ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ

ସନ୍ତୋଷ ଗିରଫ ପରେ ଶନିବାର ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା ଭୁବନେଶ୍ୱର ଭିଜିଲାନ୍ସ ସେଲ୍ । ଜାମିନ ନ ମିଳିବାରୁ ସନ୍ତୋଷକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ (ଫାଇଲ୍ ଫଟୋ)

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ (ଫାଇଲ୍ ଫଟୋ)

  • Share this:
News18 Odia Digital

ଭୁବନେଶ୍ବର: ଜେଲ ଗଲେ ବାରିପଦା ସମନ୍ବିତ ଆଦିବାସୀ କଲ୍ୟାଣ ସଂସ୍ଥାର ( ଆଇ.ଟି.ଡି.ଏ. ) ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସନ୍ତୋଷଙ୍କୁ ଶୁକ୍ରବାର ଠାରୁ ଅଟକ ରଖି ଜେରା କରିଥିଲା ଭୁବନେଶ୍ୱର ଭିଜିଲାନ୍ସ ସେଲ୍ । ଦୁଇଦିନର ଚଢ଼ାଉ ପରେ ସନ୍ତୋଷ ସମ୍ପତ୍ତିର ହିସାବ ପାଇଛି ତଦନ୍ତକାରୀ ସଂସ୍ଥା। ତଦନ୍ତ ପରେ ଭିଜିଲାନ୍ସ ସ୍ପଷ୍ଟ କରିଛି ସନ୍ତୋଷ ୨ କୋଟି ୮୦ ଲକ୍ଷ ୫୬ ହଜାର ୮୬୪ ଟଙ୍କା ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି । ଯାହା ତାଙ୍କ ଆୟଠାରୁ ୨୪୫ ପ୍ରତିଶତ ଅଧିକ।

ସନ୍ତୋଷ ଗିରଫ ପରେ ଶନିବାର ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା ଭୁବନେଶ୍ୱର ଭିଜିଲାନ୍ସ ସେଲ୍ । ଜାମିନ ନ ମିଳିବାରୁ ସନ୍ତୋଷକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପଟେ ତାଙ୍କ ପାଖରୁ ମିଳିଥିବା ସମ୍ପତ୍ତିକୁ ନେଇ ଏବେ ବି ତଦନ୍ତ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁଇଦିନ ଧରି ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ସନ୍ତୋଷଙ୍କ ଘରୁ ନଗଦ ୪୧ ଲକ୍ଷ ୭୭ ହଜାର ଜବତ ହୋଇଛି। ଏତେ ପରିମାଣର ଟଙ୍କା କାହିଁକି ପାଖରେ ରଖି ଥିଲେ ଓ କେଉଁଠୁ ଆଣିଥିଲେ, ସେ ନେଇ ସନ୍ତୁଷ୍ଟଜନକ ଉତ୍ତର ଭିଜିଲାନ୍ସକୁ ଦେଇ ପାରି ନାହାଁନ୍ତି ସନ୍ତୋଷ । ସେହିଭଳି ତାଙ୍କ ପାଖରୁ ୨ କୋଟି ୮୦ ଲକ୍ଷ ୫୬ ହଜାର ୮୬୪ ଟଙ୍କା ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ପ୍ରମାଣ ମଧ୍ୟ ମିଳିଛି । ଯାହା ତାଙ୍କ ଆୟଠାରୁ ୨୪୫ ପ୍ରତିଶତ ଅଧିକ । ତେଣୁ ଏତେ ସମ୍ପତ୍ତି କେଉଁଠୁ ଆଣିଲେ ନିର୍ଦ୍ଦିଷ୍ଟ ଉତ୍ତର ଦେଇ ପାରିନାହାଁନ୍ତି । ତେଣୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଭିଜିଲାନ୍ସ ସେଲ ଏସ.ପି ଏମ.ରାଧାକ୍ରିଷ୍ଣନ।

ସୂଚନାଯୋଗ୍ୟ, ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ବାରିପଦା ସମନ୍ବିତ ଆଦିବାସୀ କଲ୍ୟାଣ ସଂସ୍ଥାର ( ଆଇ.ଟି.ଡି.ଏ. ) ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ୧୦ ଜଣ ଡି.ଏସ୍‌.ପି. ୪ ଜଣ ଇନ୍ସପେକ୍ଟର ଓ ୩୦ ଜଣ କର୍ମଚାରୀଙ୍କୁ ମିଶାଇ ମୋଟ ୪୪ ଜଣ ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ସନ୍ତୋଷଙ୍କ ଘରୁ ଜବତ ହୋଇଥିଲା ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା । ଭୁବନେଶ୍ୱର ବଡଗଡ଼ରେ ରହିଛି ଏକ ୪ ମହଲା ବିଶିଷ୍ଟ କୋଠା । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ରହିଛି ଏକ ଫ୍ଲାଟ। ଭୁବନେଶ୍ୱର କଳିଙ୍ଗବିହାରରେ ରହିଛି ନିର୍ମାଣଧିନ ଘର। ସେହିଭଳି ବାଲେଶ୍ଵରରେ ଏକ ଚାରି ମହଲା ଘର, ତିନୋଟି ପ୍ଲଟ ଓ ଏକ କାର ସାଙ୍ଗକୁ ତିନୋଟି ବାଇକ ଠାବ କରିଥିଲା ଭିଜିଲାନ୍ସ।
Published by:Lipina Das
First published:
)}