ଇନ୍ଦ୍ରାବତୀ କେନାଲର ଜଳସେଚନ ଆରମ୍ଭ; ଜଳ ଅଭାବ ନେଇ ଦାବି କରୁଛନ୍ତି ଲୋକ

ଇନ୍ଦ୍ରାବତୀ ବାମ କେନାଲରେ ରବିଚାଷ ପାଇଁ ଜଳ ସେଚନ ଆରମ୍ଭ ହୋଇଛି। ବର୍ତ୍ତମାନ ଦକ୍ଷିଣ କେନାଲର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଜଳ ଯୋଗାଣ ବନ୍ଦ ରହିବ।

ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲର ଜଳସେଚନ ଆରମ୍ଭ ହୋଇଛି (ପ୍ରତୀକାତ୍ମକ ଛବି)

ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲର ଜଳସେଚନ ଆରମ୍ଭ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଳାହାଣ୍ଡି: ଇନ୍ଦ୍ରାବତୀ ବାମ କେନାଲରେ ରବିଚାଷ ପାଇଁ ଜଳ ସେଚନ ଆରମ୍ଭ ହୋଇଛି। ବର୍ତ୍ତମାନ ଦକ୍ଷିଣ କେନାଲର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଜଳ ଯୋଗାଣ ବନ୍ଦ ରହିବ।

କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ କେନାଲ ସୁପରିଟେଣ୍ଟ ଯନ୍ତ୍ରୀ ତଥା ବିଭାଗୀୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ରବି ଫସଲ ପାଇଁ ଜଳ ସେଚନ ଆରମ୍ଭ ହୋଇଛି। ତେବେ ଜଳ ଭଣ୍ଡାରରେ ପର୍ଯ୍ୟାପ୍ତ ପାଣି ଅଭାଵ ଯୋଗୁଁ କେବଳ ବାମ କେନାଲରେ  ୪୧ କିମି ପୋଡ଼ବେଡା ଗେଟ ପର୍ଯ୍ୟନ୍ତ ଜଳ ଯୋଗାଣ ହେବ। ଏଥିରେ ୧୮ ହଜାର ୬୮୦ ହେକ୍ଟର ଚାଷଜମିରେ ଜଳ ସେଚିତ ହେବ। ତେବେ ଜଳ ଯୋଗାଣ ପାଇଁ ଅନ୍ୟ ଅଞ୍ଚଳର ଚାଷୀ ଦାବି କରୁଥିବା ବେଳେ ଜଳସ୍ତର କମ ଯୋଗୁଁ  ତାଙ୍କର ଦାବି ପୂରଣ ହୋଇନାହିଁ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।

ଗତ ନଭେମ୍ବର ୧୧ ତାରିଖରେ ଖରିଫ ଜଳ ଯୋଗାଣ ବନ୍ଦ ରହିଥିଲା। ଏବେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୨.୧୫ ରହିଛି। ଗତ ବର୍ଷ ଏହି ସମୟରେ ୬୩୭.୮୯ ଥିଲା। ତେବେ ନିମ୍ନ ଜଳସ୍ତରକୁ ଦୃଷ୍ଟିରେ ରଖି ବିଦ୍ୟୁତ ଉତ୍ପାଦନ ମଧ୍ୟ ବନ୍ଦ ରହିଥିଲା। ଜଳ ସେଚନ ପାଇଁ ଏବେ ଦୈନିକ ୨୫ କ୍ୟୁମେଶ ଜଳ ମଙ୍ଗଳପୁର ହାତୀ ବ୍ୟାରେଜକୁ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଯୋଗାଇବ। ଏହି ସମୟରେ ବିଦ୍ୟୁତ ଶକ୍ତି ଉତ୍ପାଦନ ୭୫ ମେଗାୱାଟ ରହିବ ବୋଲି ସୂଚନା ମିଳିଛି। ତେବେ ଯେତେବେଳେ ଜଳ ଯୋଗାଣ ପାଇଁ ପାଣି ନିଅଣ୍ଟ ରହିଛି।
Published by:Soumya Das
First published:
)}