IPL 2021: ଚଳିତବର୍ଷ ଆଇପିଏଲରେ ଚମକି ପାରନ୍ତି ଓଡ଼ିଆ ଖେଳାଳି; ଚୂଡ଼ାନ୍ତ ତାଲିକାରେ ସାମିଲ ହେଲେ

ଆସନ୍ତା ୧୮ ତାରିଖ ଦିନ ଚେନ୍ନାଇରେ ଆଇପିଏଲ ୨୦୨୧ ର ନିଲାମୀ ପାଇଁ ୨୯୨ ଜଣ ଖେଳାଳିଙ୍କ ନାମ ଚୂଡ଼ାନ୍ତ ହୋଇଛି । ଏହି ତାଲିକାରେ ଦୁଇ ଜଣ ଓଡ଼ିଆ ଖେଳାଳୀ ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାର ରହିଛନ୍ତି । ଉଭୟ ଖେଳାଳି ୨୦ ଲକ୍ଷ ଟଙ୍କା ବେସ୍ ପ୍ରାଇସ୍ ବର୍ଗରେ ସାମିଲ ହୋଇଛନ୍ତି ।

IPL 2021: ଚଳିତବର୍ଷ ଆଇପିଏଲରେ ଚମକି ପାରନ୍ତି ଓଡ଼ିଆ ଖେଳାଳି; ଚୂଡ଼ାନ୍ତ ତାଲିକାରେ ସାମିଲ ହେଲେ
ଚୁଡ଼ାନ୍ତ ତାଲିକାରେ ସାମିଲ ହେଲେ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି
  • News18 Odia
  • Last Updated: February 12, 2021, 9:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କଟକ: ଆଇପିଏଲ-୨୦୨୧ ରେ ଓଡ଼ିଆ କ୍ରିକେଟର ସାମିଲ ହେବାକୁ ନେଇ ସମ୍ଭାବନା ବୃଦ୍ଧି ପାଇଛି । କାରଣ ଚଳିତବର୍ଷ ଖେଳାଯିବାକୁ ଥିବା ଆଇପିଏଲ ଦୁଇ ଜଣ ଓଡ଼ିଆ ଖେଳାଳିଙ୍କ ନାମ ନିଲାମ ପ୍ରକ୍ରିୟାର ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଛି । ଏହି ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ବ୍ୟାଟ୍ସମ୍ୟାନ୍ ‌ଶୁଭ୍ରାଂଶୁ ସେନାପତି ଓ ଅଲରାଉଣ୍ଡର ଗୋବିନ୍ଦ ପୋଦ୍ଦାର ଅଛନ୍ତି ।

ଏହି ସମ୍ମାନ ଜନକ ତଥା ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବରୁ ୧୧୧୪ ଜଣ କ୍ରିକେଟ ଖେଳାଳି ପଞ୍ଜିକୃତ ହୋଇଥିଲେ । ତେବେ ଏହି କ୍ରିକେଟ ମହାକୁମ୍ଭରେ ଭାଗ ନେଉଥିବା ୮ଟି ଜାକ ଫ୍ରାଞ୍ଜାଇଜି ନିଜ ନିଜର ଚୁଡାନ୍ତ ଖେଳାଳି ତାଲିକା ଦେବା ପରେ ଗୁରୁବାର ଦିନ ୨୯୨ ଜଣ ଖେଳାଳିଙ୍କ ନାମ ଚୂଡ଼ାନ୍ତ  ହୋଇଛି । ଓ ଏହି ତାଲିକାରେ ରହିଛନ୍ତି ଓଡ଼ିଆ ଖେଳାଳୀ ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାର । ଉଭୟ ଖେଳାଳି ୨୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍ ବର୍ଗରେ ସାମିଲ ହୋଇଛନ୍ତି । ଓ ଏହି ବର୍ଗରେ ରହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ।

ଆସନ୍ତା ୧୮ ତାରିଖ ଦିନ ଚେନ୍ନାଇରେ ଆଇପିଏଲ ୨୦୨୧ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ଓ ଏହି ଦୁଇ ଓଡ଼ିଆ ଖେଳାଳିଙ୍କୁ କେଉଁ ଫ୍ରାଞ୍ଚାଇଜି କିଣୁଛନ୍ତି ତାହା ସମସ୍ତଙ୍କ ଓଡ଼ିଆଙ୍କର ନଜର ରହିବ । ତେବେ ପୂର୍ବରୁ ମଧ୍ୟ ଆଇପିଏଲ ନିଲାମି ପ୍ରକ୍ରିୟାରେ ଓଡ଼ିଆ ଖେଳାଳିଙ୍କ ନାମ ଯାଇଥିଲେ ମଧ୍ୟ ଉଭୟ ଶୁଭ୍ରାଂଶୁ ଓ ଗୋବିନ୍ଦଙ୍କର ଗତ ସିଜନରେ ଭଲ ପଦର୍ଶନ ରହିଥିବାରୁ ସେମାନେ ଚଳିତ ବର୍ଷର ଆଇପିଏଲ ସାମିଲ ହୋଇପାରନ୍ତି ବୋଲି ଆଶା ବ୍ୟକ୍ତ କରିଛି ଓସିଏ ।

“ଆମର ଗୋଟିଏ ସ୍ବପ୍ନ ରହିଛି ଯେ ଆଇପିଏଲରେ ଓଡ଼ିଆ ଖେଳାଳି ଖେଳନ୍ତୁ । ଉଭୟ ଶୁଭ୍ରାଂଶୁ ଓ ଗୋବିନ୍ଦ ପୋଦ୍ଦାରଙ୍କ ଉପରେ ସିଲେକ୍ସଟରମାନଙ୍କ ନଜର ରହିଥିଲା । ସେଥିପାଇଁ ସେମାନଙ୍କ ନାଁ ଚୁଡାନ୍ତ ତାଲିକାରେ ସାମିଲ ହୋଇଛି । ମୁଁ ବେଶ ଆଶାବାଦୀ ରହିଛି ଯେ ଦୁଇ ଜଣଙ୍କୁ କୌଣସି ନା କୌଣସି ଫ୍ରାଞ୍ଚାଇଜି କିଣିବେ,” କହିଛନ୍ତି ଓସିଏର ଯୁଗ୍ମ ସମ୍ପାଦକ ମେହାତାବ ଖାନ୍ ‌।

ଉଭୟ ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାରଙ୍କ କ୍ରିକେଟ କରିୟର ବେଶ ଲମ୍ବା ରହିଛି । ଶୁଭ୍ରାଂଶୁ ୩୪ ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୧୮୫୪ ରନ କରିଛନ୍ତି । ଯେଉଁଥିରେ ୭ଟି ଅର୍ଦ୍ଧଶତକ ଓ ୫ଟି ଶତକ ସାମିଲ ରହିଛି । ସେହି ଭଳି ଗୋବିନ୍ଦ ପୋଦ୍ଦାର ୭୧ ଟି ମ୍ୟାଚ୍‌ଖେଳି ୩୪୨୩ ରନ କରିବା ସହ ୧୬ଟି ଅର୍ଦ୍ଧଶତକ ଓ ୭ଟି ଶତକ କରିଛନ୍ତି । ଓ ତାଙ୍କ ନାଁରେ ୪୩ଟି ୱିକେଟ୍ ମଧ୍ୟ ରହିଛି । ଓ ଗତ ରଣଜି ସିଜନ୍‌ରେ ଓଡ଼ିଶାକୁ ସେମିଫାଇନାଲ ପର୍ଯ୍ୟନ୍ତ ନେବାରେ ଏହି ଦୁଇ ଖେଳାଳିଙ୍କ ବେଶ ଗୁରୁତ୍ବପୂର୍ଣ୍ଣ ଭୁମିକା ଥିଲା । ତେବେ ନିଜ ନାମ ଆଇପିଏଲର ଚୁଡାନ୍ତ ତାଲିକାରେ ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ଗୋବିନ୍ଦ ପୋଦ୍ଦାର ।

“ପୂର୍ବରୁ ବି ମୋ ନାମ ଆଇପିଏଲର ଚୁଡ଼ାନ୍ତ ତାଲିକାକୁ ଯାଇଥିଲା । କିନ୍ତୁ କେହି ମୋ ପ୍ରତି କେହି ଆଗ୍ରହ ପ୍ରକାଶ କରିନଥିଲେ । ହେଲେ ଗତ ଦୁଇ ବର୍ଷ ହେଲା ମୁଁ ବହୁତ ପରିଶ୍ରମ କରୁଛି । ଭାତୀୟ ଜାତୀୟ ଟିମ୍‌ରେ ସାମିଲ ହେବା ମୋର ଲକ୍ଷ ରହିଛି । ସେହି ଲକ୍ଷ ହାସଲ କରିବା ପାଇଁ ଯାହା ପରିଶ୍ରମ କରିବାକୁ ପ୍ରସ୍ତୁତି ଦରକାର । ମୁଁ ସେ ସବୁ କରୁଛି । ଗତ ଦୁଇଟି ସିଜନ୍‌ରେ ମୋର ପରଫରମାନ୍ସ ଭଲ ଥିଲା । ଯଦି କୌଣସି ଫ୍ରାଞ୍ଜାଇଜି ଆଗ୍ରହ ପ୍ରକାଶ କଲେ ତା ହେଲେ ମୁଁ ଖୁସି ହେବି ଆଉ ମୁଁ ସେଥିପାଇଁ ପ୍ରସ୍ତୁତ ମଧ୍ୟ ଅଛି,” କହିଛନ୍ତି ଗୋବିନ୍ଦ ପୋଦ୍ଦାର ।

ପୂର୍ବରୁ ଦୁଇ ଜଣ ଓଡ଼ିଆ ଆଇପିଏଲରେ ଖେଳିଛନ୍ତି । ସେମାନେ ହେଉଛନ୍ତି ପ୍ରଜ୍ଞାନ ଓଝା ଓ ବିପ୍ଲବ ସାମନ୍ତରାୟ । କିନ୍ତୁ ପ୍ରଜ୍ଞାନ ହାଇଦ୍ରାବାଦ ପକ୍ଷରୁ ଚୟନ ହୋଇଥିବା ବେଳେ ଓଡ଼ିଶାରୁ ଏକ ମାତ୍ର ଖେଳାଳି ଭାବେ କେବଳ ବିପ୍ଳବ ହିଁ ଏହି ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ପାଇଥିଲେ ।
Published by: Jagdish Barik
First published: February 12, 2021, 8:29 PM IST