ନୂଆ ବର୍ଷ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲାଗିବ ଭକ୍ତଙ୍କ ଗହଳି; ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ନୂଆ ବର୍ଷ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିବ ବୋଲି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ବ୍ୟବସ୍ଥାରେ ନିୟନ୍ତ୍ରଣ ଆଣିବା ପାଇଁ ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ ମାଲବାହୀ ଗାଡ଼ି ଚ଼ଳାଚଳରେ କଟକଣା ଲଗାଯାଇଛି । ଫୁଲରେ ସଜାଯାଇଛି ନବନିର୍ମିତ ଅତ୍ୟାଧୁନିକ ବ୍ୟାରିକେଡ୍ ଏବଂ ସୁରକ୍ଷା ଦୃଷ୍ଟିରୁ ଲାଗିଛି ସିସିଟିଭି କ୍ୟାମେରାସବୁ ।

ନୂଆ ବର୍ଷ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲାଗିବ ଭକ୍ତଙ୍କ ଗହଳି; ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର
  • News18 Odia
  • Last Updated: December 29, 2019, 9:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ପୁରୀ: ନୂଆ ବର୍ଷ ନୂଆ ଆଶା ଓ ଆକାଙ୍‌କ୍ଷାର ବର୍ଷ ହେଉ ବୋଲି କାମନା କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଛୁଟି ଆସିବେ ଲକ୍ଷାଧିକ ଭକ୍ତ । ଏଥି ପାଇଁ ଶ୍ରୀମନ୍ଦିର ସମ୍ମୁଖ ଓ ଚ଼ତୁଃପାର୍ଶ୍ବରେ ସବୁଜିମା ଭରାଯାଇଛି । ଫୁଲରେ ସଜାଯାଇଛି ନବନିର୍ମିତ ଅତ୍ୟାଧୁନିକ ବ୍ୟାରିକେଡ୍‌ । ଭଜନ ବାଜିବା ପାଇଁ ରଖାଯାଇଛି ସାଉଣ୍ଡ୍‌ ସିଷ୍ଟମ୍‌ ଏବଂ ସୁରକ୍ଷା ଦୃଷ୍ଟିରୁ ଲାଗିଛି ସିସିଟିଭି କ୍ୟାମେରାସବୁ ।

ନବ ବର୍ଷ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଆଲୋକମାଳାରେ ଝଲସୁଛି ମେଘନାଦ ପାଚ଼େରୀ । ପଥଚ଼ାରୀଙ୍କ ପାଇଁ ଟାଉନ୍‌ ଥାନା ପାଖରୁ କରାଯାଇଛି ସ୍ୱତନ୍ତ୍ର କରିଡର । ସେଥିରେ ଲଗାଯାଇଛି ସଚ଼େତନତା ଓ ଆଧ୍ୟାତ୍ମିକତାର ସୂଚ଼ନା ଫଳକ ।

ଚ଼ଳିତ ବର୍ଷ ଫନି ବାତ୍ୟାରେ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଥିଲା ପୁରୁଷୋତ୍ତମ କ୍ଷେତ୍ର । ତେବେ ପୂର୍ବାବସ୍ଥାକୁ ଫେରାଇ ଆଣିବା ସହ ସୁନ୍ଦର ଓ ଆହୁରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାକୁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପ୍ରୟାସ ଚ଼ଳାଇଛି ।

ଭକ୍ତ, ସେବାୟତ ଓ ପର୍ଯ୍ୟଟକମାନେ ପ୍ରଶାସନର ଏଭଳି ପ୍ରୟାସକୁ ସାଧୁବାଦ ଦେବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ନେବା ଦରକାର ଥିଲା ବୋଲି କହିଛନ୍ତି । ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି ।

ବିଶେଷକରି ସିଂହଦ୍ଵାରରୁ ଦକ୍ଷିଣ ଦ୍ୱାର ଏବଂ ଉତ୍ତର ଦ୍ୱାର ପର୍ଯ୍ୟନ୍ତ ଆଲୋକୀକରଣ କରାଯାଇଛି । ରାତି ସମୟ ଭକ୍ତଙ୍କ ମନ ମୋହୁଛି । ବ୍ୟାରିକେଡ୍କୁ ଅତ୍ୟାଧୁନିକ ପଲିମର ଛାତ କରାଯାଇଛି ।

ନୂଆ ବର୍ଷ ଦିନ ପୁରୀକୁ ବିଶ୍ବର କୋଣ ଅନୁକୋଣରୁ ଆସିବେ ପର୍ଯ୍ୟଟକ । ଫନି ବାତ୍ୟା ପରେ ଉଚ୍ଛେଦ ହୋଇଯାଇଥିଲା ସୌନ୍ଦର୍ଯ୍ୟର ଅନେକ ଛାପ । ରାଜ୍ୟ ସରକାରଙ୍କ ପକ୍ଷରୁ ମେଘନାଦ ପାଚେରୀ କଡ଼ରୁ ଉଚ୍ଛେଦ ପରେ ସୌନ୍ଦର୍ଯ୍ୟକରଣ କରାଯାଇଛି ।

ମହାପ୍ରଭୁଙ୍କ ଜଣାଣ ଶ୍ରୀମନ୍ଦିର ପାଖରେ ଶୁଭିବା ପାଇଁ ଲଗାଯାଇଛି ଅତ୍ୟାଧୁନିକ ସାଉଣ୍ଡ ସିଷ୍ଟମ । ମେଘନାଦ ପାଚ଼େରୀ ଚ଼ାରିପଟେ ପରିକ୍ରମା ମାର୍ଗରେ ବୁଲିବା ବେଳେ ସବୁଜିମାମୟ କରାଯାଇଥିବା ସହ ଫୁଲ ଗଛ ଓ ସିଂହଦ୍ୱାର ସମ୍ମୁଖରେ ତୁଳସୀ, ଦୁଲବା ଓ ଅନେକ ଗଛ ଆଦି ଲଗାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ତେବେ ସବୁଜିମାକୁ ସୁରକ୍ଷିତ ରଖିବା ସହ ଶ୍ରୀଜିଉଙ୍କ ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଶୃଙ୍ଖଳିତ କରିବାରେ ସେବାୟତମାନେ ସହଯୋଗ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି ।

ବଡ଼ ଦିନଠାରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀ ସହରକୁ ଜଗିବେ ୨୭୬ ପୋଲିସ ଅଧିକାରୀ ଓ ୬୫ ପ୍ଲାଟୁନ ଫୋର୍ସ । ନୂଆବର୍ଷରେ ଦୁଇ ଜଣ କମାଣ୍ଡାଣ୍ଟ, ସାତ ଜଣ ଏଏସ୍ପି, ୧୯ ଜଣ ଡିଏସ୍ପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ ୪୮ ଥାନା ଅଧିକାରୀ ନିୟୋଜିତ ହେବେ । ଏଥିସହ ୨ ଶହ ଏସ୍ଆଇ, ୩୬ ଜଣ ହାବିଲଦାର ଓ ଟ୍ରାଫିକ୍ ପୁଲିସ, ୨୨୯ ଜଣ କନଷ୍ଚେବଳଙ୍କୁ ନିୟୋଜିତ କରାଯାଇଛି । ୬ ଶହ ହୋମଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି ।

ଟ୍ରାଫିକ ବ୍ୟବସ୍ଥାରେ ନିୟନ୍ତ୍ରଣ ଆଣିବା ପାଇଁ ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ ମାଲବାହୀ ଗାଡ଼ି ଚ଼ଳାଚଳ ଉପରେ କଟକଣା ଲଗାଯାଇଛି । ପୁରୀ ବସ୍‌ ଷ୍ଟାଣ୍ଡକୁ ଦୈନଦିନ ଯାତାୟତ କରୁଥିବା ବସ୍ ନିଜ ରୁଟ୍‌ରେ ଚ଼ଳାଚ଼ଳ କରିବେ । ଟୁରିଷ୍ଟ ବସ୍ ଗୁଡ଼ିକ ମାଳତୀପାଟପୁର ବସ୍‌ ଷ୍ଟାଣ୍ଡରେ ରହିବେ । ଚ଼ାରି ଚ଼କିଆ, ତିନି ଚ଼କିଆ ଓ ଦୁଇ ଚ଼କିଆ ଉପରେ ମଧ୍ୟ କଟକଣା ରହିବ ।

ପୁରୀକୁ ଆସୁଥିବା ଗାଡ଼ି ଗୁଡ଼ିକ ବାଟଗାଁ ଛକରୁ ମଙ୍ଗଳା ଘାଟ ତା ପରେ ହୋଟେଲ ଷ୍ଟର୍ଲିଂ ଦେଇ ଯାତ୍ରିକା ଓ ଦିଗବାରେଣୀରେ ପାର୍କିଂ କରିବେ । ଫେରିବା ବେଳେ ସୁବାସ ବୋଷ ଛକ ସିଟି ରୋଡ୍ ଓ ସେଠାରୁ ହେଲି ପ୍ୟାଡ ଛକ ଦେଇ ମାଳତୀପାଟପୁର ଓଭର୍‌ ବ୍ରିଜ ହୋଇ ଫେରିବେ ।

ସେପଟେ ମାଳତୀପାଟପୁରରୁ ଆସୁଥିବା ଗାଡ଼ି ତାଳବଣିଆ ଓ ହେଲିପ୍ୟାଡରେ ପାର୍କିଂ କରିବେ । ବାଇକ୍‌ ଗୁଡ଼ିକ ମ୍ୟୁନିସ୍ପାଲିଟି ମାର୍କେଟ୍‌ରେ ପାର୍କିଂ ଓ ଆବଶ୍ୟକ ପଡ଼ିଲେ ମେଡିକାଲ ଛକରୁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ରାସ୍ତାରେ ପାର୍କିଂ କରିବେ ।

ଭିଭିଆଇପି ଓ ଭିଆଇପିଙ୍କ ଗାଡ଼ିକୁ ମରଚି କୋର୍ଟ ଛକ ପର୍ଯ୍ୟନ୍ତ ଛଡ଼ାଯିବା ସହ ସେମାନଙ୍କ ଗାଡ଼ି ମାର୍କେଟ ଛକ କଂପ୍ଲେକ୍ସ ପାର୍କିଂରେ ରଖାଯିବ ବୋଲି ପୁରୀ ଏସ୍‌ପି ସୂଚ଼ନା ଦେଇଛନ୍ତି ।
First published: December 29, 2019, 9:24 PM IST
corona virus btn
corona virus btn
Loading