ନୂଆ ପାଠ୍ୟକ୍ରମ ଆସ୍ପିରେସନାଲ୍ କମ୍ପୋନେଣ୍ଟ ପ୍ରଚଳନ ପ୍ରସଙ୍ଗକୁ ନେଇ ଲାଗିଛି ଅସନ୍ତୋଷ

ବୁକ ରିଭ୍ୟୁ କରିବା ଏହା ଏକ ସହଜ କାମ ନୁହେଁ । କେବଳ ଶିକ୍ଷାବିତ ନୁହେଁ ବରଂ ହାଇସ୍କୁଲ ସ୍ତରର ଶିକ୍ଷକମାନେ ମଧ୍ୟ ବୋର୍ଡରେ ଏହି ନୁଆ ନିର୍ଦ୍ଦେନାମାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିଛନ୍ତି ।

ଆସ୍ପିରେସନାଲ୍ କମ୍ପୋନେଣ୍ଟ"

ଆସ୍ପିରେସନାଲ୍ କମ୍ପୋନେଣ୍ଟ"

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

କଟକ: ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ କରିକୁଲାର ଏକ୍ଟିଭିଟିସ୍ ଓ ବେସିକ ଆଇ.ଟି ସ୍କିଲ୍ସ ଭଳି ୪ଟି ବିଷୟକୁ "ଆସ୍ପିରେସନାଲ୍ କମ୍ପୋନେଣ୍ଟ" ନାମ ଦେଇ ନଵମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମ ସାମିଲ କରିବା ପାଇଁ ନିଷ୍ପତ୍ତି କରିଛି ବୋର୍ଡ। ୨୦୨୨-୨୩ ରେ କେବଳ ନବମ ଶ୍ରେଣୀ ପାଇଁ ଏହାକୁ ଲାଗୁ କରାଯାଇଥିବା ବେଳେ ପରବର୍ତ୍ତୀ ଶିକ୍ଷାବର୍ଷରେ ଏହା ଉଭୟ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଲାଗୁ କରିବା ପାଇଁ ବୋର୍ଡ ପକ୍ଷରୁ କୁହାଯାଇଛି ।

ତେବେ ଏହି ବ୍ୟବସ୍ଥା ଛାତ୍ରଛାତ୍ରୀମାନଙ୍କ ସୁଚନଶିଳତା ସହ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ବୋର୍ଡ କତ୍ତୃପକ୍ଷ କହୁଥିବା ବେଳେ ବୋର୍ଡର ଏହି ନିଷ୍ପତିକୁ ନୂଆ ବିତର୍କକୁ ଜନ୍ମ ଦେଇଛି । କାରଣ ବିନା ଭିତ୍ତିଭୁମି କିମ୍ବା ଅପେକ୍ଷାକୃତ ଦୃର୍ବଳ ଭିତ୍ତିଭୁମି ଉପରେ ବୋର୍ଡ ନିଜର କଳ୍ପନାକୁ କିପରି ବାସ୍ତବ ରୂପ ଦେବା ଏହାକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଫଳସ୍ବରୂପ ବିଭିନ୍ନ ସ୍ତରରେ ମାଧ୍ୟମିକ ଶିକ୍ଷା ପରିଷଦର ଏହି ନିଶ୍ପତିକୁ ସମାଲୋଚନା କରାଯାଉଛି ।

କେବଳ ଶିକ୍ଷାବିତ ନୁହେଁ ବରଂ ହାଇସ୍କୁଲ ସ୍ତରର ଶିକ୍ଷକମାନେ ମଧ୍ୟ ବୋର୍ଡରେ ଏହି ନୁଆ ନିର୍ଦ୍ଦେନାମାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିଛନ୍ତି । ବୁକ ରିଭ୍ୟୁ କରିବା ଏହା ଏକ ସହଜ କାମ ନୁହେଁ । କାରଣ ଯୁକ୍ତ ଦୁଇ ଯୁକ୍ତ ତିନି ଏମିତି କି ଯେଉଁମାନେ ପିଜି ପରିକ୍ଷା ଦେଉଛନ୍ତି ସେମାନେ ବି ବୁକ ରିଭ୍ୟୁ କରି ପାରୁ ନାହାଁନ୍ତି । ଆଉ ଇଏତ ୧୫/୧୬ ବର୍ଷର ପିଲା । ଏମାନେ ବହି ଗୁଡ଼ିକୁ ପଢିବେ, ସେଗୁଡ଼ିକୁ ରିଭ୍ୟୁ କରିବେ ଆଉ ତାକୁ କାଗଜରେ ଉତାରିବେ । ଏଇଟା ଅବାସ୍ତବ କଥା, କହିଛନ୍ତି କଟକ ତୁଳଶୀପୁର ସରସ୍ବତର ଶିଶୁ ବିଦ୍ୟାମନ୍ଦିରର ଶିକ୍ଷକ ଭଳି କାର୍ଯ୍ୟ ସ୍ନାତକ ଛାତ୍ରମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଭଳି ହେଉଥିବା ବେଳେ ତାହାକୁ ସ୍କୁଲ ଛାତ୍ରଛାତ୍ରୀମାନେ କିପରି କରି ପାରିବେ ବୋଲି ପ୍ରଶ୍ନ କରିଛନ୍ତି ଶିକ୍ଷକ ଚିତ୍ତରଞ୍ଜନ ହୋତା।
Published by:Soumyashree Mishra
First published: