News18 Odia Digital
ଭୁବନେଶ୍ୱର: କମିବାର ନାଁ ନେଉନି ଋଷୀୟ ନାଗରିକଙ୍କ ଟେନସନ। ଆଉ ଜଣେ ଋଷୀୟ ନାଗରିକଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ନିଜକୁ ପୁତିନଙ୍କ ସମାଲୋଚକ କହି ସୁରକ୍ଷା ମାଗୁଥିଲେ ଋଷୀୟ ନାଗରିକ। ଗଣମାଧ୍ୟମରେ ପ୍ରକାଶ ପରେ ଚେତିଲା ପୋଲିସ GRPରେ ଥାନାରେ ରଖି ଚଳାଇଛି ପଚରାଉଚରା।
ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଋଷୀୟ ନାଗରିକ ଆଣ୍ଡ୍ଯୁ ଭୁବନେଶ୍ୱର ଷ୍ଟେସନରେ ବିକ୍ଷୋଭ କରୁଥିଲେ। ଭୁବନେଶ୍ୱର ରେଳ ଷ୍ଟେସନରେ ଏକ ପ୍ଲା କାର୍ଡ଼ ଧରି ପ୍ରତିବଡ କରୁଥିଲେ ଜଣେ ବ୍ୟକ୍ତି। ନିଜକୁ ଋଷୀୟ ନାଗରିକ ଭାବରେ ପ୍ରଚାର କରି ପୁତିନଙ୍କ ସମାଲୋଚକ ବୋଲି କହିଥିଲେ। ସେହିପରି ସେ ପୁଟିନଙ୍କୁ ସମାଲୋଚନା କରିବା ସହିତ ଯୁଦ୍ଧକୁ ନିନ୍ଦା କରିବାରୁ ତାଙ୍କୁ ହତ୍ୟା କରାଯାଇ ପାରେ ବୋଲି କହିଥିଲେ । ତେବେ ଖବର ଗଣମାଧ୍ୟମରେ ପ୍ରଚାର ପରେ ଏନେଇ ଋଷୀୟ ନାଗରିକଙ୍କୁ ଅଟକ ରଖିଛି ଭୁବନେଶ୍ୱର ରେଳବାଇ ପୋଲିସ । GRP ପୋଲିସ ଓ ଖାରବେଳ ନଗର ପୋଲିସର ପଚରା ଉଚୁରା କରିଛି । ସେହିପରି ଥାନାରେ ପହଞ୍ଚି ସ୍ପେସାଲ ବ୍ରାଞ୍ଚର ଏସ୍ପି ପଚରାଉଚରା କରିଛନ୍ତି।

ପ୍ଲା କାର୍ଡ଼ ଧରି ପ୍ରତିବାଦ
ଏନେଇ ରେଳବାଇ ଥାନା ଅଧିକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ୫୮ ବର୍ଷୀୟ Glagolev Andrew। ୨୦୧୬ ରୁ ସେ ଭାରତ ଆସିଥିଲେ। ଟୁରିଷ୍ଟ ଭିସାରେ ସେ ୨୦୧୬ ରୁ ଭାରତ ଆସିବା ପରେ ୬ ମାସ ପରେ ତାଙ୍କର ଭିସା ଶେଷ ହୋଇ ଯାଇଥିଲା। ସେ ଏହାର ଅବଧି ବୃଦ୍ଧି ପାଇଁ UN ନିକଟରେ ଆବେଦନ କରି ରହୁଥିଲେ। ସେ ପୁରୀ ସମେତ ଦେଶର ବିଭିନ୍ନ ସ୍ଥାନ ରହିଛନ୍ତି। ଋଷିଆ ନାଗରିକଙ୍କ ଭିସା ଅବଧି ଶେଷ ହୋଇଯାଇଥିଲା। ତାଙ୍କର ସମସ୍ତ କାଗଜପତ୍ର ଯାଞ୍ଚ କରିଛି GRP ପୋଲିସ। ଏନେଇ କନସଲେଟ ଜେନେରାଲକୁ ଯୋଗାଯୋଗ କରିବ ପୋଲିସ।
୨୦୧୬ ରୁ ମାତ୍ର ୬ ମାସ ପାଇଁ ଭାରତ ଆସି ଏଯାଏଁ ରହିିଥିଲେ ଆଣ୍ଡ୍ଯୁ । ହେଲେ ତାଙ୍କ ଗତିବିଧି ଉପରେ କିପରି ନଜର ରଖିନାହିଁ ଗୋଇନ୍ଦା ବିଭାଗ। ସେହିପରି ସେ କାହିଁକି ଏଠାରେ ରହିଛନ୍ତି ଆଉ ଏତେ ବର୍ଷ ପରେ ସେ ଏବେ କାହିଁକି ସମ୍ନାକୁ ଆସିଲେ ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।