କଟକରେ ପୁଣି ସକ୍ରିୟ ହେଲାଣି କି ଡି-ବ୍ରଦର୍ସ ଗ୍ୟାଙ୍ଗ? ଲୁଟ୍ ଅଭିଯୋଗରେ ଆରିଫର ମା’ ଗିରଫ

ଚ଼ୌଦ୍ୱାର ଜେଲରେ ଥିବା ଡି-ବ୍ରଦର୍ସ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ଆରିଫ୍‌ର ଇଙ୍ଗିତରେ ହୋଇଥିଲା ବ୍ୟବସାୟୀଙ୍କ ଠାରୁ ଲୁଟ୍ । ଆରିଫର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିଥିଲେ ତା’ ମା’ ଜୋହରା ବିବି । ଜୋହରା ଜେଲ ବାହାରେ ଥିବା ପୁଅ ଗ୍ୟାଙ୍ଗର ୫ ଜଣ ସହଯୋଗୀଙ୍କୁ ଏକାଠି କରି ଲୁଟ୍‌ର ପ୍ଲାନ୍‌ ବନେଇଥିଲେ ।

କଟକରେ ପୁଣି ସକ୍ରିୟ ହେଲାଣି କି ଡି-ବ୍ରଦର୍ସ ଗ୍ୟାଙ୍ଗ? ଲୁଟ୍ ଅଭିଯୋଗରେ ଆରିଫର ମା’ ଗିରଫ
ଧଳସାମନ୍ତ ବ୍ରଦର୍ସ
  • News18 Odia
  • Last Updated: January 16, 2020, 10:02 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ସହରର ଅପରାଧ ଜଗତରେ ମହିଳାମାନଙ୍କ ସମ୍ପୃକ୍ତିକୁ ନେଇ ପୁଣି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଚୌଦ୍ୱାର ଜେଲ୍‌ରେ ଥିବା କୁଖ୍ୟାତ ଡି-ବ୍ରଦର୍ସ ଗ୍ୟାଙ୍ଗର ସାର୍ପ ସୁଟର ଆରିଫ୍ ଖାନ୍‌ର ମା’କୁ ଏକ ଲୁଟ୍‌ ମାମଲାର ଷଡ଼ଯନ୍ତ୍ର ରଚନା କରିବା ଅଭିଯୋଗରେ ଗରିଫ କରିଛି ଜଗତପୁର ପୋଲିସ ।

ଆରିଫର ମା’ ଜୋହରା ବିବିଙ୍କ ସହ ଲୁଟରେ ସାମିଲ ଥିବା ଆରିଫର ସହଯୋଗୀ ଏର୍ସାଦ ମହମ୍ମଦକୁ ମଧ୍ୟ ଗରିଫ କରିଛି ପୋଲିସ । ଜୋହରାଙ୍କ ଠାରୁ ଲୁଟ ହୋଇଥିବା ୫ ଲକ୍ଷ ଟଙ୍କା ମଧ୍ୟରୁ ୨୧ ହଜାର ଟଙ୍କା ଜବତ ମଧ୍ୟ ହୋଇଛି ।

ଗତ ୬ ତାରିଖ ଦିନ ପ୍ରାୟ ସାଢେ ୧୨ଟା ସମୟରେ କଟକର ଟାଙ୍ଗୀ ଅଞ୍ଚଳର ଜ୍ଞାନେନ୍ଦ୍ର ବେହେରା ନାମକ ଜଣେ ମଦ ବ୍ୟବସାୟୀ ନିଜର ବନ୍ଧୁଙ୍କ ସହ ୫ ଲକ୍ଷ ଟଙ୍କା ନେଇ ବାଇକ ଯୋଗେ କଟକ ଆସୁଥିଲେ । ଏହି ସମୟରେ ଜଗତପୁର ଡକବଙ୍ଗଳା ନିକଟରେ ୫ ଜଣ ଦୁର୍ବୃତ୍ତ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ସବୁ ଲୁଟି ନେଇଥିଲେ ।

ଏହି ଘଟଣାର ତଦନ୍ତ ସମୟରେ ପୋଲିସ ହାତରେ ଲାଗିଥିଲା ଏକ ଚାଞ୍ଚଲ୍ୟକର ତଥ୍ୟ । ଚୌଦ୍ୱାର ଜେଲରେ ଥିବା ଡି-ବ୍ରଦର୍ସ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ଆରିଫର ଇଙ୍ଗିତରେ ହୋଇଥିଲା ଏହି ଲୁଟ । ଆରିଫର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିଥିଲେ ତାର ମା’ ଜୋହରା ବିବି ।

ଆରିଫ୍‌ ଖାନ୍‌


ଜୋହରା ଜେଲ ବାହାରେ ଥିବା ପୁଅ ଗ୍ୟାଙ୍ଗର ୫ ଜଣ ସହଯୋଗୀଙ୍କୁ ଏକାଠି କରି ଲୁଟ୍‌ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବାର ପ୍ରମାଣ ମିଳିଛି ବୋଲି ଜଗତପୁର ପୋଲିସ ପକ୍ଷରୁ କୁହାଯାଇଛି ।

କେବଳ ସେତିକି ନୁହେଁ କାଫଲାବଜାର ବାସିନ୍ଦା ଜୋହରା ନିଜ ପୁଅ ଆରିଫ୍କୁ ଭେଟିବା ଲାଗି ନିୟମିତ ଭାବେ ଚୌଦ୍ବାର ଜେଲକୁ ମଧ୍ୟ ଯାଉଥିଲେ । ଏପରିକି ବାଲେଶ୍ବର ଜେଲରେ ଥିବା କୁଖ୍ୟାତ ଅପରାଧୀ ସୁଶିଲ ଧଳସାମନ୍ତକୁ ମଧ୍ୟ ଅନେକ ଥର ସେ ଭେଟିଥିବା କଥା ପୋଲିସ ସୂତ୍ରରୁ ଜଣା ପଡିଛି ।

କଟକରେ ଘଟୁଥିବା ଅପରାଧରେ ମହିଳାଙ୍କ ସମ୍ପୃକ୍ତିର ଏହା ପ୍ରଥମ ଘଟଣା ନୁହେଁ । କିଛି ଦିନ ପୂର୍ବରୁ ଚୌଦ୍ୱାର ଜେଲରେ ରହି କଟକ ବକ୍ସି ବଜାରର ଜଣେ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ଓ ହତ୍ୟା ଧମକ ଅଭିଯୋଗରେ ଦରଘାବଜାର ପୋଲିସ କୁଖ୍ୟାତ ଅପରାଧୀ ସକିଲର ବାପା ଓ ଦୁଇ ପ୍ରେମିକାକୁ ମଧ୍ୟ ଗରିଫ କରିଥିଲା ।

‘‘ଅପରାଧୀମାନେ ଏବେ ନୂଆ ଏକ ଟ୍ରେଣ୍ଡ ଆରମ୍ଭ କରିଛନ୍ତି ଯାହାକି ଅତି ସାଙ୍ଘାତିକ । ପୂର୍ବରୁ ଏଭଳି ଦେଖା ଯାଉନଥିଲା । ମହିଳାମାନଙ୍କ ଉପରେ ପୋଲିସର ସନ୍ଦେହ ନ ହେବା ଏବଂ ଜେଲ ଭିତରେ ରହି ମଧ୍ୟ ନିଜ ଗ୍ୟାଙ୍ଗକୁ ଚଳାଇବା ପାଇଁ କୁଖ୍ୟାତ ଅପରାଧୀମାନେ ମହିଳାମାନଙ୍କୁ ନିଜ ଆପରାଧୀକ କାର୍ଯ୍ୟକଳାପରେ ସାମିଲ କରୁଛନ୍ତି,” କହିଛନ୍ତି କଟକର ପୂର୍ବତନ ଏସିପି (ACP) ରମେଶ କର ।

କଟକର ବହୁଚର୍ଚ୍ଚିତ ଓମ ଦୀପୁ ସହ ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆରିଫକୁ ୨୦୧୬ ମସିହାରେ ତିରୁଅନନ୍ତପୁରମରୁ ଗରିଫ କରିଥିଲା କମିଶନରେଟ ପୋଲିସ ।
First published: January 16, 2020, 10:02 AM IST