କାର କାଚ ଭାଙ୍ଗି ଟଙ୍କା ଲୁଟ କରୁଥିବା ଆନ୍ତଃରାଜ୍ୟ ଏରଗୋଲା ଗ୍ୟାଙ୍ଗ ଗିରଫ

ସାଦା ପୋଷାକ ଆଉ ଭଦ୍ର ବେଶରେ ଏହି ଗ୍ୟାଙ୍ଗ ବୁଲାବୁଲି କରନ୍ତି ଏରଗୋଲା ଗ୍ୟାଙ୍ଗ। ଗିରଫ ପରେ ଟଙ୍କା, ହୀରା ନେକଲେସ, ମୋବାଇଲ ଓ ବାଇକ ଜବତ ହୋଇଛି।

ଲୁଟ କରୁଥିବା ଆନ୍ତଃରାଜ୍ୟ ଏରଗୋଲା ଗ୍ୟାଙ୍ଗ ଗିରଫ (ପ୍ରତୀକାତ୍ମକ ଛବି)

ଲୁଟ କରୁଥିବା ଆନ୍ତଃରାଜ୍ୟ ଏରଗୋଲା ଗ୍ୟାଙ୍ଗ ଗିରଫ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀ ସମେତ କଟକ ଓ ଏହାର ଆଖପାଖରେ ଦୀର୍ଘଦିନ ଧରି ଗାଡି କାଚ ହେଉ ଅବା ଡ଼ିକି ଭାଙ୍ଗି ଟଙ୍କା ଲୁଟି ନେଉଥିବା ଏକ ଆନ୍ତରାଜ୍ୟ ଏରଗୋଲା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ । କଟକ ଓରାଳିରୁ ଆନ୍ଧ୍ର ପ୍ରଦେଶର ଏହି  ଏରୋଗୋଲା ଗ୍ୟାଙ୍ଗର ୮ଜଣ ଲୁଟେରାଙ୍କୁ କାବୁ କରିଛି ସ୍ପେଶାଲ ସ୍କ୍ୱାର୍ଡ଼। ଗିରଫ ପରେ ଟଙ୍କା, ହୀରା ନେକଲେସ, ମୋବାଇଲ ଓ ବାଇକ ଜବତ ହୋଇଥିବା ବେଳେ ଆଉ କିଛି ଫେରାର ହୋଇଯାଇଥିବା ଜଣା ପଡ଼ିଛି।

ପୋଲିସ ସୂଚନା ଅନୁସାରେ, ସାଦା  ପୋଷାକ ଆଉ ଭଦ୍ର ବେଶରେ ଏହି ଗ୍ୟାଙ୍ଗ ବୁଲାବୁଲି କରନ୍ତି । କେତେବେଳେ ବ୍ୟାଙ୍କ ଭିତରେ ତ ଆଉ କେତେ ବେଳେ ବ୍ୟାଙ୍କ ବାହାରେ । ପ୍ରଥମେ ଚେକି କରନ୍ତି  ପରେ ସୁଯୋଗ ଦେଖି ଲୁଟ । ଏମାନଙ୍କ ଟାର୍ଗେଟରେ ଥିଲେ ବ୍ୟାଙ୍କରୁ ଟଙ୍କା ନେଇ ଯାଉଥିବା ବ୍ୟକ୍ତି । ଟଙ୍କା ନେଇଯାଉଥିବା ବେଳେ ଟିକେ ଅସାବଧାନତା ହେଲେ ଆଖି ପିଛୁଳାକେ ଟଙ୍କା ବ୍ୟାଗ ନେଇ ଆଖି ପିଛୁଳାକେ ହେଉଥିଲେ ଫେରାର। ଏହି ଗ୍ୟାଙ୍ଗର କିଛି ସିସିଟିଭି ଫୁଟେଜକୁ ନେଇ ତଦନ୍ତ କରିବା ପରେ ପୁରା ଘଟଣାର ସୁରାକ ପାଇଲା ପୋଲିସ ।

ଜବତ ହୋଇଥିବା ମୋବାଇଲ


"ଗିରଫ ହୋଇଥିବା ୮ଯୁବକ ଜଣେ ଦୃର୍ଦ୍ଦାନ୍ତ ଲୁଟେରା। ଆନ୍ଧ୍ର ପ୍ରଦେଶର ଏହି ଏରାଗୋଲା ଗ୍ୟାଙ୍ଗ ରାଜଧାନୀ ସମେତ ରାଜଧାନୀର ଆଖପାଖ ଅଞ୍ଚଳରେ କାର କାଚ ଭାଙ୍ଗି ଲୁଟ, ଛିନତାଇ କରି  ପୋଲିସକୁ ଚକମା ଦେଇଥିଲେ । ଏରୋଗୋଲା ଗ୍ୟାଙ୍ଗ ନାଁରେ ରହିଛି ୪ ରୁ ଉର୍ଦ୍ଧ୍ବ ମାମଲା । ସେହିପରି କଟକ ଜଗତପୁରରେ ଗୋଟିଏ ମାମଲା ରହିଛି," କହିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ, ଡ଼ିସିପି ।

ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିବା ପରେ  ସେମାନଙ୍କ ଠାରୁ ୨ ଟି ବାଇକ, ଏକ ହୀରା ଅଳଙ୍କାର, ଦେଢ଼ ଲକ୍ଷ ଟଙ୍କା, ୧୨ ଟି ମୋବାଇଲ ଜବତ କରିଛି ପୋଲିସ । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି।
Published by:Soumya Das
First published: