ଯାଜପୁର ସୁନା ଅଳଙ୍କାର ଲୁଟ୍‌ ଘଟଣା: ଚୋରକୁ ଧରାଇଦେଲେ ମିଳିବ ପୁରସ୍କାର ରାଶି

ଯାଜପୁର ସୁନା ଅଳଙ୍କାର ଲୁଟ୍‌ ଘଟଣା: ଚୋରକୁ ଧରାଇଦେଲେ ମିଳିବ ପୁରସ୍କାର ରାଶି

ଯାଜପୁର ସୁନା ଅଳଙ୍କାର ଲୁଟ୍‌ ଘଟଣା: ଚୋରକୁ ଧରାଇଦେଲେ ମିଳିବ ପୁରସ୍କାର ରାଶି

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଯାଜପୁର: ଯାଜପୁର ବ୍ୟାସନଗରରେ ଥିବା ସେନ୍‌କୋ ଗୋଲ୍‌ଡ ଗହଣା ଦୋକାନରୁ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ଘଟଣାରେ ନୂଆ ମୋଡ଼ । ୭ ଜଣଙ୍କ ମଧ୍ଯରୁ ୩ ଜଣ ଡକାୟତଙ୍କୁ ଚିହ୍ନଟ କରିଛି ପୋଲିସ୍ । ଏନେଇ ଯାଜପୁର ରୋଡ୍‌ ପୋଲିସ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଏମାନଙ୍କ ଫଟୋକୁ ବିଜ୍ଞପ୍ତି ଜରିଆରେ ଦର୍ଶାଯାଇଛି । ଏମାନଙ୍କୁ ଧରାଇଦେଲେ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଗତକାଲି ଗ୍ରାହକ ବେଶରେ ଆସି ବ୍ଯାସନଗରରେ ଥିବା ସେନ୍‌କୋ ଗୋଲ୍‌ଡ ଦୋକାନରେ ପଶିଥିଲେ ୭ ଡକାୟତ । ଆଉ କର୍ମଚାରୀଙ୍କୁ ମାଡ଼ ମାରି ପୁରା ଦୋକାନକୁ ଖାଲି କରିଦେଲେ ଡକାୟତ ।

ପୋଲିସ ଖବର ପାଇବା ବେଳକୁ ଡକାୟତ ଫେରାର ହୋଇଯାଇଥିଲା । ଏବେ ସିସିଟିଭି ଫୁଟେଜ୍‌କୁ ନେଇ ତଦନ୍ତ ଚଳାଇଛି ପୋଲିସ । ଏହି ଲୁଟ୍‌ ପଛରେ ଆନ୍ତଃରାଜ୍ୟ ଡକାୟତଙ୍କ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଲୁଟ୍‌ ବେଳେ ଡକାୟତମାନେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ ।

ଦୋକାନର କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରିଛି । ଡକାୟତ ମାନେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରି ସିସିଟିଭି କ୍ୟାମେରା ଓ କମ୍ପ୍ୟୁଟର ହାର୍ଡଡିସ୍କ ଗୁଡିକ ଖୋଲି ନେଇଥିଲେ। ମାତ୍ର ଗୋଟିଏ ହାର୍ଡଡିସ୍କ ସୁରକ୍ଷିତ ଥିବାରୁ ତାହାକୁ ଆଧାର କରି ସିସିଟିଭି ଫୁଟେଜର ଯାଞ୍ଚ କରୁଛି ପୋଲିସ। ଯେଉଁଥିରୁ ପୋଲିସ ଡକାୟତଙ୍କ ସମ୍ପର୍କରେ କିଛି ତଥ୍ଯ ହସ୍ତଗତ ହୋଇଥିବା ଅନୁମାନ କରାଯାଉଛି। ସବୁ ଦିଗକୁ ନେଇ ତଦନ୍ତ ଚାଲିଛି । ପୋଲିସକୁ କିଛି ସୁରାଗ ମିଳିଛି । ତିନି ଦିନ ଭିତରେ ଡକାୟତ ଗ୍ୟାଙ୍ଗକୁ ଗିରଫ କରାଯିବ ବୋଲି ଯାଜପୁର ଏସ୍‌ପି କହିଛନ୍ତି ।

କୁଆଡ଼େ ଗଲେ ଡକାୟତ ଗ୍ୟାଙ୍ଗ ? । ଯାଜପୁର ବ୍ୟାସନଗରରେ ଥିବା ସେନ୍‌କୋ ଗୋଲ୍‌ଡ ଗହଣା ଦୋକାନରୁ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇୟାଇଛନ୍ତି ୭ ଜଣିଆ ଡକାୟତ । ଗ୍ରାହକ ବେଶରେ ଆସି ଦୋକାନରେ ପଶିଲେ, ଆଉ କର୍ମଚାରୀଙ୍କୁ ମାଡ଼ ମାରି ପୁରା ଦୋକାନକୁ ଖାଲି କରିଦେଲେ ଡକାୟତ । ଏତେ ସବୁ ଘଟଣା ଘଟିଲା, ହେଲେ କେହି ଜାଣିପାରିଲେନି । ଆଉ ପୋଲିସ ଖବର ପାଇବା ବେଳକୁ ଡକାୟତ ପାର୍‌ । ଏବେ ସିସିଟିଭି ଫୁଟେଜ୍‌କୁ ନେଇ ତଦନ୍ତ ଚଳାଇଛି ପୋଲିସ ।

ପଢନ୍ତୁ ଏହି ଖବର : ଆଶ୍ଚର୍ଯ୍ୟ ! ୯ବର୍ଷ ପରେ ମନ୍ଦିରରୁ ଚୋରି ସାମଗ୍ରୀକୁ ଫେରାଇ ଦେଲା ଚୋର

ପଢନ୍ତୁ ଏହି ଖବର : ଅନ୍ତର୍ଜାତୀୟ ଉଡ଼ାଣରେ ନୂଆ ଅଧ୍ୟାୟ; ଭୁବନେଶ୍ବରରୁ ଦୁବାଇ ଆରମ୍ଭ ହେଲା ବିମାନ ସେବା
Published by:Sujit Swain
First published: