News18 Odia Digital
୨୦୨୩ ଆଇପିଏଲରେ ବ୍ଲକ୍ବଷ୍ଟର ମୁକାବିଲା ଚାଲିଛି । ଦଳ ଗୁଡିକ ୧୩ଟି ଲେଖାଏ ମ୍ୟାଚ୍ ଖେଳି ସାରିଲେଣି । ଆଉ ମାତ୍ର ଗୋଟିଏ ଲେଖାଏ ମ୍ୟାଚ୍ ମାନେ ମୋଟ୍ ୫ଟି ମ୍ୟାଚ ବାକିଥିବା ବେଳେ ଏବେ ବି ଗୋଟିଏ ଦଳକୁ ଛାଡ଼ି ଦେଲେ ପ୍ଲେ-ଅଫ୍ରେ (
playoff race) କିଏ କିଏ ସ୍ପଷ୍ଟ ହୋଇନି । ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସ (Gujarat Titans)୧୮ ପଏଣ୍ଟ ସହ କ୍ବାଲିଫାଏ କରି ସାରିଥିବା ବେଳେ ଆଉ ତିନିଟି ସ୍ଥାନ ପାଇଁ ୭ଟି ଦଳର ରେସ୍ରେ ଅଛନ୍ତି । ଅବଶ୍ୟ ଏଥି ମଧ୍ୟରୁ ୪ଟି ଦଳ ଦୌଡରେ ଆଗୁଆ ଅଛନ୍ତି ।
IPL ପ୍ଲେ ଅଫ୍ରେ କାହାର ସମ୍ଭାବନା ଅଧିକ ?ପଏଣ୍ଟ ଟେବୁଲର ଟପ୍ ୪ଟି ଟିମ୍ ମଧ୍ୟରେ ନିଜ ସ୍ଥାନ ପକ୍କା ପାଇଁ ରେସ୍ ୭ଟି ଦଳ ଥିଲେ ମଧ୍ୟ ଚେନ୍ନାଇ ସୁପରକିଙ୍ଗସ୍ (Chennai Super Kings) ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ (Lucknow Super Giants) ୧୫ ପଏଣ୍ଟ ସହ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ଦାବିଦାର ଭାବେ ଉଭା ହୋଇଛନ୍ତି । ସେହିଭଳି ବାଙ୍ଗାଲୋର ଓ ମୁମ୍ବାଇ ୧୪ ପଏଣ୍ଟ ସହ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହି ପ୍ଲେ ଅଫ୍ରେ ସ୍ଥାନ ପାଇଁ ଆଶାବାଦୀ ଅଛନ୍ତି । ତେବେ ମୁମ୍ବାଇର ନେଟ୍ ରନ୍ରେଟ୍ ନେଗେଟିଭ୍ରେ ରହିଛି ଯାହା କି ତା ପାଇଁ ଶେଷରେ ଘାତକ ସାବ୍ୟସ୍ତ ହୋଇପାରେ ।
୧୨ ପଏଣ୍ଟରେ ଥିବା ଦଳର ପ୍ଲେ ଅଫ ସମ୍ଭାବନା ଶେଷ ?ଏଯାଏ ୧୨ ପଏଣ୍ଟ ପାଇଥିବା ରାଜସ୍ଥାନ ରୟାଲ୍ସ, କୋଲକାତା ନାଇଟରାଇଡର୍ସ ଓ ପଞ୍ଜାବ ପାଇଁ ସମ୍ଭାବନା ଶେଷ ହୋଇନି । ପ୍ଲସ ନେଟ୍ ରନ୍ରେଟରେ ଥିବା ରାଜସ୍ଥାନ ପାଇଁ ସମ୍ଭାବନା ସବୁଠୁ ଅଧିକ ରହିଛି । କାରଣ ବର୍ତ୍ତମାନ ପଏଣ୍ଟ ଟେବୁଲର ପ୍ରଥମ ୪ଟି ଦଳ ମଧ୍ୟରେ ବାଙ୍ଗାଲୋର ୧୪ ପଏଣ୍ଟ ସହ ଚତୁର୍ଥରେ ରହିଛି । ତା ତଳକୁ ମୁମ୍ବାଇ ୧୪ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ହେଲେ ମୁମ୍ବାଇର ନେଟ୍ ରନ୍ରେଟ ମାଇନସ୍ରେ ଅଛି । ତେଣୁ ଯଦି ବାଙ୍ଗାଲୋର ଓ ମୁମ୍ବାଇ ନିଜ ନିଜ ଶେଷ ମ୍ୟାଚ୍ ହାରୁଛନ୍ତି ଓ ରାଜସ୍ଥାନ ତାର ମ୍ୟାଚ୍ ଟିକିଏ ଭଲ ଭାବେ ଜିତୁଛି ତାହେଲେ ପ୍ଲେ ଅଫ୍କୁ ଉନ୍ନୀତ ହୋଇପାରିବ । ସେହିଭଳି କୋଲକାତା ଓ ପଞ୍ଜାବ ପାଇଁ ବି କିଛି କିଛି ସମ୍ଭାବନା ରହିଛି । ତେବେ ଏଥିପାଇଁ ଏହି ଦୁଇ ଦଳକୁ ନିଜ ନିଜ ମ୍ୟାଚ୍ ଜିତିବା ସହ ଆଉ କିଛି ଦଳ ଏକ ତରଫା ଭାବେ ହାରନ୍ତୁ ବୋଲି ମଧ୍ୟ ପ୍ରାର୍ଥନା କରିବାକୁ ପଡ଼ିବ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।