News18 Odia Digital
ନୂଆ ଦିଲ୍ଲୀ: ଦେଶରେ ସୁନା ଓ ରୂପାର ଦାମ୍ (Gold Silver Price) କିଛି ଦିନ ପାଇଁ କ୍ରମାଗତ ଭାବେ ହ୍ରାସ ପାଉଥିଲା । ଏବେ ୨୦୨୧-୨୨ ନୂଆ ଆର୍ଥିକ ବର୍ଷର ଆରମ୍ଭରେ ସରାଫା ବଜାରରେ ସୁନା ଓ ରୂପାର ଦାମ୍ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଅଧିକାଂଶ ନିବେଶକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ସୁନା ଦର ବଢ଼ି କେତେ ଉପରକୁ ଯାଇପାରେ? ନା ଏହା ଏକ ସାମୟିକ ବୃଦ୍ଧି?
ଲୋକଙ୍କ ମନରେ ଏହି ପ୍ରଶ୍ନ ବି ଉଠୁଛି ଯେ ବର୍ତ୍ତମାନର ଦାମରେ ସୁନାରେ ବିନିଯୋଗ କରିବା ଉଚିତ ନା ଏହି ବଢ଼ିଥିବା ଦାମରେ ସୁନାକୁ ବିକି ଲାଭ ଉପାର୍ଜନ କରିବା ଉଚିତ? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ସୁନାର ପୂର୍ବ ରେକର୍ଡ଼କୁ ଦେଖିବା ଭଲ ହେବ ।
ଏହା ବି ପଢ଼ନ୍ତୁ | ‘ଓଡ଼ିଶାରେ PM ଆବାସ ଯୋଜନାରେ ରାଜ୍ୟ ବି ଖର୍ଚ୍ଚ କରୁଛି; ତେଣୁ ବିଜୁ ପକ୍କା ଘର ଲୋଗୋ ଲାଗିଲେ ଅସୁବିଧା କ’ଣ?’ସୁନାରେ ଦୀର୍ଘକାଳୀନ ନିବେଶରୁ ଭଲ ରିଟର୍ଣ୍ଣ ମଳିଥାଏ । ଯଦି ଗଲା ୧୦ ବର୍ଷର ରେକର୍ଡ଼କୁ ଯାଞ୍ଚ କରାଯାଏ, ତେବେ ଜଣା ପଡ଼ିବ ଯେ ଏପ୍ରିଲ୍, ଜୁନ୍, ଜୁଲାଇ ଓ ଅଗଷ୍ଟରେ ସୁନା ବିପୁଳ ଲାଭ ଦେଇଥିଲା । ପ୍ରତି ବର୍ଷ କେବଳ ମେ ମାସରେ ସୁନା ଦର ଉପରେ ଚାପ ରହିଥାଏ । ଏବେ ସୁନା ନିଜ ସର୍ବୋଚ୍ଚ ସ୍ତରଠାରୁ ୨୦ ପ୍ରତିଶତ ଶସ୍ତା ଦାମରେ ବିକ୍ରି ହେଉଛି ।
ଏହା ବି ପଢ଼ନ୍ତୁ | ଏବେ ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗିବ ନାହିଁ; ୧୦ ଜିଲ୍ଲାରେ କାଲି ଠାରୁ ରାତି କର୍ଫ୍ୟୁ ହେବ: କହିଲେ SRC୧ ଏପ୍ରିଲ ୨୦୨୧ରେ ୧୦ ଗ୍ରାମ ପିଛା ସୁନା ଦାମ୍ ୪୪,୭୦୧ ଟଙ୍କାରେ ପହଞ୍ଚିଛି । ୭ ଅଗଷ୍ଟ ୨୦୨୦ରେ ସୁନାର ଦାମ୍ ୧୦ ଗ୍ରାମ ପିଛା ୫୭,୦୦୮ ଟଙ୍କା ହୋଇ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ତେଣୁ ଦେଖାଗଲେ ସୁନା ଦର ଏହା ଭିତରେ ୧୨,୩୦୭ ଟଙ୍କା କମ୍ ହୋଇଛି । ଏହି ଦାମରେ ସୁନାରେ ନୂଆ ନିବେଶ ଲାଭପ୍ରଦ ହେବ ବୋଲି ବିବେଚନା କରାଯାଉଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଦିନକୁ ୩୬୭ଟି ଅପରାଧ ଘଟୁଛି; ସେଥିରୁ ୮ଟି ଦୁଷ୍କର୍ମ, ୪ଟି ହତ୍ୟା: ଗୃହ ବିଭାଗର ଶ୍ବେତପତ୍ରସୁନାରେ ପୁଞ୍ଜି ବିନିଯୋଗରୁ ମିଳିଥିବା ଲାଭର ୧୦ ବର୍ଷର ରେକର୍ଡକୁ ଦେଖିଲେ ଜାଣିହେବ ଯେ ଆସନ୍ତା କିଛି ମାସ ଚମତ୍କାର ହେବାକୁ ଯାଉଛି । ଏପ୍ରିଲ୍, ଜୁନ୍, ଜୁଲାଇ ଓ ଅଗଷ୍ଟରେ ସୁନା ଦରରେ ବୃଦ୍ଧି ଇତିହାସ ରହିଛି । ଏପ୍ରିଲରେ ସୁନା ନିବେଶକମାନଙ୍କୁ ହାରାହାରି ୨.୩୮ ପ୍ରତିଶତ ଲାଭ ଦେଇଛି । ମେ ମାସରେ ସୁନା ନିବେଶକମାନଙ୍କୁ ହାରାହାରି ୦.୧୬ ପ୍ରତିଶତ କ୍ଷତି ଦେଇଛି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ୩ ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲାଜୁନ୍ ମାସରେ ସୁନାର ଦାମ୍ ଚଢ଼ିବା ଆରମ୍ଭ କରେ । ଗତ ୧୦ ବର୍ଷ ମଧ୍ୟରେ ସୁନା ନିବେଶକମାନଙ୍କୁ ଜୁନ୍ ମାସରେ ୧.୪୫ ପ୍ରତିଶତ ରିଟର୍ଣ୍ଣ ଦେଇଛି । ଜୁଲାଇରେ ଲୋକେ ସୁନାରୁ ହାରାହାରି ୧.୪୭ ପ୍ରତିଶତ ଲାଭ ହାସଲ କରିଛନ୍ତି । ଅଗଷ୍ଟ ଗଲା ୧୦ ବର୍ଷ ମଧ୍ୟରେ ସବୁଠାରୁ ଲାଭଜନକ ମାସ ପ୍ରମାଣିତ ହୋଇଛି । ଅଗଷ୍ଟରେ ସୁନା ନିବେଶକମାନେ ହାରାହାରି ୬.୫୯ ପ୍ରତିଶତ ଲାଭ ପାଇଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତସାରା ବିଶ୍ୱରେ ବର୍ତ୍ତମାନ ଓ ନିକଟ ଭବିଷ୍ୟତର ସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ କହିଛନ୍ତି ଯେ ସୁନା ଦାମ୍ ୧୦ ଗ୍ରାମ୍ ପିଛା ୫୨,୦୦୦ ଟଙ୍କାରୁ ୫୩,୦୦୦ ଟଙ୍କା ମଧ୍ୟରେ ରହିବ ବୋଲି ଲକ୍ଷ ରଖିଛନ୍ତି । କିଛି ବିଶେଷଜ୍ଞ କହିଛନ୍ତି ଯେ ୨୦୨୧ ମସିହାରେ ସୁନା ୬୩,୦୦୦ ଟଙ୍କା ସ୍ତର ଅତିକ୍ରମ କରିପାରେ ।
ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏପରି ପରିସ୍ଥିତିରେ ଲୋକେ ସୁନା ଆଡ଼କୁ ଯାଇପାରନ୍ତି କାରଣ ସୁନାକୁ ସବୁଠାରୁ ସୁରକ୍ଷିତ ବିନିଯୋଗ ବିକଳ୍ପ ବୋଲି ବିବେଚନା କରାଯାଏ । ଏପରିକି ନିବେଶକମାନେ ହାଇ-ରିସ୍କ ବିନିଯୋଗ ବିକଳ୍ପରୁ ପୁଞ୍ଜି ପ୍ରତ୍ୟାହାର କରି ସୁନାରେ ବିନିଯୋଗ କରିପାରନ୍ତି ବୋଲି କହିଛନ୍ତି ବିଶେଷଜ୍ଞମାନେ । ଏଭଳି ପରିସ୍ଥିତିରେ ସୁନାର ଦାମକୁ ସମର୍ଥନ ମିଳିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।