ଜେଲ୍ ଯିବା ପରେ ନିଲମ୍ବିତ ହେଲେ କୋଟିପତି ସରକାରୀ କର୍ମଚାରୀ ବିରଞ୍ଚି; ମିଳିଲା ବାଧ୍ୟତାମୂଳକ ଅବସର

ରେଡ୍ ବେଳେ ଓଡି଼ଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଅଫିସରୁ କିଛି କାଗଜପତ୍ର ଓ ବିରଞ୍ଚିଙ୍କ କମ୍ପୁଟରର ହାର୍ଡ଼ ଡିସ୍କ ଜବତ କରିଛି ଭିଜିଳାନ୍ସ । ଭିଜିଳାନ୍ସ ବିଭାଗର ତଦନ୍ତରେ କମିଶନ ସମ୍ପୂର୍ଣ୍ଣ ସହଯୋଗ କରୁଛି ବୋଲି କହିଛନ୍ତି କମିଶନର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର ।

ରେଡ୍ ବେଳେ ମିଳିଥିବା ଟଙ୍କା ଓ ସୁନାରୁ କିଛି; (ଡାହାଣ) ବିରଞ୍ଚି ନାରାୟଣ ସାହୁ

ରେଡ୍ ବେଳେ ମିଳିଥିବା ଟଙ୍କା ଓ ସୁନାରୁ କିଛି; (ଡାହାଣ) ବିରଞ୍ଚି ନାରାୟଣ ସାହୁ

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଗିରଫ ହୋଇ ଚର୍ଚ୍ଚାରେ ଥିବା ଓଡିଶା ଷ୍ଟାଫ୍‌ ସିଲେକ୍ସନ କମିଶନର ଜଣେ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ବିରୋଧରେ ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେ ଜେଲକୁ ଯିବାର ଦିନକ ପରେ ସୋମବାର ଦିନ ତାଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ତାଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ନେବାକୁ ସରକାରଙ୍କୁ ସୁପାରିଶ କରିଛି ବିଭାଗ ।

ଆୟ-ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁଲାଇ ୩୦ତାରିଖରେ ସାହୁଙ୍କ ନିଳାଦ୍ରି ବିହାର ସ୍ଥିତ ଘର ସମେତ ଛଅଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଏଥିରେ ତାଙ୍କର ମୋ’ଟ ୩.୭୯ କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଏହି ଅମାପ ସମ୍ପତ୍ତି ଠୁଳ କରିବାରେ ତାଙ୍କ ସ୍ତ୍ରୀ ଓ ଶାଳକଙ୍କ ସମ୍ପୃକ୍ତିର ମଧ୍ୟ ପ୍ରମାଣ ମିଳିଛି ।

ଏହା ବି ପଢ଼ନ୍ତୁ | ଆସୁଛି ନାକରେ ନେବାକୁ ଥିବା କରୋନା ଟିକା; ସବୁଠୁ ଅଧିକ ପ୍ରଭାବଶାଳୀ ହେବ ନାଜାଲ୍ ଭ୍ୟାକ୍ସିନ୍

“ବିରଞ୍ଚି ସାହୁଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରଠୁ ଆମେ ବିଭାଗୀୟ ତଦନ୍ତ ଆରମ୍ଭ କରିଥିଲୁ । ଯେହେତୁ ସେ ୪୮ ଘଣ୍ଟା ହେଲାଣି ଜେଲରେ ଅଛନ୍ତି, ତେଣୁ ନିୟମ ମୁତାବକ ତାଙ୍କୁ ଚାକିରୀରୁ ନିଲମ୍ବିତ କରିଛୁ । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରିଛୁ,” କହିଛନ୍ତି ଓଡି଼ଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର ।

ଓଡି଼ଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର


ଏହା ବି ପଢ଼ନ୍ତୁ | Olympics: ହକି ମ୍ୟାଚ୍ ଖାଲି ପଞ୍ଜାବୀ ଖେଳାଳିମାନେ ଜିତାଇଲେ? ଓଡ଼ିଶା ଖେଳାଳି କଛି କରିନାହାନ୍ତି?

ସେ ଆହୁରି କହିଛନ୍ତି ଯେ ଭିଜିଳାନ୍ସ ବିଭାଗର ତଦନ୍ତରେ କମିଶନ ସମ୍ପୂର୍ଣ୍ଣ ସହଯୋଗ କରୁଛି । ‘‘ଯେତେବେଳେ ଭିଜିଲାନ୍ସ ଯେଉଁ ପ୍ରକାର ଫାଇଲ୍‌ ମାଗୁଛି ଆମେ ଦେଉଛୁ । ରେଡ୍‌ ବେଳେ ମଧ୍ୟ ଅଫିସରୁ କିଛି କାଗଜପତ୍ର ଓ ବିରଞ୍ଚିଙ୍କ କମ୍ପୁଟରର ହାର୍ଡ଼ ଡିସ୍କ ଜବତ କରିଥିଲା ଭିଜିଳାନ୍ସ । ଏବେ ତାଙ୍କ ସହ ବିଭାଗର ଅନ୍ୟ କେହି ସମ୍ପୃକ୍ତି ଅଛନ୍ତି କି ନାହିଁ ତାହା କହିହେବ ନାହିଁ । ସେ ଦିଗରେ ତଦନ୍ତକାରୀ ଟିମ୍ ତଦନ୍ତ କରୁଛି,” କହିଛନ୍ତି ମିଶ୍ର ।

ଏହା ବି ପଢ଼ନ୍ତୁ | ଫଟୋସୁଟ୍ ନାଁରେ ମଡେଲ୍ଙ୍କ ନଗ୍ନ ଭିଡିଓ ବନାଇଲେ; କୋଲକାତାରେ ଅଭିନେତ୍ରୀ କ୍ୟାମେରାମ୍ୟାନ୍ଗିରଫ

ବିରଞ୍ଚି ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟର ବି ଛାନଭିନ ଚଳାଇଛି ଭିଜିଲାନ୍ସ । ଯାଞ୍ଚରେ ଜଣାପଡ଼ିଛି ଯେ ସେ ନିର୍ଦ୍ଦିଷ୍ଟ କିଛି ଆକାଉଣ୍ଟକୁ ନିଜ ଆକାଉଣ୍ଟରୁ ଟଙ୍କା ଟ୍ରାଞ୍ଜାକ୍ସନ୍‌ କରିଛନ୍ତି । ତାଙ୍କ ଆକାଉଣ୍ଟରୁ ଟଙ୍କା ଜବତ ହୋଇଛି । ଏବେ ଏହି ଅନ୍ୟ ଆକାଉଣ୍ଗୁଡ଼ିକୁ ସେ ଟଙ୍କା କାହିଁକି ପଠାଇଛନ୍ତି ଓ ସେହି ଆକାଉଣ୍ଟଧାରୀ ବ୍ୟକ୍ତିମାନେ କିଏ ତା’ ଉପରେ ତଦନ୍ତ ଚାଲିଛି । ସେହି ବ୍ୟକ୍ତି ଓ.ଏସ.ଏସ.ସି.ର କେହି ଅଫିସର ହୋଇପାରନ୍ତି ବୋଲି କୁହାଯାଉଛି ।



ସୋମବାର ଦିନ ଓ.ଏସ.ଏସ.ସି. ଅଫିସ ସମ୍ମୁଖରେ ଛାତ୍ର କଂଗ୍ରେସର କର୍ମୀମାନେ ଏକ ବିରୋଧ ପ୍ରଦର୍ଶନ କରିଥିଲେ । ଓ.ଏସ.ଏସ.ସି. ନିଯୁକ୍ତି ପକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଛାତ୍ର କଂଗ୍ରେସ କହିଛି ଯେ ଶାସକ ଦଳ ବିଜେଡିର କିଛି ନେତା ଏଥିରେ ସମ୍ପୃକ୍ତ ଅଛନ୍ତି ଓ ଏହି ସମଗ୍ର ପ୍ରକରଣର ବିଚାର ବିଭାଗୀୟ ତଦନ୍ତ ହେବା ଉଚିତ । କଂଗ୍ରେସର ଏହି ପ୍ରଦର୍ଶନରେ ସାମିଲ ହୋଇଥିଲେ ଚାକିରି ପାଇଁ ଟଙ୍କା ଲାଞ୍ଚ ରୂପେ ଦେଇଥିବା କିଛି ଯୁବକ ।
Published by:Anand ST Das
First published: