କଟକ ବଡ଼ ମେଡିକାଲରୁ କନ୍ଧମାଳ ଫେରିଗଲା ଜଗା; କିଛି ବର୍ଷ ପରେ ତା’ ମୁଣ୍ଡରେ ଲାଗିବ ଖପୁରୀ

ଗତ ବର୍ଷ ସେପ୍ଟିସିମିଆରେ ଆକ୍ରାନ୍ତ ହୋଇ ଯୋଡ଼ାମୁଣ୍ଡ ଶିଶୁ ଜଗାର ଭାଇ କାଳିଆର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ତାଙ୍କ ପରିବାର ଲୋକେ ଜଗାକୁ ନିଜ ଜିଲ୍ଲାକୁ ନେଇ ଚକିତ୍ସା କରାଇବା ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲେ ।

କଟକ ବଡ଼ ମେଡିକାଲରୁ କନ୍ଧମାଳ ଫେରିଗଲା ଜଗା; କିଛି ବର୍ଷ ପରେ ତା’ ମୁଣ୍ଡରେ ଲାଗିବ ଖପୁରୀ
କଟକ ବଡ଼ ମେଡିକାଲରୁ ବାହାରୁଥିବା ବେଳେ ଜଗା
  • News18 Odia
  • Last Updated: March 22, 2021, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପ୍ରାୟ ଦେଢ଼ ବର୍ଷ ଧରି କଟକର ଏସ୍‌.ସ.ବି. ହସପିଟାଲରେ ଚିକିତ୍ସିତ ହେବା ପରେ ନିଜ ଜିଲ୍ଳା କନ୍ଧମାଳକୁ ଫେରିଯାଇଛି ଯୋଡ଼ାମୁଣ୍ଡ ଦୁଇ ଭାଇଙ୍କ ମଧ୍ୟରୁ ଜୀବିତ ଥିବା ଜଗା । ଫୁଲବାଣୀରୁ ଆସିଥିବା ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଜଗାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଜଗା ସହିତ ତା’ ବାପା ଓ ମା’ ମଧ୍ୟ ନିଜ ଜିଲ୍ଲାକୁ ଫେରିଛନ୍ତି । ଫେରିବା ସମୟରେ ଜଗା ସମସ୍ତଙ୍କୁ ହାତ ହଲାଇ ବିଦାୟ ନେଇଥିଲା ।

"ମୋ ପୁଅକୁ ମୁଁ ଆଜି ନେଇକି ଯାଉଛି । ତା’ର ସେବା ଯତ୍ନ କରିଥିବା ଡାକ୍ତର ଓ ନର୍ସମାନଙ୍କୁ ଧନ୍ୟବାଦ ଜଣାଉଛି,’’ କହିଛନ୍ତି ଜଗାର ମା’ ପୁଷ୍ପାଞ୍ଜଳି କଅଁର । ଗତ ବର୍ଷ ନଭେମ୍ବର ୨୫ ତାରିଖ ଦିନ ସେପ୍ଟିସିମିଆରେ ଆକ୍ରାନ୍ତ ହୋଇ ଜଗାର ଭାଇ କାଳିଆର ମୃତ୍ୟୁ ଘଟିବା ପରେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିବା ତାଙ୍କ ପରିବାର ଲୋକେ ଜଗାକୁ ନିଜ ଜିଲ୍ଲାକୁ ନେଇ ସେଠାରେ ଚକିତ୍ସା କରାଇବା ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କେବଳ ଟାୱେଲ୍ ପିନ୍ଧି କାଜଲ୍ ରାଘୱାନୀ ଜବରଦସ୍ତ ନୃତ୍ୟ କଲେ; VIDEO ଭାଇରାଲ୍

ଜଗା ଏବେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଥିବା ଏକ ସ୍ବତନ୍ତ୍ର କ୍ୟାବିନରେ ରହିବ ବୋଲି କହିଛନ୍ତି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଡକ୍ତରୀ ଟିମ୍‌ର ସଦସ୍ୟ ଡାକ୍ତର ମନୋରଞ୍ଜନ ଦାସ । ‘‘ତା’ର ପରବର୍ତ୍ତୀ ଚିକିତ୍ସା ସେଠାରେ ହେବ । ଏଥି ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ମଧ୍ୟ ସେଠାରେ ଗଠନ କରାଯାଇଛି । ପେଡ଼ିଆଟ୍ରିକ୍‌ ଓ ସର୍ଜରୀ ବିଭାଗର ଦୁଇ ଜଣ ଡାକ୍ତର ତାକୁ ନିୟମିତ ଭାବେ ନିରୀକ୍ଷଣ କରିବେ,’’ କହିଛନ୍ତି ଡଃ ଦାସ ।

