News 18 Odia Digital
ଭୁବନେଶ୍ୱର; ସାନଖେମୁଣ୍ଡିର ନନ୍ଦକିଶୋର ବେହେରା ଜୀବିତ ନା ମୃତ ? କାରଣ ଡ଼ମପଡା ଅଭୟାରଣ୍ୟରେ ( Damapada Sanctuary) ମିଳିଛି ଅଜଣା ବ୍ୟକ୍ତିଙ୍କର ଅସ୍ଥି କଙ୍କାଳ ( Skeleton ) । ଯାହାକୁ ନେଇ ସନ୍ଦେହ ବଢିଛି । ସାନମୁଣ୍ଡଳୀ ଗ୍ରାମର ନନ୍ଦକିଶୋର ବେହେରା ଏହି ଅଭୟାରଣ୍ୟରେ ନିଖୋଜ ( Missing ) ହୋଇଥିଲେ । ନିଖୋଜ ହୋଇଥିବାର ବାଙ୍କୀ ଥାନାରେ ଅଭିଯୋଗ ହୋଇଥିଲା। ଏହି କଙ୍କାଳ କାଳେ ନନ୍ଦକିଶୋରଙ୍କ ହୋଇଥିବ ସେନେଇ ନନ୍ଦକିଶୋରଙ୍କ ପୁତୁରାଙ୍କୁ ଡାକି ଆଜି ଦେଖାଇ ଦିଆଯାଇଛି। ସେପଟେ କାହାର ହାଡ଼ କଙ୍କାଳ ଏଫଏମଟି ପରୀକ୍ଷା ପାଇଁ କଟକ ପଠାଇ ଦିଆଯାଇଥିବା ବାଙ୍କୀ ଆଇଆଇସି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଡ଼ମପଡା ଅଭୟାରଣ୍ୟରେ ଭଗିପୁର ବନବିଭାଗର କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ମଣିଷର ଖପୁରୀକୁ ଦେଖିଥିଲେ । ପାଖକୁ ଯାଇ ଦେଖିବା ବେଳକୁ ମଣିଷର କଙ୍କାଳ ମଧ୍ୟ ପଡିରହିଛି । ରାଜଗଡ଼ ମୁଣ୍ଡିଆ ଓ ବେଙ୍ଗପାଣି ଘାଟି ନିକଟରେ କଙ୍କାଳ ପାଖରେ ସାର୍ଟ ପକେଟରେ କିଛି କାଗଜପତ୍ର, ଭିତରେ ଟଙ୍କା ମିଳିଥିଲା । ଏହି ଖବର ବାଙ୍କୀ ଥାନାକୁ ଦିଆଯିବା ପରେ ବାଙ୍କୀ ଥାନା ଅଧିକାରୀ କଇଁମୁଣ୍ଡି, ଫାଣ୍ଡି ଅଧିକାରୀ କଙ୍କାଳ ପଡିଥିବା ସ୍ଥାନକୁ ଯାଇଥିଲେ। ଡ଼ମପଡା ତହସିଲଦାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଜଙ୍ଗଲରୁ କଙ୍କାଳ ଉଦ୍ଧାର କରିଛି ପୋଲିସ । ସନ୍ଦେହ କରାଯାଉଛି ଯେ, ସାନମୁଣ୍ଡଳୀ ଗ୍ରାମର ନନ୍ଦକିଶୋର ବେହେରା ଏହି ଅଭୟାରଣ୍ୟରେ ନିଖୋଜ ହୋଇଥିଲେ। ନିଖୋଜ ହୋଇଥିବାର ବାଙ୍କୀ ଥାନାରେ ଅଭିଯୋଗ ହୋଇଥିଲା। ଏହି କଙ୍କାଳ ହୁଏତ ତାଙ୍କର ହୋଇଥାଇପାରେ । ସାର୍ଟ ଓ ପକେଟରେ ଥିବା କାଗଜପତ୍ର ନନ୍ଦ ଦାଦାଙ୍କର ବୋଲି ତାଙ୍କ ପୁତୁରା ପୋଲିସକୁ ସୂଚନା ଦେଇଛନ୍ତି। ସେପଟେ ବାଙ୍କୀ IIC ସୌମେନ୍ଦୁ ଶେଖର ତ୍ରିପାଠୀ କହିଛନ୍ତି ଏହାକୁ ନେଇ ଅଧିକ ତଦନ୍ତ ଚାଲିଛି।
ନନ୍ଦକିଶୋର ବେହେରା ଗତ ଅଗଷ୍ଟ ମାସ ୨୮ ତାରିଖରୁ ନିଖୋଜ ଅଛନ୍ତି । ନନ୍ଦ ମଉସାଙ୍କୁ ଅଜଗର ଗିଳି ଦେଇଥିବାର ଅଭିଯୋଗ କରିଥିଲେ ପରିବାର ଲୋକେ । ନିଖୋଜ ନେଇ ବାଙ୍କୀ ଥାନାରେ ଅଭିଯୋଗ ହୋଇଥିଲା । ନନ୍ଦ ମଉସା ଜୀବିତ ନା ମୃତ । ମିଳିଥିବା ହାଡ଼ କଙ୍କାଳ କାହାର ? ପରିବାର ଲୋକ କହୁଛନ୍ତି ନନ୍ଦ ମଉସାଙ୍କର । ତେବେ ରିପୋର୍ଟ ଆସିଲେ ହିଁ ସ୍ପଷ୍ଟ ହେବ ନନ୍ଦ ମଉସା ଜୀଵିତ ନା ମୃତ ।
https://odia.news18.com/news/trending/air-india-urination-matter-new-twist-revealed-6ssm-130122-ssm-147963.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।