News 18 Digital
ବ୍ରହ୍ମପୁର: ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନକ ଛାତ୍ରଛାତ୍ରୀମାନେ ଆରମ୍ଭ କରିଛନ୍ତି ଏକ ଅଭିନବ ପ୍ରୟାସ । ବ୍ରହ୍ମପୁର ସହରରେ ଥିବା ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫେରାଲ ମେଡିକାଲରେ ପ୍ରତ୍ୟେକ ଦିନ ବ୍ୟବହାର ହେଉଥିବା ଇଲେକ୍ଟ୍ରି ସାମଗ୍ରୀ ଓ ଅନ୍ୟ ସାମଗ୍ରୀ ଗୁଡିକ ଅଚଳ ହୋଇପଡୁଛି । ଯାହା ଦ୍ୱାରା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ତେବେ ମେଡିକାଲେ ଏଭଳି ସେବା ଯୋଗାଇ ଦେବା ଲାଗି ଏବେ ଅଣ୍ଟା ଭିଡ଼ିଛନ୍ତି ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ।
ମେଡିକାଲ କଲେଜ ହସ୍ପିଟାଲରେ ଉନ୍ନତ ଭିତ୍ତିଭୂମି ସୁବିଧା ଯୋଗାଇବା ପାଇଁ ରାଜ୍ୟର ଦୁଇ ପ୍ରତିଷ୍ଠିତ ଅନୁଷ୍ଠାନ ହାତ ମିଳାଇଥିଲେ। ଚୁକ୍ତିନାମା ଅନୁଯାୟୀ, ଡାକ୍ତରଖାନାର ଶଯ୍ୟା, ଷ୍ଟ୍ରେଚର୍, ଚକ ଚେୟାର, ପ୍ରଶଂସକ,ଷ୍ଟାବିଲାଇଜର୍ ମରାମତି କରାଯାଇଛି।
ଏଥିପାଇଁ ଆଇଟିଆଇ ବ୍ରହ୍ମପୁର ୨୦ ଜଣ ଛାତ୍ରଙ୍କୁ ନେଇ ଏକ ଟିମ୍ ଗଠନ କରିଛି ଯାହା ପୋର୍ଟେବଲ୍ ୱେଲଡିଂ ମେସିନ୍ ଓ ଟୁଲ୍ କିଟ୍ ବାକ୍ସ ସହିତ ଭଲ ଭାବରେ ସଜ୍ଜିତ। ଛାତ୍ରମାନେ ପ୍ରକୃତ ଜୀବନ ସମସ୍ୟାର ସମାଧାନ ଓ ମେଡିକାଲ କଲେଜ ଏହାର ଆବଶ୍ୟକତା ଉପରେ ଶୀଘ୍ର ପ୍ରତିକ୍ରିୟା ପାଇବା ଉପରେ ବ୍ୟବହାରିକ ଜ୍ଞାନ ଆହରଣ କରିବେ। ଛାତ୍ରମାନେ ଡାକ୍ତରଖାନାର ସମସ୍ତ ବିଭାଗ ପରିଦର୍ଶନ କରିବେ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କେଉଁଠାରେ ଆବଶ୍ୟକ ତାହା ଦେଖିବେ।
ଆଇଟିଆଇର ଅଧ୍ୟକ୍ଷ ଡ଼.ରଜତ ପାଣିଗ୍ରାହୀଙ୍କ କହିଛନ୍ତି,"ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ କେବଳ କ୍ୟାମ୍ପସ ପରିସରରେ ସୀମିତ ନ ରହି ବାହାରେ ବୁଲି ସେମାନଙ୍କ ପ୍ରାକ୍ଚିକାଲ ଜ୍ଞାନ ଅଧିକା ଲାଭ କରିବା ଲାଗି ଅନୁଷ୍ଠାନ ପକ୍ଷରୁ ଏଭଳି ଉଦ୍ୟମ ଆରମ୍ଭ କରାଯାଇଛି । ବିଭିନ୍ନ ସମସ୍ୟା ସହ ସିଧାସଳଖ ଦେଖିବା ଓ ଏଗୁଡ଼ିକର ସମାଧାନ କରିବା ଦ୍ୱାରା ଛାତ୍ର ଛାତ୍ରୀ ମାନେ ଦକ୍ଷ ହୋଇପାରିବେ। ପରବର୍ତ୍ତୀ ସମୟରେ ସେମାନେ ରୋଜଗାରକ୍ଷମ ମଧ୍ୟ ହୋଇପାରିବେ"।
ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ମାସରେ କିଛି ଦିନ ମେଡିକାଲରେ ବିଭିନ୍ନ ବିଭାଗରେ ଥିବା ଇଲେକ୍ଟ୍ରି ସାମଗ୍ରୀ ଓ ମେସିନର ସମାସ୍ୟାକୁ ଚିହ୍ନଟ କରି ଏହାର ସମାଧାନ କରିବେ ଛାତ୍ରଛାତ୍ରୀମାନେ । ପରବର୍ତ୍ତୀ ସମୟରେ ଏମକେସିଜି ମେଡ଼ିକାଲ ସମେତ ଜିଲ୍ଲାର ଅନ୍ୟ ମେଡ଼ିକାଲକୁ ଯାଇ ଏଭଳି ମରାମତି କାର୍ଯ୍ୟ କରିବେ ବୋଲି ଆଶା ରଖିଛି ଆଇଟିଆଇ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।