ଅସାଦୁଦ୍ଦିନ୍ ଓୱାଇସି ନାଁରେ ପୁରୀ ଥାନାରେ ଏତଲା ଦେଲା ଜଗନ୍ନାଥ ସେନା (ପ୍ରତୀକାତ୍ମକ ଛବି)
News18 Odia Digital
ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ୍ ଓୱାଇସିଙ୍କ ବିରୁଦ୍ଧରେ ପୁରୀ ଥାନାରେ ଏତଲା ହୋଇଛି। ଜଗନ୍ନାଥ ମନ୍ଦିରକୁ ନେଇ ଅସାଦୁଦ୍ଦିନ୍ ଓୱାଇସି ଏକ ସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଜଗନ୍ନାଥ ସେନା ଓ ଯୁବ ଅଧିବକ୍ତା ସଂଘ ପକ୍ଷରୁ ସିଂହଦ୍ୱାର ଥାନାରେ ଓୱେସୀଙ୍କ ନାଆଁରେ ଏତଲା ଦିଆଯାଇଛି।
ଓୱାଇସିଙ୍କ ବୟାନକୁ ଉଭୟ ସଂଘ କଡ଼ା ଭାଷାରେ ନିନ୍ଦା କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହାଇଦ୍ରାବାଦ ସାଂସଦଙ୍କର ଶ୍ରୀମନ୍ଦିର ବାବଦରେ ବୌଦ୍ଧ ସ୍ତୁପ ଭଙ୍ଗାଯାଇ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି ବୋଲି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯିବା ସହ ଅସାଦୁଦ୍ଦିନ୍ ଓୱାଇସିଙ୍କୁ ଗିରଫ କରିବାକୁ ଦାବି ହୋଇଛି।
ଜଗନ୍ନାଥଙ୍କ ମନ୍ଦିର ହୋଇଥିବା ସ୍ଥାନ ବୌଦ୍ଧସ୍ଥଳୀ ଥିଲା ବୋଲି ଅସାଦୁଦ୍ଦିନ୍ ଓୱାଇସି କହିଥିଲେ। ପରେ ତାକୁ ଭାଙ୍ଗି ସେଠାରେ ମନ୍ଦିର ତିଆରି ହୋଇଥିବା ସେ କହିଥିଲେ। ଓୱେସୀଙ୍କ ଏପରି ବୟାନ ଦଙ୍ଗା ଭଳି ପରିସ୍ଥିତି ଉପୁଜାଇପାରେ ବୋଲି ଦୁଇ ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।