ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ବରରେ ଉଦଘାଟିତ ହୋଇଛି ବିଶ୍ବ ଓଡ଼ିଶା ସମାଜର ଆନ୍ତର୍ଜାତିକ କାର୍ଯ୍ୟାଳୟ; ଏକାଠି ହେବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ବରରେ ଉଦଘାଟିତ ହୋଇଛି ବିଶ୍ବ ଓଡ଼ିଶା ସମାଜର ଆନ୍ତର୍ଜାତିକ କାର୍ଯ୍ୟାଳୟ; ଏକାଠି ହେବେ ପ୍ରବାସୀ ଓଡ଼ିଆ

ଦୀପାବଳୀ ଅବସରରେ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଏହି ନୂଆ ଆନ୍ତର୍ଜାତିକ କାର୍ଯ୍ୟାଳୟ ଭୁବନେଶ୍ୱର ଆଇଆରସି ଭିଲେଜରେ ଉଦଘାଟିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ପ୍ରତିଷ୍ଠାତା ଡ଼ଃ ଅରୁନ୍ଧତୀ ଦେବୀ, ଅଧକ୍ଷ କିଶୋର ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ ।

ଭୁବନେଶ୍ବରରେ ଉଦଘାଟିତ ହୋଇଛି ବିଶ୍ବ ଓଡ଼ିଶା ସମାଜର ଆନ୍ତର୍ଜାତିକ କାର୍ଯ୍ୟାଳୟ; ଏକାଠି ହେବେ ପ୍ରବାସୀ ଓଡ଼ିଆ
ଭୁବନେଶ୍ବରରେ ଉଦଘାଟିତ ହୋଇଛି ବିଶ୍ବ ଓଡ଼ିଶା ସମାଜର ଆନ୍ତର୍ଜାତିକ କାର୍ଯ୍ୟାଳୟ
  • News18 Odia
  • Last Updated: November 8, 2021, 4:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଆଗକୁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରବାସୀ ଓଡ଼ିଆମାନେ ଏକାଠି ହୋଇ ରାଜ୍ୟର ସାମୁହିକ ସ୍ବାର୍ଥ ପାଇଁ ଲଢେ଼ଇ କରିପାରିବେ। ଆବଶ୍ୟକତା ପଡ଼ିଲେ ଜଣେ ପ୍ରବାସୀ ଓଡ଼ିଆ ଅନ୍ୟର ସୁବିଧା, ଅସୁବିଧା ସମୟରେ ସହଯୋଗର ହାତ ବଢ଼ାଇ ପାରିବେ। କାରଣ ଏବେ ବିଶ୍ବର ୬୫ଟି ରାଷ୍ଟ୍ରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗୋଟିଏ ପ୍ଲାଟଫର୍ମରେ ଏକାଠି ହୋଇପାରିଛନ୍ତି, ଯାହାର ନାଁ ହେଲା ୱାର୍ଲ୍ଡ ଓଡ଼ିଶା ସୋସାଇଟି ବା ବିଶ୍ୱ ଓଡ଼ିଆ ସମାଜ।
ଶନିବାର ସନ୍ଧ୍ୟାରେ ଭୁବନେଶ୍ବର ନୟାପଲ୍ଲୀ ପ୍ଲାଟ ନମ୍ବର N 1/115ରେ ବିଧିବଦ୍ଧ ଭାବେ ଉଦଘାଟିତ ହୋଇଛି ବିଶ୍ଵ ଓଡ଼ିଶା ସମାଜ ବା ୱାର୍ଲ୍ଡ ଓଡ଼ିଶା ସୋସାଇଟିର ନୂଆ ଆନ୍ତର୍ଜାତିକ କାର୍ଯ୍ୟାଳୟ ।

ୱାର୍ଲ୍ଡ ଓଡ଼ିଶା ସୋସାଇଟିର ନୂଆ ଆନ୍ତର୍ଜାତିକ କାର୍ଯ୍ୟାଳୟ ଉଦଘାଟନ ଉତ୍ସବ ଅବସରରେ ଏହାର ଅଧ୍ୟକ୍ଷ ଦାୟିତ୍ବରେ ଥିବା ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ କହିଥିଲେ, ‘‘ଧୀରେ ଧୀରେ ବିଶ୍ବର ବିଭିନ୍ନ ପ୍ରାନ୍ତରେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ବଢୁଛି। ଏବେ ବିଶ୍ବର ୬୫ଟି ଅଧିକ ଦେଶରେ ବିଭିନ୍ନ ଉଚ୍ଚ ପଦବୀରେ ପ୍ରବାସୀ ଓଡ଼ିଆମାନେ ଅଛନ୍ତି। କୋଭିଡ ସଂକ୍ରମଣ କାରଣରୁ ପ୍ରବାସୀ ଓଡ଼ିଆମାନେ ପରସ୍ପର ସହିତ କେଵଳ ଭର୍ଚୁଆଲ ମୋଡରେ ଭାବର ଆଦାନ ପ୍ରଦାନ କରିପାରୁଥିଲେ। କିନ୍ତୁ ସେମାନଙ୍କ ଭିତରେ ଏକତାର ଭାବ ସୃଷ୍ଟି କରିବା ସହିତ ରାଜ୍ୟର ସାମୁହିକ ସ୍ୱାର୍ଥ ପାଇଁ ମିଳିତ ଲଢ଼େଇ କରିବା ହେଉଛି ଏହି ଆନ୍ତର୍ଜାତିକ କାର୍ଯ୍ୟାଳୟର ଲକ୍ଷ୍ୟ। ସେହି ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ବିଶ୍ଵ ଓଡ଼ିଶା ସମାଜ ଏବେ ଏକ ବଡ଼ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ଉଦଘାଟିତ୍ ହୋଇଥିବା ଏହି ଆନ୍ତର୍ଜାତିକ କେନ୍ଦ୍ର ପ୍ରବାସୀ ଓଡ଼ିଆଙ୍କ ଉଦ୍ୟମକୁ ପ୍ରସାରିତ କରିପାରିବ ବୋଲି ମୁଁ ଆଶା ରଖିଛି।’’

ପ୍ରବାସୀ ଓଡ଼ିଆମାନେ ଏକାଠି ହୋଇ ରାଜ୍ୟର ସାମୁହିକ ସ୍ବାର୍ଥ ପାଇଁ ଲଢେ଼ଇ କରିବେ


ଦୀପାବଳୀ ଅବସରରେ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଏହି ନୂଆ ଆନ୍ତର୍ଜାତିକ କାର୍ଯ୍ୟାଳୟ ଭୁବନେଶ୍ୱର ଆଇଆରସି ଭିଲେଜରେ ଉଦଘାଟିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ପ୍ରତିଷ୍ଠାତା ଡ଼ଃ ଅରