ସହଜ ନ ଥିଲା ହାଇଦରକୁ ଗିରଫ କରିବା; ଟେକନିକାଲ୍ ସର୍ଭେଇଲାନ୍ସର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ

କଟକର ଏସ୍.ସି.ବି. ହସପିଟାଲରୁ ୧୦ ତାରିଖ ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ହାଇଦର ଖସି ଯାଇଥିଲା, ହେଲେ ସନ୍ଧ୍ୟା ୭ଟାରେ କମିଶନରେଟ ପୋଲିସକୁ ଖବର ଦିଆଯାଇଥିଲା । ଏହି ବିଳମ୍ବ ସତ୍ତ୍ୱେ ପୋଲିସ ସଙ୍ଗେ ସଙ୍ଗେ ଆରମ୍ଭ କରିଦେଇଥିଲା ତାକୁ ଧରିବା ପାଇଁ ଅଭିଯାନ ।

ତେଲଙ୍ଗାନାରେ ଗିରଫ ହେବା ପରେ ଶେଖ୍ ହାଇଦର୍ (ଆଣ୍ଠୁ ମାଡ଼ି ବସିଛି)

ତେଲଙ୍ଗାନାରେ ଗିରଫ ହେବା ପରେ ଶେଖ୍ ହାଇଦର୍ (ଆଣ୍ଠୁ ମାଡ଼ି ବସିଛି)

  • Share this:
News18 Odia Digital

ଭୁବନେଶ୍ୱର: ତେଲଙ୍ଗାନାରେ ଲୁଚି ରହିଥିବା ଓଡ଼ିଶାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍‌ ଶେଖ୍‌ ହାଇଦରକୁ ଗିରଫ କରିବା ଓଡ଼ିଶା ପୋଲିସ ପାଇଁ ସେତେ ସହଜ ନ ଥିଲା । ଏହି ଚାଲାକ ଅପରାଧୀକୁ ଗିରଫ କରିବାର ପୂରା ପ୍ରକ୍ରିୟା ଥିଲା ଏକ ୧୨୦-ଘଣ୍ଟିଆ ଅପରେସନ୍‌ । ତାକୁ ତେଲେଙ୍ଗାନାର ଜାହୀରାବାଦରୁ ଗିରଫ କରିବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଶୁକ୍ରବାର ସକାଳେ ବିମାନ ଯୋଗେ ଭୁବନେଶ୍ୱର ଆଣିଥିଲା କମିସନରେଟ ପୋଲିସ ।

କଟକର ଏସ୍‌.ସି.ବି. ହସପିଟାଲରୁ ଏପ୍ରିଲ୍‌ ୧୦ ତାରିଖ ଅପରାହ୍ଣରେ ହାଇଦର୍‌ ଫେରାର୍‌ ହୋଇଯିବା ପରେ କମିଶନରେଟ୍‌ ପୋଲିସ ଆରମ୍ଭ କରିଥିଲେ ‘ଅପରେସନ୍‌ ହାଇଦର’ । ଘଣ୍ଟାକୁ ଘଣ୍ଟା ହାଇଦରର ସମ୍ଭାବ୍ୟ ଗତିବିଧି ଉପରେ ନଜର ରଖିବା ଓ ତା’ ସହଯୋଗୀମାନଙ୍କ ଠାରୁ ସୁରାକ ହାସଲ କରିବା ପରେ ଯାଇ ତାକୁ ଗିରଫ କରିବାରେ ପୋଲିସକୁ ସଫଳତା ମିଳିଥିଲା । ହାଇଦରକୁ ଗିରଫ କରିବା ପାଇଁ ଚିଲିଥିବା ଅପରେସନରେ ସାମିଲ ଥିଲା କମିସନରେଟ ପୋଲିସ ର ଚାରିଟି ଟିମ୍‌ । ଏହାର ନେତୃତ୍ୱ ନେଇଥିଲେ କଟକ ବାଦମବାଡି଼ ଓ ଚାଉଳିଆଗଞ୍ଜ ଥାନାର ଅଧିକାରୀ ।

ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥା

‘‘ଟେକନିକାଲ୍‌ ସର୍ଭେଇଲାନ୍ସ ତଥ୍ୟ ଅନୁସାରେ ଆମେ ତଦନ୍ତ ଆରମ୍ଭ କରିଥିଲୁ । ହାଇଦର୍‌ ଫେରାର୍‌ ହେବାର କିଛି ଘଣ୍ଟା ପରେ ୧୧ ତାରିଖରେ ହିଁ ଆମେ ଖବର ପାଇଯାଇଥିଲୁ ଯେ ସେ ହାଇଦ୍ରାବାଦରେ ଅଛି । ତେଣୁ ଆମେ ଟାର୍ଗେଟ କଲୁ ହାଇଦ୍ରାବାଦକୁ । ୧୩, ୧୪ ଓ ୧୫ ତାରିଖରେ ହାଇଦ୍ରାବାଦରେ ଆମ ଟିମ୍‌ ଡେରା ପକାଇଥିଲା । ଗୁରୁବାର ସନ୍ଧ୍ୟାରେ ତେଲେଙ୍ଗାନାର ଜାହିରାବାଦରୁ ହାଇଦରକୁ ଆମେ ଗିରଫ କରିବାରେ ସଫଳ ହୋଇଥିଲୁ,’’ କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ


ଜାହିରାବାଦରେ ହାଇଦର୍‌ ଏକ ବାଇକରେ ବୁଲୁଥିବା ବେଳେ ତାକୁ ଧରିଥିଲା କମିଶନରେଟ୍‌ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ । ‘‘ଆମକୁ ତେଲେଙ୍ଗାନା ପୋଲିସର ଏକ ଟିମ୍‌ ଓ ହାଇଦ୍ରାବାଦ ପୋଲିସର ଏକ ଟିମ୍‌ ସହଯୋଗ କରିଥିଲେ । ତାକୁ ଗିରଫ କରିବା ପରେ ଜାହିରବାଦ କୋର୍ଟରେ ହାଜର କରିଥିଲୁ ଓ ଟ୍ରାଞ୍ଜିଟ୍‌ ରିମାଣ୍ଡ ପାଇଥିଲୁ,’’ କହିଛନ୍ତି ପ୍ରିୟଦର୍ଶୀ ।

ଏହା ବି ପଢ଼ନ୍ତୁ | Gold Price: ଏବେ କରନ୍ତୁ ସୁନାରେ ନିବେଶ; ୧ରୁ ମାସରେ ମିଳିବ ଭଲ ଲାଭ; ଦେଖନ୍ତୁ ପଛ ରେକର୍ଡ଼

ଏସ୍‌.ସି.ବି. ହସପିଟାଲରୁ ୧୦ ତାରିଖ ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ହାଇଦର ଖସି ଯାଇଥିଲା, ହେଲେ ସନ୍ଧ୍ୟା ୭ଟାରେ କମିଶନରେଟ ପୋଲିସକୁ ଖବର ଦିଆଯାଇଥିଲା । ‘‘ଏହି ବିଳମ୍ବ ସତ୍ତ୍ୱେ ସଙ୍ଗେ ସଙ୍ଗେ ଆମେ ହାଇଦରର ରେକର୍ଡକୁ ଯାଞ୍ଚ କରିଥିଲୁ । ସେ ଯେହେତୁ ପୂର୍ବରୁ ନାଗପୁରରୁ ଗିରଫ ହୋଇଥିଲେ, ତେଣୁ ଆମେ ଅନୁମାନ କରିଥିଲୁ ଯେ ସେ ରାଜ୍ୟ ବହାରକୁ ଚାଲି ଯାଇଥିବେ । ତାଙ୍କ ପରିବାର ଲୋକଙ୍କ ଉପରେ ଆମେ ନଜର ରଖିଥିଲୁ । ଏହାରି ମଧ୍ୟରେ ହାଇଦରର ସହଯୋଗୀ ୟାକୁବକୁ ଆମେ ଗିରଫ କରିଥିଲୁ । ତା’ ପାଖରୁ ଅନେକ ତଥ୍ୟ ମିଳିଥିଲା। ସେହି ଆଧାରରେ ହାଇଦରକୁ ଧରିବା ପାଇଁ ଆମର ବିଭିନ୍ନ ଟିମ୍‌ ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଯାଇଥିଲା,’’ କହିଛନ୍ତି ପ୍ରିୟଦର୍ଶୀ ।

