‘ମୋତେ ଗୁପ୍ତଚରମାନେ ବିଷ ଦେଇ ମାରିଦେବାକୁ ଚେଷ୍ଟା କରିଥିଲେ,’ କହିଲେ ISROର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ
ଭାରତୀୟ ମହାକାଶ ଗବେଷଣା ସଙ୍ଗଠନର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ତପନ୍ ମିଶ୍ର ଏହା ବି କହିଛନ୍ତି ଯେ ଜୁଲାଇ ୨୦୧୭ରେ ଗୃହ ବିଭାଗର ସୁରକ୍ଷା କର୍ମୀମାନେ ତାଙ୍କୁ ଭେଟିଥିଲେ ଓ ଆର୍ସେନିକ୍ ବିଷାକ୍ତ ପଦାର୍ଥ ବିଷୟରେ ତାଙ୍କୁ ସତର୍କ କରାଇଥିଲେ ।

ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ର (ଫେସବୁକ୍)
- News18 Odia
- Last Updated: January 6, 2021, 4:50 PM IST
ନୂଆ ଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନର (ISRO) ଜଣେ ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ଦାବି କରିଛନ୍ତି ଯେ ତାଙ୍କୁ ୨୦୧୭ରେ ମାରାତ୍ମକ ଆର୍ସେନିକ୍ ଟ୍ରାଇକ୍ସାଇଡ୍ (Arsenic Trioxide) ବିଷ ଦିଆଯାଇଥିଲା । ବୈଜ୍ଞାନିକ ତପନ୍ ମିଶ୍ର (ISRO scientist Tapan Mishra) ନିଜ ଫେସବୁକ୍ ଆକାଉଣ୍ଟରେ ଏହି ଦାବି କରିଛନ୍ତି । ସେ କହିଛନ୍ତି ଯେ କେମିତି ଓ କାହିଁକି ଏପରି ରହସ୍ୟମୟ ସ୍ଥିତିର ସେ ସାମନା କଲେ ତାହା ସେ ଜାଣି ନାହାଁନ୍ତି ।
ମିଶ୍ର ନିଜ ଫେସବୁକ୍ ପୋଷ୍ଟରେ ଅଭିଯୋଗ କରିଛନ୍ତି ଯେ ବେଙ୍ଗାଲୁରୁର ISRO ମୁଖ୍ୟାଳୟରେ ପଦୋନ୍ନତି ପାଇଁ ଏକ ସାକ୍ଷାତକାର ସମୟରେ ତାଙ୍କ ଉପରେ ମାରାତ୍ମକ ଆର୍ସେନିକ୍ ଟ୍ରାଇକ୍ସାଇଡ୍ ବିଷାକ୍ତ ପଦାର୍ଥ ପ୍ରୟୋଗ ହୋଇଥିଲା । ସେହି ସାକ୍ଷାତକାର ମେ ୨୩, ୨୦୧୭ରେ ହୋଇଥିଲା । (ISRO scientist poison claim)
ଏହା ବି ପଢ଼ନ୍ତୁ | ମାହାଙ୍ଗା ଡବଲ ମର୍ଡର: ୪ ଜଣ ଅଭିଯୁକ୍ତ ଗିରଫ ହେଲେ; ହତ୍ୟାରେ ବ୍ୟବହୃତ ଖଣ୍ଡା ଜବତ ହେଲା

ତପନ ମିଶ୍ର ନିଜ ଫେସବୁକ୍ ଆକାଉଣ୍ଟରେ ଦେଇଥିବା ତାଙ୍କର ଡାକ୍ତରୀ ରିପୋର୍ଟ
‘‘ବହୁ ଦିନର ସାଇତା ଗୁପ୍ତ ତଥ୍ୟ’’ (Long Kept Secret) ଶୀର୍ଷକ ନିଜ ଫେସବୁକ୍ ପୋଷ୍ଟରେ ମିଶ୍ର ଆହୁରି ଦାବି କରିଛନ୍ତି ଯେ ଜୁଲାଇ ୨୦୧୭ରେ ଗୃହ ବିଭାଗର ସୁରକ୍ଷା କର୍ମୀମାନେ ତାଙ୍କୁ ଭେଟିଥିଲେ ଓ ଆର୍ସେନିକ୍ ବିଷାକ୍ତ ପଦାର୍ଥ ବିଷୟରେ ତାଙ୍କୁ ସତର୍କ କରାଇଥିଲେ । ସେମାନେ ଡାକ୍ତରମାନଙ୍କୁ ସଠିକ୍ ପ୍ରତିକାର ଉପରେ ଧ୍ୟାନ ଦେବାର ପଦ୍ଧତି ବିଷୟରେ ବି ଜଣାଇଥିଲେ ।
ଏହା ବି ପଢ଼ନ୍ତୁ | ଯାଜପୁର: ଅପହରଣକାରୀଙ୍କ କବଳରୁ ଖସିଲା ସ୍କଲ୍ ଛାତ୍ର; ଶିଶୁ କନ୍ୟା ପିହୁ ଏବେ ବି ନିଖୋଜ
ମିଶ୍ର ଏହା ମଧ୍ୟ ଦାବି କରିଛନ୍ତି ଯେ ପରବର୍ତ୍ତୀ ସମୟରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା, ଅସ୍ୱାଭାବିକ ଚର୍ମ ଉଦଗୀରଣ, ଚର୍ମ ଝ଼ଡ଼ିବା ଓ ଫଙ୍ଗାଲ୍ ସଂକ୍ରମଣ ଭଳି ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇଥିଲେ । ନିଜ ପୋଷ୍ଟ ସହିତ ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ତାଙ୍କର ଡାକ୍ତରୀ ରିପୋର୍ଟର ଫଟୋ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀର AIIMS ରିପୋର୍ଟରୁ ଜଣାପଡ଼ିଥିଲା ଯେ ସେ ଆର୍ସେନିକ୍ ବିଷାକ୍ତ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ | ନୟାଗଡ଼ ନାବାଳିକାର ହତ୍ୟା ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହେଲା; ତା’ର ନାର୍କୋ ଟେଷ୍ଟ୍ ହେବନି
“ଏହାର (ବିଷାକ୍ତ ଦ୍ରବ୍ୟ ଦେବାର) ଉଦ୍ଦେଶ୍ୟ ବୋଧ ହୁଏ ଗୁପ୍ତଚର ଆକ୍ରମଣ ଥିଲା । ସିନ୍ଥେଟିକ୍ ଆପେରଚର ରାଡାର ନିର୍ମାଣ କରିବା ସମେତ ସାମରିକ ଓ ବାଣିଜ୍ୟିକ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ଥିବା ଜଣେ ବୈଜ୍ଞାନିକଙ୍କୁ ହଟାଇବା ବୋଧହୁଏ ସେମାନଙ୍କର ଲକ୍ଷ ଥିଲା,’’ ସେ ଲେଖିଛନ୍ତି ।
ମିଶ୍ର କହିଛନ୍ତି ଯେ ସେ ଚାହୁଁଛନ୍ତି ଭାରତ ସରକାର ଏହି ଘଟଣାର ଅନୁସନ୍ଧାନ କରନ୍ତୁ, କିନ୍ତୁ ମିଶ୍ରାଙ୍କ ଦାବି ସମ୍ପର୍କରେ ISRO ତରଫରୁ କୈଣସି ପ୍ରତିକ୍ରିୟା ଆସି ନ ଥିଲା ।