ପୁରୀ ଲୋକନାଥ ପୀଠରେ ଜାଗର ଯାତ୍ରା; ଲାଗିଛି ଭକ୍ତଙ୍କ ଭିଡ଼

ଆସନ୍ତାକାଲି ଜାଗର ତଥା ମହା ଶିବରାତ୍ରୀ। ଏହା ପୂର୍ବରୁ ଲୋକନାଥ ପୀଠରେ ଆରମ୍ଭ ହୋଇଯାଇଛି ଜାଗର ଯାତ୍ରା। ଏଠାରେ ଜାଗର ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।

ପୁରୀ ଲୋକନାଥ ପୀଠରେ ଜାଗର ଯାତ୍ରା

ପୁରୀ ଲୋକନାଥ ପୀଠରେ ଜାଗର ଯାତ୍ରା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ଚଳିତ ବର୍ଷ ପୁରୀ ଲୋକନାଥ ପୀଠରେ ଅନୁଷ୍ଠିତ ହେଉଛି ଜାଗର ଯାତ୍ରା। ଲୋକନାଥ ପୀଠରେ ତିନି ଦିନ ଧରି ଅନୁଷ୍ଠିତ ହୋଇଥାଏ ଏହି ଜାଗର ପର୍ବ। ଗତକାଲି ପଙ୍କୋଦ୍ଧାର ଏକାଦଶୀଠାରୁ ଆରମ୍ଭ ହୋଇଛି ଜାଗର ଯାତ୍ରା।

ଶ୍ରୀକ୍ଷେତ୍ରର ଭଣ୍ଡାର ରକ୍ଷକ ତଥା ଶ୍ରୀରାମଙ୍କ ସମୟରୁ ପୁରୀରେ ସ୍ଥାପିତ ହୋଇଛନ୍ତି ବାବା ଲୋକନାଥ। ଆଉ ବାବା ଲୋକନାଥଙ୍କ ପୀଠରେ ମହାଶିବରାତ୍ରି ବା ଜାଗର ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।
ଏଥିପାଇଁ ଶ୍ରୀଲୋକନାଥ ଦେବ ଟ୍ରଷ୍ଟ ବୋର୍ଡ ପକ୍ଷରୁ କରାଯାଇଛି ପ୍ରସ୍ତୁତି। ଭିତର କାଠ ନିକଟରେ ଦର୍ଶନର ବ୍ୟବସ୍ଥା ହୋଇଥିବା ବେଳେ ଗମ୍ଭୀରା ଦର୍ଶନ ବନ୍ଦ କରାଯାଇଛି। ଜାଗର ଦିନ ରାତି ୪ଟାରେ ଉଠିବ ଲୋକନାଥଙ୍କ ମହାଦ୍ୱୀପ।

ଜାଗର ପଡ଼ିଆରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ମଧ୍ୟ ଯୋଜନା କରାଯାଇଛି। ମହାଶିବରାତ୍ରି ଦିନ ରାତି ୧୨. ୩୦ରେ ଦ୍ଵାର ଫିଟିବା ପରେ ଭୋର ୧ଟାରୁ ୪ଟା ମଧ୍ୟରେ ମଙ୍ଗଳା ଆରତି, ଅବକାଶ ସୂର୍ଯ୍ୟ ପୂଜା ପରେ ଦର୍ଶନ ଆରମ୍ଭ କରାଯିବ। ତାପରେ ମଙ୍ଗଳ ଆଳତି ଆଦି ବଢ଼ି ଭିତରେ ଗୋପାଳବଲ୍ଲଭ, ସକାଳ ଧୂପ ଓ ଦ୍ୱିପହର ଧୂପ ନୀତି କରାଯିବ। ସକାଳ ୪ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ଓ ରାତ୍ର ୨ଟାରୁ ୩ଟା ହରିହର ଭେଟ ଓ ରାତି ୪ଟାରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା ହୋଇଛି।

ଚଳିତ ବର୍ଷ ପୁରୀ ଲୋକନାଥ ପୀଠରେ ଅନୁଷ୍ଠିତ ହେଉଛି ଜାଗର ଯାତ୍ରା।


ମହାଦୀପ ଉଠିବା ଯେଭଳି ବିଳମ୍ବ ନ ହୁଏ ସେଥିପ୍ରତି ସେବକମାନେ ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୀତି ଶୃଙ୍ଖଳିତ କରିବା ପାଇଁ ସେବାୟତମାନେ ସମ୍ପୁର୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ସେପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ। ମହାଶିବରାତ୍ରୀର ଅବ୍ୟବହିତ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ପାର୍ବତୀ ସାଗର ନିକଟରେ ପ୍ରଜ୍ବଳିତ ହୋଇଛି ଦେଶର ସର୍ବବୃହତ ଜାଗର ଦୀପ।

ଲୋକନାଥ ପୀଠରେ ତିନି ଦିନ ଧରି ଅନୁଷ୍ଠିତ ହୋଇଥାଏ ଏହି ଜାଗର ପର୍ବ


ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ଉପ ଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଦୀପକୁ ପ୍ରଜ୍ବଳନ କରିଥିଲେ। ୮ ଫୁଟ ଲମ୍ବ, ୬ଫୁଟ ଓସାର ଏବଂ ଦୁଇ ଫୁଟ ଗଭୀର ବିଶିଷ୍ଟ ଦୀପ ରହିଛି। ତିନି ଦିନ ଧରି ଏହି ଦୀପରେ ପ୍ରାୟ ୪ କ୍ବିଣ୍ଟାଲ ଗୁଆ ଘିଅ ଜଳାଯିବ। ଶ୍ରୀ ଲୋକନାଥଙ୍କ ମହାଦୀପ ଉଠିବା ପରେ ଏହି ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ। ପ୍ରାୟ ୧୨ ଇଞ୍ଚ ଗୋଲେଇର ଶହେ ଫୁଟ ବଳିତା ଏଥିରେ ଜଳାଯିବ।
Published by:Lipina Das
First published: