ଫ୍ୟାନ ବ୍ୟାରିଙ୍ଗରେ ଆଇଟିଆଇ ଛାତ୍ରଛାତ୍ରୀ ନିର୍ମାଣ କଲେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି

ଫ୍ୟାନ ବ୍ୟାରିଙ୍ଗରେ ଗାନ୍ଧି । ଏଭଳି ଏକ ନିଆରା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ।

ଫ୍ୟାନ ବ୍ୟାରିଙ୍ଗରେ ଆଇଟିଆଇ ଛାତ୍ରଛାତ୍ରୀ ନିର୍ମାଣ କଲେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି

ଫ୍ୟାନ ବ୍ୟାରିଙ୍ଗରେ ଆଇଟିଆଇ ଛାତ୍ରଛାତ୍ରୀ ନିର୍ମାଣ କଲେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ବ୍ରହ୍ମପୁର; ଫ୍ୟାନ ବ୍ୟାରିଙ୍ଗରେ ଗାନ୍ଧି । ଏଭଳି ଏକ ନିଆରା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ । ମାତ୍ର ୧୫ ଦିନ ମଧ୍ୟରେ ଅନୁଷ୍ଠାନର ତିନୋଟି ଟ୍ରେଡ଼ର ଛାତ୍ରଛାତ୍ରୀ ମିଶି ନିର୍ମାଣ କରିଛନ୍ତି ଏହି ଗାନ୍ଧିଙ୍କ ମୂର୍ତ୍ତି ।



ଗାନ୍ଧିଙ୍କ ଏହି ମୂର୍ତ୍ତିଟିର ଉଚ୍ଚତା ୬ ଫୁଟ ରହିଥିବା ବେଳେ ଏଥିରେ ୧୬ଶହ ଫ୍ୟାନ ବେରିଙ୍ଗକୁ ବ୍ୟବହାର କରାଯାଇଛି । ପ୍ରାୟ ୧୦୦ କିଲୋ ବିଶିଷ୍ଟ ରହିଛି ଏହି ମୂର୍ତ୍ତି । ପୂର୍ବରୁ ବିଭିନ୍ନ ଅଦରକାରୀ ଲୁହା ସାମଗ୍ରୀରେ ଅନେକ କଳାକୃତି କରିଥିବା ବେଳେ ପ୍ରଥମ ଥର ନିମନ୍ତେ ଏଭଳି ଫ୍ୟାନ ବ୍ୟାରିଙ୍ଗରେ ମୂର୍ତ୍ତି କରି ଅନେକ ଶିକ୍ଷା ଲାଭ କରିଥିବା କହିଛନ୍ତି ଛାତ୍ରଛାତ୍ରୀ ।
ଏହି କଳାକୃତି ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଛାତ୍ରଛାତ୍ରୀମାନେ ଜାତିର ପିତା ମହାତ୍ମାଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଅବସରରେ ନିର୍ମାଣ କରିଛନ୍ତି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି । ଶିଳ୍ପ ତାଲିମ ଅନୁଷ୍ଠାନର ଓ୍ବେଲଡ଼ର, ପେଇଣ୍ଟର ଏବଂ ଫିଟର ଟ୍ରେଡ଼ର ଛାତ୍ରଛାତ୍ରୀ ମାନେ ଏହି ମୂର୍ତ୍ତିକୁ ନିର୍ମାଣ କରିଛନ୍ତି ।



ପୂର୍ବରୁ ବିଭିନ୍ନ ପ୍ରକାରର ଲୁହା ସାମଗ୍ରୀରେ ଅନେକ କଳାକୃତି ନିର୍ମାଣ କରାଯାଇଥିବା ବେଳେ ପ୍ରଥମ ଥର ପାଇଁ ଏଭଳି ଫ୍ୟାନ ବ୍ୟାରିଙ୍ଗରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିର୍ମିତ ହୋଇଛି । ଏହି ମୂର୍ତ୍ତିକୁ ନିର୍ମାଣ କରି ବେଶ ଶିକ୍ଷା ଲାଭ କରିଥିବା କହିଛନ୍ତି,‘‘ ଛାତ୍ରୀ ଆଲିସା ସେଠୀ । ଆଇଟିଆଇର ଛାତ୍ରଛାତ୍ରୀମାନେ ପୂର୍ବରୁ ବିଭିନ୍ନ ଅଦରକାରୀ ଲୁହାରେ ଅନେକ କଳାକୃତି କରିଥିଲେ । କିନ୍ତୁ ଏହି ଗାନ୍ଧିଜୀଙ୍କ ମୂର୍ତ୍ତିଟି ସମ୍ପୂର୍ଣ୍ଣ ରୂପେ ଫ୍ୟାନ ବ୍ୟାରିଙ୍ଗରେ ନିର୍ମାଣ କରାଯାଇଛି । ଅନୁଷ୍ଠାନରେ ଥିବା ଅଦରକାରୀ ଫ୍ୟାନରୁ ବ୍ୟାରିଙ୍ଗ ବାହାର କରାଯାଇଥିଲା । ଏହାସହିତ ସହରର ବିଭିନ୍ନ ଫ୍ୟାନ ବାଇଣ୍ଡିଙ୍ଗ୍‌ ଦୋକାନକୁ ଯାଇ ସେଠାରୁ କିଛି ବ୍ୟାରିଙ୍ଗ ସଂଗ୍ରହ କରାଯାଇଥିଲା ।

‘‘ଫ୍ୟାନ ବ୍ୟାରିଙ୍ଗ ଗୁଡ଼ିକୁ ସଂଗ୍ରହ କରିବା ପରେ ଗାନ୍ଧିଜୀଙ୍କ ମୂର୍ତ୍ତି ନିମନ୍ତେ ଏକ ଚିତ୍ର ନିର୍ମିତ କରାଯାଇଥିଲା । ଏହାପରେ ତିନି ଟ୍ରେଡ଼ର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ଏହି ମୂର୍ତ୍ତି ନିର୍ମାଣ କରାଯାଇଛି । ବର୍ତ୍ତମାନ ଫ୍ୟାନ ବ୍ୟାରିଙ୍ଗରେ ମୂର୍ତ୍ତିର ସମସ୍ତ କାର୍ଯ୍ୟ ଶେଷ ହୋଇଛି । ଆଉ କିଛି ଦିନ ପରେ ମୂର୍ତ୍ତିରେ ରଙ୍ଗ ଦିଆଯିବ । ଏହାପରେ ଏହି ମୂର୍ତ୍ତି ଦେଖିବାକୁ ଆହୁରି ଆକର୍ଷିତ ହେବା ସହିତ ସାଧାରଣ ଲୋକେ କିଭଳି ଏହାକୁ ଦେଖିପାରିବେ ସେ ନେଇ ଏହାକୁ ପ୍ରଦର୍ଶିତ କରାଯିବ ବୋଲି କହିଛନ୍ତି,‘‘ ଆଇଟିଆଇର ଶିକ୍ଷକ କାହ୍ନଚରଣ ବେହେରା ।

ଆଇଟିଆଇ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ଅଦରକାରୀ ଲୁହାରେ କରାଯାଇଥିବା ଅନେକ କଳାକୃତି ବହୁ ରେକର୍ଡ଼ରେ ସାମିଲ ହୋଇଛି । ଫ୍ୟାନ ବ୍ୟାରିଙ୍ଗରେ ନିର୍ମିତ ହୋଇଥିବା ଏହି କଳାକୃତି ମଧ୍ୟ ଅନେକ ରେକର୍ଡ଼ରେ ସାମିଲ ହେବ ବୋଲି ଆଶା ରଖିଛନ୍ତି ଆଇଟିଆଇର ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ।
Published by:Soubhagya Mishra
First published: