ପାରାଦୀପରେ IOCL କରିବ ସବୁଠାରୁ ବଡ଼ ନିବେଶ; ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭାରତୀୟ ତୈଳ ନିଗମ (IOC) ମଙ୍ଗଳବାର ଦିନ ଘୋଷଣା କରିଛି ଯେ ଓଡ଼ିଶାର ପାରାଦୀପ ଠାରେ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ପ୍ରି-ପ୍ରୋଜେକ୍ଟ କାର୍ଯ୍ୟକଳାପ କରିବା ପାଇଁ ଏହାର ବୋର୍ଡ ନୀତିଗତ ଅନୁମୋଦନ ପ୍ରଦାନ କରିଛି।

ପାରାଦୀପରେ IOCL କରିବ ସବୁଠାରୁ ବଡ଼ ନିବେଶ

ପାରାଦୀପରେ IOCL କରିବ ସବୁଠାରୁ ବଡ଼ ନିବେଶ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ନୂଆଦିଲ୍ଲୀ: ପାରାଦୀପରେ (Paradip) ବଡ଼ ନିବେଶକୁ ସ୍ବୀକୃତି। IOCL କରିବ ସବୁଠାରୁ ବଡ଼ ନିବେଶ। ପାରାଦୀପ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ପ୍ରଥମ ପର୍ଯ୍ୟାୟ ଅନୁମୋଦନ ପ୍ରଦାନ କରିଛି ଇଣ୍ଡିଆନ୍ ଓଏଲ୍ ବୋର୍ଡ।

ପାରାଦୀପରେ ୬୧ ହଜାର ୭୭ କୋଟି ଟଙ୍କାର ହେବ ପେଟ୍ରୋକେମିକାଲ କମ୍ପେଲକ୍ସ। ଏହା କୌଣସି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସର୍ବ ବୃହତ ନିବେଶ। ପୂର୍ବ ଭାରତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବୋଦୟ ଭିଜନରେ ପାରାଦୀପରେ ଏହି ନିବେଶ କରାଯାଉଛି ।

ଏସମ୍ପର୍କରେ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan)। ସେ ଏଥିଲାଗି ପ୍ରଧାନମନ୍ତ୍ରୀ ମୋଦି (PM Modi) ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୂର୍ବ ଭାରତ ଓ ଓଡ଼ିଶାର ବିକାଶ ପାଇଁ ଜଣାଇଥିଲେ ଧନ୍ୟବାଦ।


ପ୍ରକାଶ ଥାଉକି ଭାରତୀୟ ତୈଳ ନିଗମ (IOCL) ମଙ୍ଗଳବାର ଦିନ ଘୋଷଣା କରିଛି ଯେ ଓଡ଼ିଶାର ପାରାଦୀପ ଠାରେ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ପ୍ରି-ପ୍ରୋଜେକ୍ଟ କାର୍ଯ୍ୟକଳାପ କରିବା ପାଇଁ ଏହାର ବୋର୍ଡ ନୀତିଗତ ଅନୁମୋଦନ ପ୍ରଦାନ କରିଛି।
Published by:Lipina Das
First published: