ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ IT ରେଡ୍
- News18 Odia
- Last Updated :
- Odisha (Orissa), India
News18 Odia Digital
କେନ୍ଦୁଝର: ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ (Sanatan Mahakud) ଘରେ ଆୟକର ବିଭାଗର ଚଢ଼ାଉ (IT Raid)। କେନ୍ଦୁଝର ଯୋଡ଼ାସ୍ଥିତ ଅଫିସ, ଭୁବନେଶ୍ବର, ସମେତ ସନାତନଙ୍କ ପୈତୃକ ଗାଁ ନମ୍ବିରାରେ ଏକକାଳୀନ ଚଢ଼ାଉ କରାଯାଉଛି।
ଯୋଡ଼ାରେ ଥିବା ଅଫିସ୍ ବାହାରେ ବିଏସଏଫ ଯବାନ ମୁତୟନ ହୋଇଥିବା ବେଳେ ଭିତରେ ଆୟକର ଅଧିକାରୀମାନେ ଚଢ଼ାଉ ଜାରି ରଖିଛନ୍ତି। ଆଜି ସକାଳୁ ସକାଳୁ ଏହି ରେଡ୍ ଚାଲିଛି।
ପଢ଼ନ୍ତୁ ପୂରା ଖବର: Cyclone Mocha: ସୃଷ୍ଟି ହେଲା ବାତ୍ୟା ‘ମୋକା’; ୮କିମି ବେଗରେ କରୁଛି ଗତିଅଫିସ୍ ଭିତରେ କାଗଜପତ୍ର ୟାଞ୍ଚ କରୁଛନ୍ତି ଅଧିକାରୀ। ଏଥିସହ ଭୁବନେଶ୍ବର ସହିଦ ନଗରରେ ଥିବା ସନାତନଙ୍କ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ରେଡ୍ ଜାରି ରହିଛି। ଇନକମ ଟ୍ୟାକ୍ସ ବିଭାଗର ୧୦ ଜଣିଆ ଟିମ୍ ସହିଦନଗର ଘରେ ଚଢ଼ାଉ ଚଳାଇଛନ୍ତି। ଆୟକର ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।