ଜଗତସିଂହପୁର: ୧୮ ବର୍ଷ ଧରି ତଳେ ଶୋଇବାକୁ ବାଧ୍ୟ ହୋଇଥିବା ଶିବାନୀ ଜଲ୍ଦି ଉଠି ବସିପାରେ
ଶିବାନୀର ଏହି ଦୁର୍ଭାଗ୍ୟଜନକ ସ୍ଥିତିର କାରଣ ବାଲ୍ୟକାଳରେ ସେ ଭୋଗିଥିବା ନିମୋନିଆ ବୋଲି କହିଛନ୍ତି ତା’ ବାପା । ନିମୋନିଆର ଚିକିତ୍ସା ପରେ ସେ ଭଲ ନ ହେବା ପର ଠାରୁ ତା’ ମୁଣ୍ଡରେ ପାଣି ଜମି ମୁଣ୍ଡର ଆକାର ବଢି଼ବାରେ ଲାଗିଥିଲା ।

ନିଜ ବାପା ଓ ମା’ଙ୍କ (ମଝି) ସହ ଶିବାନୀ
- News18 Odia
- Last Updated: April 8, 2021, 11:51 PM IST
ଜଗତସିଂହପୁର: ମାସେ ନୁଁହେ କି ବର୍ଷେ ନୁହେଁ, ଦୀର୍ଘ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ତଳେ ଶୋଇ ରହିଛି ଶିବାନୀ । କଥା କହୁଛି, ସବୁ କିଛି ବୁଝୁଛି, ହେଲେ ଉଠି ବସିବାର କ୍ଷମତା ନାହିଁ ତା’ର । ଏଭଳି ଅବସ୍ଥାରେ ପରିବାର ଲୋକଙ୍କ ପାଁଇ ସେ ଏକ ଯନ୍ତ୍ରଣାଦାୟକ ବୋଝ ପାଲଟି ଯାଇଛି । ହେଲେ ଏବେ ଏହି ଝିଅଟିର ଉପଯୁକ୍ତ ଚିକିତ୍ସା କରାଇ ତାକୁ ସ୍ୱାଭାବିକ କରିବା ପାଇଁ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ ହୋଇଛି ।
ଅର୍ଥାଭାବରୁ ଶିବାନୀର ଅପରେସନ୍ କରାଇବା ତା’ ପରିବାର ପାଇଁ ଏ ପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନାହିଁ । ତାକୁ ମାସିକ ମାତ୍ର ୫୦୦ ଟଙ୍କା ଭତ୍ତା ମିଳୁଛି । ସରକାରୀ ସହାୟତା ଦ୍ୱାରା ଶିବାନୀକୁ ବାହାର ଦୁନିଆ ଦେଖାଇବାରେ ସମର୍ଥ କରାଇବାକୁ ସ୍ୱପ୍ନ ଦେଖିଆସୁଥିବା ତା’ ବାପା ନରେଶ ମିଶ୍ରଙ୍କ ପାଇଁ ଏବେ ଏକ ଭଲ ଖବର ଆସିଛି । ବହୁତ ବିଳମ୍ବରେ ହେଲେ ବି ଶିବାନୀର ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଇବା ପାଇଁ ଜିଲ୍ଲା ପ୍ରଶାସନ ଆଗ୍ରହ ଦେଖାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ପରୀକ୍ଷା ପେ ଚର୍ଚ୍ଚା’: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ବିଷୟରେ ପରାମର୍ଶ ଦେଇଛନ୍ତି PM ମୋଦି; ଦେଖନ୍ତୁ VIDEO

ଦୀର୍ଘ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ତଳେ ଶୋଇ ରହିଛି ଶିବାନୀ ।
‘‘ଜନ୍ମରୁ ତା’ର ସବୁ କିଛି ଠିକ୍ ଥିଲା, ହେଲେ ପରେ ତାକୁ ନିମୋନିଆ ହେବାରୁ ଆମେ ଚିକିତ୍ସା ଆରମ୍ଭ କରୁଥିଲୁ । ତା’ ଦେହ ଭଲ ନ ହେବାରୁ କଟକ ବି ନେଇଥିଲୁ । ସେହି ନିମୋନିଆ କାରଣରୁ ତା’ ମୁଣ୍ଡରେ ପାଣି ଜମିବା ଆରମ୍ଭ କଲା ଓ ତା’ ମୁଣ୍ଡର ଆକାର ଧୀରେ ଧୀରେ ବଢି଼ବାରେ ଲାଗିଲା । ସେହି ସମୟରୁ ଏହା ଅସ୍ବାଭାବିକ ଭାବେ ବଢ଼ି ଚାଲିଲା । ତା’ ଚିକିତ୍ସା ଓ ଅପରେସନ୍ କରାଇବାକୁ ଲକ୍ଷାଧିକ ଟଙ୍କା ଆବଶ୍ୟକ ପଡ଼ଥିଲା, ହେଲେ କୌଣସି ରୋଜଗାର ନ ଥିବାରୁ ମୁଁ ଏତେ ଟଙ୍କା ଯୋଗାଡ଼ କର ପାରି ନ ଥିଲି,’’ କହିଛନ୍ତି ନରେଶ ମିଶ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବିବାହିତ ପୁରୁଷଙ୍କ ସହ ପ୍ରେମ? ଅଭିନେତ୍ରୀ ରେଖା ଏହା ବିଷୟରେ କ’ଣ କହିଲେ ଜାଣନ୍ତୁ - VIDEO
ସେହି ଦିନ ଠାରୁ ଭାଗ୍ୟକୁ ଆଦରି ଝିଅକୁ ଘର ଭିତରେ ପକେଇ ରଖିଛନ୍ତି ସେ । ପାଠ ପଢି଼ବାକୁ ଇଚ୍ଛା ଅଛି ବୋଲି ଶିବାନୀ ନିଜେ କହୁଥିବା ବେଳେ ଅର୍ଥାଭାବରୁ ତା’ ଚିକିତ୍ସା ସହ ପାଠ ପଢ଼ା କରାଇ ପାରୁ ନ ଥିବା କହିଛନ୍ତି ନରେଶ ମିଶ୍ର ।
ଏହା ବି ପଢ଼ନ୍ତୁ | ଏବେ କରୋନା ଭାଇରସ୍ ସହ ‘ପଙ୍ଗା’ ନେବେ କଙ୍ଗନା ରାଣାୱତ; ଏପ୍ରିଲ୍ ୨୩ରେ ଆସୁଛି ‘ଥଲାଇଭି’
‘‘ଶିବାନୀ ଗୋଟେ ଉଜ୍ଜ୍ୱଳ ଝିଅ ଥିଲା । ସେ ବୁଦ୍ଧିମାନ ଥିଲା । ହେଲେ ତାକୁ ଭଲ କରିବା ପାଇଁ ଏ ପର୍ଯ୍ୟନ୍ତ ଉପଯୁକ୍ତ ପଦକ୍ଷେପ ନିଆଯାଇ ପାରିନାହିଁ । ତା’ ଗରିବ ବାପାମାଆ ତା’ ପାଇଁ ବ୍ୟୟବହୁଳ ଚିକିତ୍ସା କରାଇ ନ ପାରି ନିଜ ଭାଗ୍ୟକୁ ଆଦରି ରହିଛନ୍ତି । ଏବେ ସରକାରୀ ସହାୟତା ଦ୍ୱାରା ଶିବାନୀର ଚିକିତ୍ସା କରି ତାକୁ ଠିକ୍ କରାଯିବାର ପଦକ୍ଷେପ ଏହି ଝିଅଟିକୁ ଏକ ନୂଆ ଜୀବନ ଦେବ,’’ କହିଛନ୍ତି ପଡ଼ୋଶୀ ରମେଶ ମିଶ୍ର ।
ଏହା ବି ପଢ଼ନ୍ତୁ | ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇ… କିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁ
ଗଣମାଧ୍ୟମରୁ ଖବର ପାଇବା ପରେ ଶିବାନୀର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଇବା ଉଦ୍ଦେଶ୍ୟ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଆସି ଅନୁଧ୍ୟାନ କରିବା ପରେ ଏକ ରିପୋର୍ଟ ଦେଇଥିବା ଜଣାପଡ଼ିଛି । ସେହି ରିପୋର୍ଟ ଆଧାରରେ ଶିବାନୀର ଚିକିତ୍ସା ଯଥା ସମ୍ଭବ କରାଯିବ ବୋଲି ଜଗତସିଂହପୁର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ବସନ୍ତ ବାରିକ କହିଛନ୍ତି ।
‘‘ସରକାରୀ ସହାୟତା ଦ୍ୱାରା ମୋ’ ଝିଅ ଯଦି ଉଠି ବସିପାରେ, ଠିଆ ହୁଏ ଓ ଚାଲେ ତାହେଲେ ତାହା ଜଣେ ମାଆ ପାଇଁ ଦୁନିଆର ସବୁ ଠାରୁ ବଡ଼ ଖୁସି ହେବ,’’ କହିଛନ୍ତି ଶିବାନୀର ମାଆ ସୌଦାମିନୀ ମିଶ୍ର ।