ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମୋବାଇଲ ଆପ ମାଧ୍ଯମରେ ଚାଲିଛି ଆଇପିଏଲ ବ୍ଯାଟିଂ; ୮ ଲକ୍ଷ ଟଙ୍କା ଜବତ

ମୋବାଇଲ ଆପ ମାଧ୍ଯମରେ ଚାଲିଛି ଆଇପିଏଲ ବ୍ଯାଟିଂ; ୮ ଲକ୍ଷ ଟଙ୍କା ଜବତ

ମାଲକାନଗିରି ସହରରେ ମୋବାଇଲ ଆପ ମାଧ୍ୟମରେ ଚାଲିଛି ଆଇପିଏଲ ବ୍ଯାଟିଂ। ସୁରାଗ ପାଇବା ପରେ ମାଲକାନଗିରି ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମୋବାଇଲ ଆପ ମାଧ୍ଯମରେ ଚାଲିଛି ଆଇପିଏଲ ବ୍ଯାଟିଂ; ୮ ଲକ୍ଷ ଟଙ୍କା ଜବତ
ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 17, 2021, 9:27 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମାଲକାନଗିରି:  ମାଲକାନଗିରି ସହରରେ ମୋବାଇଲ ଆପ ମାଧ୍ୟମରେ ଚାଲିଛି ଆଇପିଏଲ ବ୍ଯାଟିଂ। ସୁରାଗ ପାଇବା ପରେ ମାଲକାନଗିରି ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କଠାରୁ ପୋଲିସ ନଗଦ ୮ ଲକ୍ଷ ଟଙ୍କା ଜବତ କରିଛି ।

ଅନଲାଇନ ଟ୍ରାଞ୍ଜକ୍ସନରୁ ହେଉଥିବା ବ୍ୟାଙ୍କ ଆକାଉଣ୍ଟରୁ ପୋଲିସ ୧୮ ଲକ୍ଷ ଟଙ୍କା ସହ ମୋଟ ୨୭ ଲକ୍ଷ ଟଙ୍କା ଜବତ ମଧ୍ୟ କରିଛି । କେବଳ ଏତିକି ନୁହେଁ, ଅଭିଯୁକ୍ତଙ୍କଠାରୁ ମୋବାଇଲ, ଏଟିଏମ୍ କାର୍ଡ, ବ୍ୟାଙ୍କ ପାସବୁକ ସହ ଆଇପିଏଲ ବେଟିଂ ନେଇ କାଗଜପତ୍ରଗୁଡ଼ିକୁ ଜବତ କରିଛି ପୋଲିସ । ଏହି ଆଇପିଏଲ ବେଟିଂର ଚେର ଛତିଶଗଡ଼ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୁକିମାନେ କମିଶନ ଖାଉଛନ୍ତି । ପୋଲିସ ୪ ବୁକି ତଥା ମିଡଲମ୍ୟାନଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ବୁକିକୁ ପୋଲିସ ଠାବ କରିବାକୁ ଉଦ୍ୟମ ଜାରି ରଖିଛି ।

ଶୁକ୍ରବାର ଆଇପିଏଲ ୨୦୨୧ର ଫାଇନାଲ ମ୍ୟାଚ ଖେଳାଯାଇଛି । ଏଥିରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକତା ନାଇଟ୍‌ ରାଇଡର୍ସ ସାମ୍ନାସାମ୍ନି ହୋଇଥିଲେ । ମ୍ୟାଚ୍‌ଟି ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ରହିଥିଲା । ଏଥିରେ ଚେନ୍ନାଇ ୪ର୍ଥ ଥର ଲାଗି  ଆଇପିଏଲ ଚାମ୍ପିଅନ୍ ହୋଇଛି । କେକେଆରକୁ ୨୭ ରନରେ ହରାଇଛି ଚେନ୍ନାଇ ।

ଚେନ୍ନାଇ ପକ୍ଷରୁ ଡୁପ୍ଲେସିସ୍ ସର୍ବାଧିକ ୮୬ ରନ୍ କରିଥିବା ବେଳେ ଋତୁରାଜ ଗାଏକ୍ୱାଡ, ରବିନ ଉଥାପ୍ପା ଓ ମୋଇନ ଅଲୀ ଦମଦାର ଖେଳ ପ୍ରଦର୍ଶନ କରି ଦଳ ପାଇଁ ରନ ବର୍ଷା କରିଥିଲେ । ଅନ୍ୟପଟେ ୯ ୱିକେଟ ହରାଇ ୧୬୫ ରନରେ ସୀମିତ ରହିଥିଲା କୋଲକାତା । କେକେଆର ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ।
Published by: Soumya Das
First published: October 17, 2021, 9:27 AM IST