ଧି କେତେକ ପୁରୁଷ ଓ ମହିଳା ପୋଲିସ କର୍ମୀ ଜବରଦସ୍ତ ନୃତ୍ୟ କରୁଥିବାର ଏକ ଭିଡିଓ ସାମନାକୁ ଆସିବା ପରେ ଓଡ଼ିଶା ପୋଲିସର କର୍ତ୍ତବ୍ୟନିଷ୍ଠା ଉପରେ ପ୍ରଶ୍ନ ଚିହ୍ନ ଠିଆ ହୋଇଥିଲା । ଘଟଣାର ତଦନ୍ତ କରିବା ପରେ ଜିଲ୍ଲା ଏସ୍.ପି. ପାଣିକୋଇଲି ଥାନାର ଏ.ଏସ୍.ଆଇ. ସଞ୍ଜୟ ଦାସଙ୍କୁ ନିଲମ୍ବିତ କରିଛନ୍ତି ।
ଏହି ଘଟଣା ଘଟିଥିଲା ଯାଜପୁର ଜିଲ୍ଲା ମୁଖ୍ୟାଳୟ ସାମନାରେ ଥିବା ପାଣିକୋଇଲି ଥାନାରେ । ଖାକି ପୋଷାକ ପିନ୍ଧି ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ହୋମ୍ ଗାର୍ଡ ପର୍ଯ୍ୟନ୍ତ ସମସ୍ତେ ନାଗୀନ ଗୀତରେ ରେକର୍ଡ ଡ୍ୟାନ୍ସ କରୁଥିବା ଦେଖାଯାଇଥିଲା ଭାଇରାଲ୍ ହୋଇଥିବା ଭିଡିଓରେ । ଲାଗୁଥିଲା ଥାନାର କବାଟ ବନ୍ଦ କରି ଚାଲିଥିବା ଏହି କାର୍ଯ୍ୟକ୍ରମ ହୋଲି ଅବସରରେ ଆୟୋଜିତ ହୋଇଥିଲା । ଥାନା ଭିତରେ ବଡ଼ ମଉଜ ମସ୍ତିରେ ଚାଲିଥିଲା ନୃତ୍ୟ ସହ ହୋଲି ଖେଳ। ଏହି ଦୃଶ୍ୟ ଚାରି ଆଡ଼େ ଭାଇରାଲ ହେବାରେ ଲାଗିଥିଲା ଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।
ଏହା ବି ପଢ଼ନ୍ତୁ | ଅଭିଷେକ କହିଥିଲେ: ‘ମୋଷ୍ଟ୍ ବ୍ୟୁଟିଫୁଲ୍ ଐଶ୍ୱର୍ଯ୍ୟାଙ୍କୁ ବାହା ହୋଇ ଆଇନା ଦେଖିଲି, ଭୟଙ୍କର ଲାଗିଥିଲା’

ପାଣିକୋଇଲି ଥାନାରେ ନାଗୀନ୍ ନୃତ୍ୟ କରୁଥିବା ପୋଲିସ କର୍ମୀମାନେ
‘‘ଥାନା ଭିତରେ, ପୁଣି ଖାକି ୟୁନିଫର୍ମ ପିନ୍ଧି ଏମିତି ଅଶାଳୀନ ନୃତ୍ୟ କରିବା ଆଦୌ ସ୍ପୃହଣୀୟ ନୁହେଁ । ଥାନା ହେଉଛି ପ୍ରତି ପୋଲିସ କର୍ମୀଙ୍କ ପାଇଁ ଏକ ମନ୍ଦିର । ଅଗଣିତ ନାଗରିକ ସମାଜରେ ଶାନ୍ତି ଶୃଙ୍ଖଳା ପାଇଁ ଥାନା ଉପରେ ନିର୍ଭର କରନ୍ତି । ତେଣୁ ସେହି ମନ୍ଦିରରେ ଡ୍ୟୁଟି ସମୟରେ ଏମିତି ନାଚଗୀତ କରିବା ସର୍ବାଦୌ ଅନୁଚିତ । ସେହି ସମୟରେ ଜଣେ ପୀଡ଼ିତ ନାଗରିକ ଯଦି ସାହାଯ୍ୟ ପାଇଁ ଥାନାରେ ପହଞ୍ଚିଥାନ୍ତା ତାହେଲେ ତାକୁ କ’ଣ ସାହାଯ୍ୟ ମିଳିଥାନ୍ତା?’’ ପଚାରିଛନ୍ତି ସ୍ଥାନୀୟ ସାମାଜିକ କର୍ମୀ ଶରତ ଚନ୍ଦ୍ର ପୋଥାଳ ।
ଏହା ବି ପଢ଼ନ୍ତୁ | ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇ… କିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁ
ଆଇନଜୀବୀ ଉଦୟ ନାଥ ସାହୁ କହିଛନ୍ତି ଯେ ପୋଲିସ କର୍ମୀମାନଙ୍କର ସାଧାରଣ ଲୋକଙ୍କ ପରି ଇଚ୍ଛା ଓ ଆକାଙ୍କ୍ଷା ଥିଲେ ବି ସେମାନେ ଖାକି ପୋଷାକର ଗାରିମା ରକ୍ଷା କରି କାର୍ଯ୍ୟ କରିବା ଉଚିତ, ଯାହା ଦ୍ୱାରା ପୋଲିସ ପ୍ରତି ଲୋକଙ୍କ ସମ୍ମାନ ଓ ବିଶ୍ୱାସ ବଜାୟ ରହିବ ।

ଖାକି ପୋଷାକରେ ନାଗୀନ୍ ନୃତ୍ୟର ଆଉ ଏକ ଦୃଶ୍ୟ
ଏହା ବି ପଢ଼ନ୍ତୁ | Gold Price: ଏବେ କରନ୍ତୁ ସୁନାରେ ନିବେଶ; ୧ରୁ ୫ ମାସରେ ମିଳିବ ଭଲ ଲାଭ; ଦେଖନ୍ତୁ ପଛ ରେକର୍ଡ଼
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ଥାନା ଭିତରେ ଚାଲିଛି ନାଗିନ ଡ୍ୟାନ୍ସ । ଖାକି ପୋଷାକରେ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ହୋମଗାର୍ଡ ପର୍ଯ୍ୟନ୍ତ ସମସ୍ତେ ନାଚଗୀତରେ ମସଗୁଲ। ଏହା ହେଉଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଭିତରର ଦୃଶ୍ୟ । ଥାନା ଭିତରେ ପୁଣି ୟୁନିଫର୍ମରେ ହୋଲି ଖେଳ ଓ ନାଚଗୀତର ଦୃଶ୍ୟ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି @spjajpur #viralvideo pic.twitter.com/x5dTqHY2vT
— News18 Odia (@News18Odia) April 6, 2021
‘‘ପୋଲିସ କର୍ମୀମାନେ ନିଜ ବ୍ୟକ୍ତିଗତ ସମୟରେ ସାଧାରଣ ନାଗରିକର ପୋଷାକରେ ଏମିତି ନୃତ୍ୟଗୀତ ଆୟୋଜନ କରି ଭାଗ ନେଲେ କୌଣସି ଅସୁବିଧା ନାହିଁ । ମାତ୍ର ଥାନା ଭିତରେ ଏମିତି ନାଚଗୀତ କରି ସେମାନେ ସରକାରୀ କର୍ମଚାରୀ ତଥା ପୋଲିସ ପାଇଁ ଥିବା ନିୟମାବଳୀର ଉଲ୍ଲଙ୍ଘନ କରିଛନ୍ତି । ଏଥି ପାଇଁ ବିହୀତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ,’’ କହିଛନ୍ତି ସାହୁ ।
ଏହି ଘଟଣା ପରେ ଯାଜପୁର ପୋଲିସ ବିବାଦୀୟ ହେବାର ଘଟଣାର ତାଲିକା ଆହୁରି ଲମ୍ବା ହୋଇଛି । ନିକଟରେ ଦଶରଥପୁର ଓ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଘଟିଥିଲା ଦୁଇଟି ଘଟଣା ପୋଲିସକୁ କାଠଗଡ଼ାରେ ଠିଆ କରାଇଥିଲା । ସ୍ଥାନୀୟ ପୋଲିସ୍ କର୍ମଚାରୀଙ୍କ ଦ୍ବାରା ମହିଳା ତଥା ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରାଯିବା ଓ ସର୍ବସାଧାରଣରେ ହେଲମେଟ୍ ପିନ୍ଧି ନ ଥିବାରୁ ମାଡ଼ ମରାଯିବା ଘଟଣାରେ ଏହି ଦୁଇ ଥାନାର ପୋଲିସ ବିବାଦୀୟ ହୋଇ ପଡି଼ଥିଲେ ।