ITR Data leak case: ବାବୁରାମଙ୍କୁ ଫସାଇଥିବା ଯୁବତୀ ହାଇଦ୍ରାବାଦର !

DRDO ତଥ୍ୟ ଲିକ୍‌ ମାମଲାରେ ପୋଲିସ ହାତରେ ନୂଆ ତଥ୍ୟ । ହାଇଦ୍ରାବାଦର ଛାତ୍ରୀ ବୋଲି କହି ବାବୁରାମଙ୍କୁ ଫସାଇଥିଲେ ପାକିସ୍ତାନୀ ମହିଳା । ହନିଟ୍ରାପ୍‌ କରିଥିବା ସ୍ପାଏ ଏଜେଣ୍ଟ ଓ ଚେନ୍‌କୁ ଚାଲିଛି ଖୋଜା । ଅଭିଯୁକ୍ତକୁ ପୁଣି ରିମାଣ୍ଡରେ ଆଣିପାରେ ପୋଲିସ ।

ITR Data leak case: ବାବୁରାମଙ୍କୁ ଫସାଇଥିବା ଯୁବତୀ ହାଇଦ୍ରାବାଦର !

ITR Data leak case: ବାବୁରାମଙ୍କୁ ଫସାଇଥିବା ଯୁବତୀ ହାଇଦ୍ରାବାଦର !

  • News18 Odia
  • Last Updated :
  • Baleshwar, India
  • Share this:
News 18 Odia Digital

ବାଲେଶ୍ୱର: ଚାନ୍ଦିପୁର DRDO ମାମଲାରେ ଏବେ ଗୋଟିଏ ନୂଆ କଥା ସାମ୍ନାକୁ ଆସିଛି। କୁହାଯାଉଛି ବାବୁରାମଙ୍କ ସହିତ କଥା ହେଉଥିବା ମହିଳା ଜଣଙ୍କ ହାଇଦ୍ରାବାଦର (Hyderabad) ବୋଲି ତାଙ୍କର ପରିଚୟ ଦେଇ କଥାବାର୍ତ୍ତା ହେଉଥିଲେ। ଏପରି ଯେଉଁ ନମ୍ବରରେ ବାବୁରାମଙ୍କ ସହିତ ଯୋଗାଯୋଗ କରୁଥିଲେ ସେ ନମ୍ବରଟି ଆନ୍ଧ୍ରପ୍ରଦେଶର ବୋଲି ଜଣା ପଡ଼ିଛି । ମହିଳା ଜଣକ କହିଥିଲେ କି ହାଇଦ୍ରାବାଦର ଗୋଟିଏ କଲେଜର ସେ ହେଉଛନ୍ତି ବିଜ୍ଞାନ ଛାତ୍ରୀ (science student) । ବିଜ୍ଞାନ ବିଭାଗର ପାଠ ପଢୁଥିବାରୁ ମିସାଇଲ୍‌ (missile) ସମ୍ପର୍କରେ ସେ ଅଧ୍ୟୟନ କରୁଛନ୍ତି । ଏଭଳି କହି ବାବୁରାମଙ୍କ ସହତ ଆତ୍ମୀୟତା ବଢ଼ାଇଥିଲା ଏବଂ ମିସାଇଲ ସମ୍ପର୍କରେ ଜାଣିବାକୁ ଇଚ୍ଛା କରୁଥିଲେ । ଏପରି ମଧ୍ୟ ଚର୍ଚ୍ଚା ହେଉଛି ଯେ ଯେଉଁ ମିସାଇଲ ଟେଷ୍ଟ ହେବାର ଅଛି ତାର ଫୋଟୋ ବା ଭିଡିଓ ଦେବା ସହ ସେ ସମ୍ପର୍କରେ ବାବୁରାମ ଯୁବତୀଙ୍କୁ ଡାଟା ଦେଉଥିଲେ । ଏଣୁ ଆନ୍ଧ୍ରପ୍ରଦେଶ ଲିଙ୍କ ସାମ୍ନାକୁ ଆସିବା ପରେ ଆନ୍ଧ୍ରପ୍ରଦେଶର ଗୋଇନ୍ଦା ବିଭାଗ ବାଲେଶ୍ବର ଆସି ଅଭିଯୁକ୍ତ ବାବୁରାମଙ୍କୁ ପଚରାଉଚରା କରୁଛି।

ସେହିପରି ଏୟାରଫୋର୍ସର (air force) ଗୁଇନ୍ଦା ବିଭାଗ ମଧ୍ୟ ଘଟଣାର ତଦନ୍ତ କରୁଛି । ପ୍ରକୃତରେ ଏହି ଘଟଣାରେ କେବଳ ବାବୁରାମ ନା ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆଉ କିଛି ଅଧିକାରୀ କି କର୍ମଚାରୀ ଏମିତି ଜାଲରେ ପଡିଛନ୍ତି ତାହାର ମଧ୍ୟ ତଦନ୍ତ କରିପାରେ NIA । ମୁଖ୍ୟତଃ ଏହି ପରି କାର୍ଯ୍ୟ କେବଳ ଜଣେ ନୁହେଁ କିଛି ଗ୍ରୁପ ମିଶି କରୁଥିବା ବେଳେ ଏହାର ଚେନ୍‌ ଦେଶର ବିଭିନ୍ନ ସ୍ଥାନରେ ରହିଥାଇପାରେ । ସେହିପରି ମାଷ୍ଟର ମାଇଣ୍ଡ ପାକିସ୍ତାନରେ ଥାଇ ସ୍ଲିପର ସେଲଙ୍କ ସହାୟତାରେ ଏପରି କରିଥାଇପାରେ । ଏଣୁ ଏକାଧିକ ଦିଗକୁ ନେଇ ଘଟଣାର ମୂଳ ଖୋଜିବ କେନ୍ଦ୍ରୀୟ ସଂସ୍ଥ। ।

ଏହି ଖବର ପଢ଼ନ୍ତୁ - http://ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା

ସେପଟେ ବାବୁରାମର ରିମାଣ୍ଡ ଅବଧି ଶେଷ ହୋଇଛି । ତାଙ୍କଠୁ ଜଵତ ହୋଇଥିବା ଲାପଟପ୍‌ , ମୋବାଇଲ ଓ ହାର୍ଡ ଡିସ୍କର ଡାଟା ରିକୋଭେରୀ ପାଇଁ ଲାବ୍ରୋଟାରୀକୁ ପଠାଯାଇଛି ।
Published by:Soubhagya Mishra
First published: