ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲା ବିଜେପି; 'ଓଡ଼ିଶାରେ ପରିବର୍ତ୍ତନ ସମୟ ଆସିଲାଣି'

ବାଣପୁର ଜନସଭାରୁ ନବୀନଙ୍କୁ ଟାର୍ଗେଟ କଲେ ଜେପି ନଡ୍ଡା । କହିଲେ ଓଡ଼ିଶାରେ ଅରିଜିନାଲ ସରକାର ଚାଲିଛି ନା ଡୁପ୍ଲିକେଟ ସରକାର ଚାଲୁଛି। କିଛି ଜଣାପଡୁ ନାହିଁ। କିଏ ସରକାର ଚଳାଉଛି, ତାହା ବି ଜଣା ପଡୁନାହିଁ।

ଓଡ଼ିଶାରେ ଅରିଜିନାଲ ସରକାର ଚାଲିଛି ନା ଡୁପ୍ଲିକେଟ; ଜେପି ନଡ୍ଡା

ଓଡ଼ିଶାରେ ଅରିଜିନାଲ ସରକାର ଚାଲିଛି ନା ଡୁପ୍ଲିକେଟ; ଜେପି ନଡ୍ଡା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ବାଣପୁର ପଲଟନ ପଡିଆ ଜନସଭାରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ପୁରୀ ଲୋକସଭା କ୍ଷେତ୍ର ପକ୍ଷରୁ ନଡ୍ଡାଙ୍କୁ ସ୍ୱାଗତ କରାଯାଇଥିଲା। ଗୋଟିଏ ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଷ୍ଟ୍ରୀୟ ମୁଖ୍ୟପାତ୍ର ସମ୍ବିତ ପାତ୍ର, ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଧାୟକ ଲଳିତେନ୍ଦୁ ଵିଦ୍ୟାଧର ମହାପାତ୍ର, ବରିଷ୍ଠ ନେତ୍ରୀ ସୁରୁମା ପାଢ଼ୀ, ଦଳର ବରିଷ୍ଠ ନେତା ବିଭୁତି ଭୂଷଣ ହରିଚନ୍ଦନ, ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ, ରାଜ୍ୟ ସଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।



ବାଣପୁର ଜନସଭାରୁ ନବୀନଙ୍କୁ ଟାର୍ଗେଟ କଲେ ଜେପି ନଡ୍ଡା । କହିଲେ ଓଡ଼ିଶାରେ ଅରିଜିନାଲ ସରକାର ଚାଲିଛି ନା ଡୁପ୍ଲିକେଟ ସରକାର ଚାଲୁଛି। କିଛି ଜଣାପଡୁ ନାହିଁ। କିଏ ସରକାର ଚଳାଉଛି, ତାହା ବି ଜଣା ପଡୁନାହିଁ। ଏମିତି କହି ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ନବୀନଙ୍କୁ ସିଧା ଟାର୍ଗେଟ କରିଥିଲେ ନଡ୍ଡା । ସେହିପରି ବିଜେଡି ସରକାର ଘୋଷଣା କରିଥିବା ଓଡ଼ିଆ ବିଶ୍ଵବିଦ୍ୟାଳୟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା । ଓଡ଼ିଶାରେ ମହିଳା ଅତ୍ୟାଚାର ଦୁଇଗୁଣ ବଢିଛି। ଏପରିକି ରାଜ୍ୟରେ ପୋଲିସ ଉପରକୁ ମଧ୍ୟ ଆକ୍ରମଣ ହେଉଛି। ସାଧାରଣ ଲୋକ ତ ଦୂରର କଥା। ପୋଲିସ ବି ଏଠି ସୁରକ୍ଷିତ ନୁହନ୍ତି । ବିଜୁ ପକ୍କା ଘର, ରତ୍ନ ଭଣ୍ଡାର ଚାବି ହଜିବା, ମହିଳା ନିର୍ଯ୍ୟାତନା କଥା ଉଠାଇ ନବୀନଙ୍କୁ ଟାର୍ଗେଟ କଲେ ନଡ୍ଡା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ବଦଳାଇ ବିଜୁ ପକ୍କା ଘର କରିଛନ୍ତି ରାଜ୍ୟ ସରକାର । ସେଥିରେ ବି ହେରାଫେରି କରୁଛନ୍ତି। ପକ୍କା ଘର ଥିବା ଲୋକ ଘର ପାଉଛି। ଅଥଚ ଚାଳ ଘର ଥିବା ଲୋକ ଘର ପାଉ ନାହିଁ । ଏବେବି ଓଡ଼ିଶାରୁ ଦାଦନ ଖଟିବାକୁ ଲୋକ ରାଜ୍ୟ ବାହାରକୁ ଯାଉଛନ୍ତି । କିନ୍ତୁ ଏଠିକା ସରକାର ଆୟୁସ୍ମାନ ଯୋଜନାକୁ ଚାପି ରଖିଛନ୍ତି, ଲାଗୁ କରୁ ନାହାନ୍ତି । ଦିଲ୍ଲୀ, ମୁମ୍ବାଇକୁ କାମ କରିବାକୁ ଯାଉଥିବା ଲୋକଙ୍କୁ କଣ ଚିକିତ୍ସା ସୁବିଧା ଯୋଗାଇ ଦେଇ ପାରିବେ କି ନବୀନ । କେବଳ ଆୟୁସ ଯୋଜନାରେ ହିଁ ସେମାନେ ସୁବିଧା ପାଇ ପାରିବେ । ରତ୍ନ ଭଣ୍ଡାର ଚାବି ହଜି ଯାଉଛି, ବିଜେଡି ସରକାର କିନ୍ତୁ ଜାଣି ପାରୁ ନାହାନ୍ତି । ଡୁପ୍ଲିକେଟ ଚାବି ଆଣି ଦେଖଉଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ଭାଷଣରେ ଏଭଳି କିଛି କହି ନବୀନଙ୍କୁ ଟାର୍ଗେଟ କରିଛନ୍ତି । ତାସହ ମୋଦି ସରକାର ଓଡିଶା ପାଇଁ କଣ କରିଛିନ୍ତି। ତା'ର ହିସାବରେ ଦେଇଛନ୍ତି।



ବାଣପୁର ଜନସଭାରୁ ବିଜେଡି ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ବିଜେଡି ପ୍ରତିଷ୍ଠା ଦିବସରେ ମାଆଙ୍କ ଆଶୀର୍ବାଦରୁ ୧୦୦ ବର୍ଷ ଶାସନ କରିବା ଏବଂ ଜାତୀୟ ପାର୍ଟିକୁ ସମାଲୋଚନା କରିବାର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶାରେ ଜାତୀୟ ଦଳର ଭୂମିକା ନାହିଁ ବୋଲି ବିଜେଡି କହୁଛି । କେନ୍ଦ୍ରକୁ ସରକାରଙ୍କୁ ନାଲି ଆଖି ଦେଖାଅ ନାହିଁ ବୋଲି ବିଜେଡିକୁ କହିଲେ ଧର୍ମେନ୍ଦ୍ର ।

କଂସର କି ରାବଣର ଅହଂକାର ରହିନି କି ଦମ୍ଭ ଶୋଭା ପାଏନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୯ ମିନିଟ ଭିଡ଼ିଓ ଭାଷଣରୁ ଦେଢ଼ ମିନିଟ ଭଲ ଥିଲା । ସାଢ଼େ ସାତ ମିନିଟ ବିଷଦଗାର ଥିଲା । ମାଆମାନଙ୍କ ଆଶୀର୍ବାଦରୁ ୧୦୦ ବର୍ଷ ଶାସନ କରିବ ବୋଲି ବିଜେଡି କହୁଛି । ହେଲେ ବିଧାନସଭା ତଥ୍ୟ କହୁଛି ଏଠି ନାରୀ ନିର୍ଯ୍ୟାତନା ସଂଖ୍ୟା ବଢିଛି । ମମିତା ମେହେର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର। ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦଦେଇ କହିଲେ, କେବଳ ହିଞ୍ଜିଳିକାଟୁରୁ କେତେ ମାଆ ଦାଦନ ଖଟିବାକୁ ଯାଉଛନ୍ତି, ତାର ସର୍ଭେ କରନ୍ତୁ। ସେଥିରୁ ଜଣା ପଡିଯିବ ବିଜେଡିର ମାଆମାନଙ୍କୁ କେତେ ସମ୍ମାନ । ଓଡ଼ିଶାକୁ ରେଳବାଇ ଓ ରୋଡ଼ କ୍ଷେତ୍ରର ବିକାଶ ପାଇଁ କୋଟି କୋଟି ଟଙ୍କା ଦିଆଯାଇଛି । ମୋଦି ପଠାଇଥିବା କୋଭିଡ ଟୀକା ରାଜ୍ୟବାସୀ ନେଇଛନ୍ତି । କୋଭିଡ ସମୟରେ ଚିକିତ୍ସା ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହୋଇଛି। ସେସବୁ ଅର୍ଥ କେନ୍ଦ୍ର ପିଏସୟୁରୁ ଦିଆଯାଇଛି।



ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ ବିଜେଡିକୁ ଟାର୍ଗେଟ କରି କହିଥିଲେ ଓଡ଼ିଶାରେ ପରିବର୍ତ୍ତନ ପାଇଁ ସମୟ ଆସିଗଲାଣି । ବର୍ତ୍ତମାନ ସମୟରେ ଓଡ଼ିଶାରେ ମହିଳା ଅତ୍ୟାଚାରରେ ଏକ ନମ୍ବର । ରାଜ୍ୟ ସରକାର ଏହାକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି । ବିଜ୍ଞାପନ ଦେଇ କହୁଛନ୍ତି ଆମେ ଏକ ନମ୍ବର । ଯିଏ ଦୁଷ୍କର୍ମ, ହତ୍ୟା କରନ୍ତି, ସିଏ ଏଠି ମନ୍ତ୍ରୀ । ଓଡ଼ିଶାରେ ନିଯୁକ୍ତି ନାହିଁ । ଦାଦନ ଖଟିବାକୁ ରାଜ୍ୟର ଲୋକ ବାହାର ରାଜ୍ୟକୁ ଯାଉଛନ୍ତି । ଆୟୁଷ୍ମାନ ଯୋଜନାକୁ ଚାପି ରଖିଛନ୍ତି ଧୃତରାଷ୍ଟ୍ର । ଧୃତରାଷ୍ଟ୍ର ଏ ଦିଗରେ ପଦକ୍ଷେପ ନେଉ ନାହାନ୍ତି । ଓଡ଼ିଶାର ଜଣସାଧାରଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଲେଣି । ଓଡ଼ିଶାରେ ବିକାଶ ନାହିଁ ଦୁର୍ନୀତି ଅଛି । ବିକାଶ ନାହିଁ ହିଂସା ଅଛି । ତେଣୁ ଓଡ଼ିଶାରେ ପରିବର୍ତ୍ତନ ହେବ ।
Published by:Soubhagya Mishra
First published: