News 18 Odia Digital
ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା (rain) ସାଙ୍ଗକୁ ଲାଗିରହିଛି କୁଆପଥର ମାଡ଼ । ଆହୁରି ୫ ଦିନ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ (regional weather department) । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୯ ଜିଲ୍ଲାରେ ପ୍ରବଳ ବର୍ଷା (Heavy rain) ନେଇ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରିଛି ।
ମେ ଆରମ୍ଭରୁ ଲଘୁଚାପ ବର୍ଷା ସମ୍ଭାବନା ଅଛି । ପ୍ରଥମ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ମେ ୫ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଥିବା ଆକଳନ କରିଛି ଆଇଏମ୍ଡି (IMD) । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉ ହେଉ ମେ ୭ କିମ୍ବା ୮ ହେବ । ଏହାପରେ କଣ ରୂପରେଖ ରହିବ ତାହା କହିବା ଯଥେଷ୍ଟ ଆଗରୁ ସଠିକ୍ ହେବନାହିଁ । ପ୍ରାକ୍ ମୌସୁମି ଲଘୁଚାପ ସବୁବେଳେ ଗୁରୁତ୍ବ ବହନ କରେ । କାରଣ ପ୍ରାକ୍ ମୌସୁମୀ ଋତୁରେ ବାୟୁ ମଣ୍ଡଳର ଉପର ଓ ତଳ ଭାଗରେ ଥିବା ବାୟୁରେ ତାରତମ୍ୟ ଅଧିକ ନ ଥାଏ । ସମୁଦ୍ର ପତନର ତାପମାତ୍ରା ମଧ୍ୟ ଅଧିକ ରହେ । ଏହି ସବୁ କାରକ ଲଘୁଚାପକୁ ଶକ୍ତିଶାଳୀ କରାଏ ।
ଏବେ ଦକ୍ଷିଣ ଛତିଶଗଡ଼ ନିକଟବର୍ତ୍ତୀ ଅଞ୍ଚଳରେ ରହିଛି ଏକ ଘୂର୍ଣ୍ଣିବଳୟ । ଏହାସହ ପୂର୍ବ ବିଦର୍ଭା ଠାରୁ କର୍ଣ୍ଣାଟକ (Karnataka) ଯାଏଁ ଲମ୍ବିଛି ଏକ ଟ୍ରପ୍ ଲାଇନ୍। ପାଣିପାଗର ଏହି ଦୁଇ ପ୍ରକାର ନିୟାମକ ପ୍ରଭାବରେ ଲାଗି ରହିଛି କାଳବୈଶାଖୀ ବର୍ଷା । ମେ ୫ ତାରିଖ ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବ। ଆସନ୍ତା ୨୪ ଘଣ୍ଟାରେ ୯ ଜିଲ୍ଲା ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ନବରଙ୍ଗପୁର, ନୂଆପଡା, କଳାହାଣ୍ଡିରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଓ ନବରଙ୍ଗପୁରରେ କୁଆପଥର ବର୍ଷା ନେଇ ଦିଆଯାଇଛି ଅରେଞ୍ଜ ଆଲର୍ଟ । ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ମଧ୍ୟରେ ରହିବ।
ଏହି ଖବର ପଢ଼ନ୍ତୁ-
PonniyinSelvan2 ୨ ଦିନରେ ଶହେ କୋଟି ପାର: ଆମରିକାରେ ଜୋରଦାର କଲେକ୍ସନPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।