ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ନୀଳାଚଳ ଇସ୍ପାତ ଅକ୍ସିଜେନ ପ୍ଲାଣ୍ଟ ଚାଲୁକରିବେ ସରକାର; କୃତଜ୍ଞତା ଜ୍ଞାପନ କଲେ କର୍ମଚାରୀ

ନୀଳାଚଳ ଇସ୍ପାତ ଅକ୍ସିଜେନ ପ୍ଲାଣ୍ଟ ଚାଲୁକରିବେ ସରକାର; କୃତଜ୍ଞତା ଜ୍ଞାପନ କଲେ କର୍ମଚାରୀ

ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟ ୨୦୧୩ ମସିହାରେ ଚାଲୁ ହୋଇଥିଲା । ଏହା ଦୈନିକ ୪୧୮ ଟନ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ଅଟେ । ୨୦୨୦ ଏପ୍ରିଲ ପ୍ରଥମ ସପ୍ତାହରୁ ଏହି ପ୍ଲାଣ୍ଟ ବନ୍ଦ ରହିଛି । ଏହି ଅକ୍ସିଜେନ ପ୍ଲାଣ୍ଟ ଚାଲିଲେ ସରକାର କମ ଖର୍ଚ୍ଚରେ ଯଥେଷ୍ଟ ଅକ୍ସିଜେନ ଉତ୍ପାଦନ କରି ମେଡିକାଲକୁ ସପ୍ଲାଇ କରିପାରିବେ ।

ନୀଳାଚଳ ଇସ୍ପାତ ଅକ୍ସିଜେନ ପ୍ଲାଣ୍ଟ ଚାଲୁକରିବେ ସରକାର; କୃତଜ୍ଞତା ଜ୍ଞାପନ କଲେ କର୍ମଚାରୀ
ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍
  • News18 Odia
  • Last Updated: April 25, 2021, 6:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଯାଜପୁର: କୋଭିଡ ସଂକ୍ରମଣର ଚିକିତ୍ସା ପାଇଁ ଅକ୍ସିଜେନର ବହୁଳ ଆବଶ୍ୟକତାକୁ ବିଚାର କରାଯାଇ ନୀଳାଚଳ ଇସ୍ପାତ ଅକ୍ସିଜେନ ପ୍ଲାଣ୍ଟକୁ ଚାଲୁକରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟ ୨୦୧୩ ମସିହାରେ ଚାଲୁ ହୋଇଥିଲା । ଏହା ଦୈନିକ ୪୧୮ ଟନ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ଅଟେ । ଏହି ଅକ୍ସିଜେନ ପ୍ଲାଣ୍ଟ ଚାଲିଲେ ସରକାର କମ ଖର୍ଚ୍ଚରେ ଯଥେଷ୍ଟ ଅକ୍ସିଜେନ ଉତ୍ପାଦନ କରି ମେଡିକାଲକୁ ସପ୍ଲାଇ କରିପାରିବେ । ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟ ଚାଲିବା ନିଷ୍ପତ୍ତିକୁ ନେଇ ସମସ୍ତ କର୍ମଚାରୀ ଓ ମିଳିତ ମଞ୍ଚ ତରଫରୁ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଇଛି ।

ନିଳାଚଳ ଇସ୍ପାତ ନିଗମ ଲିମିଟେଡ଼ର କର୍ମଚାରୀ ସଂଘ କହିଛି ଯେ ଯେଉଁ ନିଳାଚଳର ଅକ୍ସିଜେନ ପ୍ଲାଣ୍ଟକୁ କରୋନା ସମୟରେ ଦେଶ ପାଇଁ ଚଲାଇବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି ତାହା ସ୍ଵାଗତଯୋଗ୍ୟ କିନ୍ତୁ ଯେଉଁମାନେ ଏହାକୁ ଅପରେଟ କରିବେ ସେମାନେ ୧ ବର୍ଷ ହେଲା ଦରମାରୁ ବଞ୍ଚିତ ଅଛନ୍ତି । ନିଳାଚଳ ପ୍ଲାଣ୍ଟକୁ ଯଥାଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କଲେ ଭଲ ହୁଅନ୍ତା କିନ୍ତୁ ଏଠାରେ ୧୫୦୦ କର୍ମଚାରୀଙ୍କ ଅବସ୍ଥା କରୋନା ଠାରୁ ଆହୁରି ଭୟଙ୍କର ରହିଛି ।

୨୦୨୦ ଏପ୍ରିଲ ପ୍ରଥମ ସପ୍ତାହରୁ ନୀଳାଚଳ ଇସ୍ପାତ କାରଖାନା ବନ୍ଦ ରହିଛି । କର୍ମଚାରୀମାନେ ୧୦ ମାସରୁ ଅଧିକ ଦିନ ହେବ ଦରମା ନପାଇ ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି । ନୀଳାଚଳ କର୍ତ୍ତୃପକ୍ଷଙ୍କ ଚୁକ୍ତି ଖିଲାପ ଓ ବକେୟା ଦରମା ଦାବିରେ କର୍ମଚାରୀମାନେ ୨୧ ଏପ୍ରିଲ ୨୦୨୧ ରୁ ଆଜି ପର୍ଯ୍ୟନ୍ତ ଦିବା ରାତ୍ର ନୀଳାଚଳ ରେଲୱେ ଟ୍ରାକ ଉପରେ ଧାରଣାରେ ବସିଛନ୍ତି । ଦରମା ନମିଳିବା ପର୍ଯ୍ୟନ୍ତ କର୍ମଚାରୀମାନେ ଧାରଣାରୁ ଉଠିବେ ନାହିଁ ଓ ଲୋଡିଙ୍ଗ ରେକକୁ ଛଡା ଯିବ ନାହିଁ ବୋଲି ଅଡ଼ି ବସିଛନ୍ତି । ଏହି ଧାରଣାରେ ନୀଳାଚଳ ନିର୍ବାହୀ ସଙ୍ଘ ସମସ୍ତ ୟୁନିୟନ ଓ ନୀଳାଚଳ ମିଳିତ ମଞ୍ଚ କର୍ମକର୍ତ୍ତାମେନେ ସାମିଲ ହୋଇଛନ୍ତି ।

"ଓଡ଼ିଶାର ଦ୍ବିତୀୟ ଇସ୍ପାତ କାରଖାନା ହେଉଛି ନୀଳାଚଳ ଇସ୍ପାତ ନିଗମ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିମିଶି କାରାଖାନାକୁ ବିକ୍ରି କରୁଛନ୍ତି । ଯାହା ଫଳରେ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଅଚଳ ହୋଇଛି ଓ କର୍ମଚାରୀ ମାନେ ବେତନ ପାଉ ନାହାଁନ୍ତି । ବେତନ କର୍ମଚାରୀ ବାରଦୁଆର ଶୁଣ୍ଡିପିଣ୍ଡା ହେଉଛନ୍ତି । ମହାମାରୀ କରୋନା ସମୟରେ ଭୂମିପୁତ୍ର ମାନେ ଖାଦ୍ୟ ଓ ଔଷଧ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଦେଶରେ ଯେଉଁ ସଙ୍କଟ ଦେଖା ଦେଇଛି ଅକ୍ସିଜେନ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନୀଳାଚଳ ଇସ୍ପାତ କାରଖାନାରୁ ଅକ୍ସିଜେନ ଉପାଧିନ କରିବାକୁ ଅନୁମତି ଦେଇଛନ୍ତି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆମ ମାନଙ୍କ ପ୍ରତି ଅବହେଳା କରିଛନ୍ତି କିନ୍ତୁ ଦେଶ ସେବା କରିବା ପାଇଁ ଆମେ ମାନେ ପ୍ରସ୍ତୁତ ଅଛୁ," କହିଛନ୍ତି କର୍ମଚାରୀ ବାବୁଲି ପୁଷ୍ଟି ।

"ଧନ୍ୟବାଦ୍ ସରକାରଙ୍କୁ ଓ ୧୧ ମାସ ପେଟରେ ଓଦାକନା ଦେଇ ଚଳିଆସୁଥିବା ନିଳାଚଳ କର୍ମଚାରୀଗଣଙ୍କୁ ଯେଉଁ ମାନଙ୍କର ପ୍ରଚେଷ୍ଟାରେ ଆଜି ଦେଶ ଉଦ୍ଦେଶ୍ୟରେ ଏକ ମହନୀୟ କାର୍ଯ୍ୟ ହେବାକୁ ଯାଉଛି," କହିଛନ୍ତି କଳିଙ୍ଗନଗର ଶ୍ରମିକ ସଂଘ ସାଧାରଣ ସଂପାଦକ ପ୍ରତାପ ଜେନା ।
Published by: Jagdish Barik
First published: April 25, 2021, 6:08 PM IST