୨୦୧୭ ଅଗଷ୍ଟ ଓ ଅକ୍ଟୋବରରେ ଦିଲ୍ଲୀ ଏମ୍ସରେ ବିରଳ ଅସ୍ତ୍ରୋପଚାର କରି ଜଗା ଓ କାଳିଆଙ୍କୁ ଅଲଗା କରାଯାଇଥିଲା ।


ଜଗାର ବାପା ଓ ମା’ ତାକୁ ନିଜ ଜିଲ୍ଲାକୁ ନେଇ ସେଠାରେ ଚକିତ୍ସା କରାଇବା ପାଇଁ ଇଚ୍ଛା ପ୍ରକାଶ କରିବା ପରେ ଦୁଇ ଭାଇଙ୍କର ବିରଳ ଅସ୍ତ୍ରୋପଚାର କରିଥିବା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍‌ ଓ ଜଗାକୁ ଚିକିତ୍ସା କରୁଥିବା ଏସ୍‌.ସି.ବି. ହସପିଟାଲର ଡାକ୍ତରୀ ଟିମର ମତାମତ ଲୋଡ଼ିଥିଲେ ରାଜ୍ୟ ସରକାର । ଉଭୟ ଡାକ୍ତରୀ ଟିମର ସହମତି ମିଳିବା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ସହ ପରାମର୍ଶ କରାଯାଇଥିଲା । ଜଗା ଆବଶ୍ୟକ କରୁଥିବା ପରବର୍ତ୍ତୀ ଡାକ୍ତରୀ ଯତ୍ନ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ଥିବା ସ୍ପଷ୍ଟ ହେବା ପରେ ଶେଷରେ ଜଗାକୁ ସୋମବାର ଦିନ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।

ଏହା ବି ପଢ଼ନ୍ତୁ |ଯୌନ ଶୋଷଣ ପୀଡିତାଙ୍କୁ ଅଭିଯୁକ୍ତ ରାଖୀ ବାନ୍ଧୁ…’: ସୁପ୍ରିମ୍ କୋର୍ଟ HC ଆଦେଶକୁ ଖାରଜ କଲେ

‘‘ଜଗାର ସ୍ବାସ୍ଥ୍ୟାବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ଠିକ୍‌ ଅଛି । ତା’ ମୁଣ୍ଡରେ ଥିବା ଅପରେସନ୍‌ ଜନିତ କ୍ଷତ ବି ଶୁଖିଛି । ଏବେ ତାକୁ କେବଳ ଡାକ୍ତରଙ୍କ ଅବଜରଭେସନ୍‌ ଦରକାର । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଡାକ୍ତରୀ ଟିମକୁ ଜଗାର ପରବର୍ତ୍ତୀ ଯତ୍ନ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇ ଦିଆଯାଇଛି । ତା’ର କୌଣସି ସାଧାରଣ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ତା’ର ନିବାରଣ ସେମାନେ ନିଜେ କରିବେ । ଯଦି କିଛି ଜଟିଳ ସମସ୍ୟା ହୁଏ ତାହେଲେ ସେମାନେ ଆମ ଡାକ୍ତରୀ ଦଳ ସହିତ ପରାମର୍ଶ କରିବେ । ଅପରେସନ୍ନର ପାଞ୍ଚ ବର୍ଷ ପରେ ବୋନ୍‌ ଟ୍ରାନ୍ସପ୍ଲାଣ୍ଟ କରିବାର ନିୟମ ଥିବାରୁ ପରେ ବୋନ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ଜରିଆରେ ଜଗା ମୁଣ୍ଡରେ ଖପୁରୀ ଲଗାଯିବ,’’ କହିଛନ୍ତି ଏସ୍‌.ସି.ବି.ର ଜୁରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | CCTV କ୍ୟାମେରାରେ ଦିଶିଲା ଜଘନ୍ୟ ଦୃଶ୍ୟ: ନିଜ ମାକୁ ଶକ୍ତ ଚାପୁଡ଼ା ମାରି ହତ୍ୟା କଲା ପୁଅ

ଜଗା ଓ କାଳିଆଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କା ମଞ୍ଜୁର କରିଥିଲେ । ସେଥି ମଧ୍ୟରୁ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୯ ସେପଟେମ୍ବର ୭ ତାରିଖରୁ ଦୁଇ ଭାଇ କଟକ ବଡ଼ ମେଡ଼ିକାଲରେ ଡାକ୍ତରଙ୍କ ନିରୀକ୍ଷଣରେ ଥିଲେ ।

ଏହି ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କର ୨୦୧୭ ମସିହାର ଅଗଷ୍ଟ ୨୮ ଓ ଅକ୍ଟୋବର ୨୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଦିଲ୍ଲୀ ଏମ୍ସରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଥିଲା । ଏହା ଥିଲା ଭାରତର ପ୍ରଥମ କାର୍ଣ୍ଣିଓପେଗସ୍ ‌ଅପରେସନ୍ (craniopagus surgery) ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିରାଟ କୋହଲିଙ୍କୁ ମ୍ୟାଚ୍ ସମୟରେ ରାଗ ଆସିଲା; କିଛି କହିଦେଲେ ସେଦେଖନ୍ତୁ VIDEO

ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ଡାକ୍ତର ଦୀପକ ଗୁପ୍ତାଙ୍କ ସହ ଗଠିତ ୧୨୫-ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍‌ ଦ୍ବାରା ଏହି ବରିଳ ଅସ୍ତ୍ରୋପଚାର ହୋଇଥିଲା । ବଡ଼ କଥା ହେଉଛି ଯେ ସେହି ଅପରେସନ୍‌ ପାଇଁ ପୂର୍ବରୁ ସେହି ଭଳି ଦୁଇଟି ସଫଳ ଅପରୋସନ କରିଥିବା ନ୍ୟୁୟର୍କର ବିଶିଷ୍ଟ ପେଡିଆଟ୍ରିକ୍‌ ନ୍ୟୁରୋସର୍ଜନ୍ ପ୍ରଫେସର ଜେମ୍ସ ଟି. ଗୁଡରିଜଙ୍କ ପରାମର୍ଶ ମଧ୍ୟ ନିଆଯାଇଥିଲା ।

ଏହା ବି ପଢ଼ନ୍ତୁ | ଚାଷୀଙ୍କୁ ହୋଲି ପୂର୍ବରୁ ମିଳିବ ଉପହାର! PM-KISAN ଅଷ୍ଟମ କିସ୍ତି ତାଲିକାରେ ନିଜ ନାଁ ଦେଖନ୍ତୁ

ସେହି ଅତି ଜଟିଳ ଅପରେସନ୍‌ ପରେ ଶେଷରେ ଜନ୍ମରୁ ପରସ୍ପର ସହିତ ଯୋଡ଼ି ହୋଇ ରହିଥିବା ଏହି ଦୁଇ ଭାଇ ଅଲଗା ହୋଇଥିଲେ । ପ୍ରାୟ ଦୁଇ ବର୍ଷ ଏମ୍ସରେ ରହିବା ପରେ ଓଡ଼ିଶା ଫେରିଥିଲେ ଦୁହେଁ । ଅପରେସନ୍ ପୂର୍ବରୁ ହିଁ କାଳିଆର ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବା ଆଶଙ୍କା କରିଥିଲେ ଡାକ୍ତର । କିନ୍ତୁ ବିଭିନ୍ନ ପ୍ରକାର ଚିକିତ୍ସା, ସତର୍କତାମୂଳକ ପଦକ୍ଷେପ ଓ କାଳିଆ ପାଇଁ ଏମ୍ସ ପକ୍ଷରୁ ଜାରି ହୋଇଥିବା ସ୍ବତନ୍ତ୍ର ହେଲ୍ଥ୍‌ ଆଡଭାଇଜରୀ ଅନୁସାରେ ଏସ୍‌.ସି.ବି.ରେ ତା’ର ଚିକିତ୍ସା କରାଯାଉଥିଲା ।



ଦୁଇ ଭାଇଙ୍କୁ କଟକ ଅଣାଯିବା ପୂର୍ବରୁ ଏସ୍‌.ସି.ବି.ର ନ୍ୟୁରୋସର୍ଜରୀ ବିଭାଗର ଏକ ଡାକ୍ତରୀ ଟିମ୍‌ ମଧ୍ୟ ଏମ୍ସ ଗସ୍ତ କରି ସେମାନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ପରବର୍ତ୍ତୀ ଚିକିତ୍ସା ନେଇ ପରାମର୍ଶ କରିଥିଲେ । ଏସ୍‌.ସି.ବି.ରେ ପହଞ୍ଚିବା ପର ଠାରୁ ହିଁ ଏମ୍ସର ଡାକ୍ତରମାନଙ୍କ ପରାମର୍ଶ ଅନୁସାରେ ବିଭିନ୍ନ ବିଭାଗର ଡାକ୍ତରମାନଙ୍କୁ ନେଇ ଗଠିତ ଏକ ଡାକ୍ତରୀ ଟିମ୍‌ ଦୁଇ ଭାଇଙ୍କ ଚିକିତ୍ସା ଜାରି ରଖିଥିଲେ । ହେଲେ କାଳିଆକୁ ବଞ୍ଚାଇ ରଖାଯାଇପାରି ନ ଥିଲା ।
Published by: Anand Shankar Thankur Das
First published: March 22, 2021, 11:56 PM IST