News18 Odia Digital
ଭୁବନେଶ୍ୱର : ଚୀନରେ କରୋନା ହୁ ହୁ ବଢି ଚାଲିଛି। ଏପରିକି ସେଠାରେ ଅଣାୟତ ସ୍ଥିତି ଉପୁଜିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରମୁଖ ଖବର ପାଲଟିଛି। ଯାହାକୁ ନେଇ ଚିନ୍ତାରେ ବିଶ୍ଵବାସୀ। ପୂର୍ବରୁ ସାରା ବିଶ୍ୱ ଦେଖି ସାରିଛନ୍ତି କୋଭିଡର କରାଳ ରୂପ। ଲକ୍ଷ ଲକ୍ଷ ଜୀବନ ହାନି ହୋଇଛି। ଆଗକୁ ଆଉ ଏକ ଲହର ଆସୁଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଚେତାବନୀ ଦେବା ଆରମ୍ଭ କରି ଦେଇଛନ୍ତି।
ଧୀରେ ଧୀରେ ପୂର୍ବ ଏସିଆର ଅଧିକାଂଶ ଦେଶକୁ ବ୍ୟାପିବାରେ ଲାଗିଛି। ଚୀନରେ ବ୍ୟାପିଥିବା କରୋନାର ନୂଆ ଭାରିଏଣ୍ଟ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। ତେବେ ଭାରତରେ ଏହାର ପ୍ରଭାବ ଏଯାଏଁ ଦେଖିବାକୁ ମିଳିନାହିଁ। ମାତ୍ର ଆଗକୁ ଏହାର ପ୍ରଭାବ ପଡିବାର ସମ୍ଭାବନା ଅଧିକ ରହିଛି।
ଓଡିଶାରେ ମଧ୍ୟ କରୋନାର ଭୟାବହତା ଏଯାଏଁ ଦେଖିବାକୁ ମିଳି ନାହିଁ। ଏହା ପଛର ତିନୋଟି ପ୍ରମୁଖ କାରଣ ରହିଛି ବୋଲି ବିଶେଷଜ୍ଞ ମତ ଦେଉଛନ୍ତି। ଭାରତ ଓ ଓଡିଶା ସରକାରଙ୍କ କୋଭିଡକୁ ନେଇ ଆଗୁଆ ପଦକ୍ଷେପ। ଟୀକାକରଣ ଅଧିକରୁ ଅଧିକ ହୋଇଛି।
ସେପଟେ କୋଭିଡକୁ ନେଇ SOA ୟୁନିଭରସିଟିର ଭିସି ଅଶୋକ ମହାପାତ୍ର କହିଛନ୍ତି ବର୍ତ୍ତମାନ ସମୟରେ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି ଏଥର କିଭଳି ପ୍ରସ୍ତୁତି କରିବେ। କେତେ ବେଡ଼ କରିବାକୁ ନିର୍ଦ୍ଦେଶ ଦେଵ। ତାହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଆଗକୁ କଣ ହେବ କିଛି ଜଣା ନାହିଁ। ଆମେ କାହାକୁ ନ ଡରାଇ। ସତର୍କ ହେବା ଆଉ ସଜାଗ ହେବା। ଯେହେତୁ ଆଗକୁ କୋଭିଡର ଆଉ ଏକ ଲହର ଆସିବା ସମ୍ଭାବନା ରହିଛି। ତେଣୁ ପୁର୍ବ ପ୍ରସ୍ତୁତି ବହୁତ ଜରୁରୀ। ସେହିପରି କୋଭିଡକୁ ନେଇ ମେଡ଼ିକାଲ ସେବା ଯୋଗାଇ ଦେବା ପାଇଁ ସମ ହସ୍ପିଟାଲ ପ୍ରସ୍ତୁତ ହୋଇ ରହିଛି। କେବେ ରାଜ୍ୟ ସରକାରଙ୍କ ନିର୍ଦେଶକୁ ଅପେକ୍ଷା ବୋଲି SOA ୟୁନିଭରସିଟିର ଭିସି ଅଶୋକ ମହାପାତ୍ର କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।