ଏହା ବି ପଢ଼ନ୍ତୁ | ମହିଳା ପୋଲିସରେ ଅଭିଯୋଗ କଲେ: ‘‘ମୋସ୍ୱାମୀ ବର୍ଷେ ଧରି ମୋସହ ସେକ୍ସ କରୁନାହାନ୍ତି…’’

ହାଇଦରର ସମ୍ପର୍କୀୟମାନଙ୍କ ସହ ହୋଇଥିବା ପଚରାଉଚରା ଓ ଟେକନିକାଲ ସର୍ଭେଇଲାନ୍ସକୁ ଭିତ୍ତି କରି ଏହି କୁଖ୍ୟାତ ଅପରାଧୀ ହାଇଦ୍ରାବାଦରେ ଛପି ରହିଛି ବୋଲି ଖବର ପାଇଥିଲା କମିଶନରେଟ୍‌ ପୋଲିସ ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍୧ରୁ ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍

ହାଇଦର୍‌ ହାତରେ ହାତକଡ଼ି ପକାଇଥିବା ବାଦାମବାଡ଼ି ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର କହିଛନ୍ତି, ‘‘ମୋତେ ଓ ମୋ’ ଟିମକୁ ଦିଆଯାଇଥିଲା ଗୁରୁ ଦାୟିତ୍ୱ । ଆମ ଟିମ୍‌ ହାଇଦରର ଇତିହାସ ପ୍ରଥମେ ଛାନଭିନ୍‌ କରିଥିଲୁ । ପରେ ସିପି ସାର୍‌ ଓ କଟକ ଡିସିପି ସାରଙ୍କ ତତ୍ୱାବଧାନରେ ଆମେ ପହଞ୍ଚିଥିଲୁ ହାଇଦ୍ରାବାଦ । ସେଠି ସ୍ଥାନୀୟ ପୋଲିସ ସହଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲୁ । ଆମେ ସାଦା ପୋଷାକରେ ଥିବାରୁ କେହି ଆମକୁ ସନ୍ଦେହ କରି ନ ଥିଲେ । ଗୁରୁବାର ସନ୍ଧ୍ୟାରେ ଏକ ବାଇକରେ ହାଇଦର ବୁଲୁଥିବା ସମୟରେ ଆମେ ତାକୁ କାବୁ କରିବାକୁ ସକ୍ଷମ ହୋଇଥିଲୁ । ଆମ ଟିମରେ ଥିବା ସବୁ ପୋଲିସ କର୍ମଚାରୀଙ୍କ ଦୃଢ଼ ମନବୋଳ ପାଇଁ ଆମେ ହାଇଦର ପାଖରେ ପହଞ୍ଚିବାରେ ସଫଳ ହୋଇଥିଲୁ ।’’



ହାଇଦର୍‌ ଫେରାର ହେବା ପରେ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା । କାର୍ଯ୍ୟରେ ଅବହେଳା ପାଇଁ ଛଅ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏବେ ହାଇଦର୍‌ ପୋଲିସ କବଜାରେ । କେଉଁଠି ତ୍ରୁଟି ରହିଲା ଓ ହାଇଦରକୁ ଫେରାର୍‌ ହେବାରେ କିଏ ସହଯୋଗ କଲା ଏବେ ସେହି ରହସ୍ୟ ବାହାର କରିବା କମିଶନରେଟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହେବ ।
Published by:Anand S.T. Das
First published: