ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ୍ ସେବା; ଜାରି ରହିଛି ୧୪୪ ଧାରା

ସମ୍ବଲପୁର ଜିଲ୍ଲାରେ ହନୁମାନ ଜୟନ୍ତୀ ବାଇକ ରାଲିରେ ପଥର ମାଡ଼ ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୪୮ ଘଣ୍ଟା ପାଇଁ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।

ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ୍ ସେବା

ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ୍ ସେବା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ସମ୍ବଲପୁର: ବୁଧବାର ହନୁମାନ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ଅନୁଷ୍ଠିତ ବାଇକ୍‌‌ ଶୋଭାଯାତ୍ରା ବେଳେ ଲଙ୍କାକାଣ୍ଡ ଘଟିଥିଲା। ଭିନ୍ନ ଏକ ଗୋଷ୍ଠୀର ପଥର ମାଡ଼ରେ ଧନୁପାଲି ଆଇଆଇସି ଅନିତା ପ୍ରଧାନ ଓ ଟାଉନ ଥାନା ଆଇଆଇସି ପ୍ରକାଶ କର୍ଣ୍ଣଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

ସେହିପରି ଶୋଭାଯାତ୍ରାରେ ଯାଉଥିବା ହନୁମାନ ଜୟନ୍ତୀ ସମନ୍ୱୟ କମିଟିର ସଦସ୍ୟ ଓ ୨୦ଜଣ ସାଧାରଣ ଜନତା ମଧ୍ୟ ଆହତ ହୋଇଥିଲେ। ଅଧିକାଂଶ ଆହତଙ୍କ ମୁଣ୍ଡ ଫାଟି ଯାଇଥିଲା। ଅତିରିକ୍ତ ଏସପି ତପନ ମହାନ୍ତି ପଥର ମାଡ଼ରେ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସହରର ୬ଟି ଥାନାଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଏହି ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ।

ପଢ଼ନ୍ତୁ ଏହି ଖବର:  ଆଜି ରାଜଧାନୀର ୭୫ତମ ପ୍ରତିଷ୍ଠା ଦିବସ; ପୂର୍ବରୁ ଏମିତି ଥିଲା ଭୁବନେଶ୍ବର

୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଆଜି ସକାଳ ୧୦ ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି ଜଣାପଡ଼ିଛି।

ଇଣ୍ଟରନେଟ୍ ସେବର ବନ୍ଦ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।
Published by:Lipina Das
First published: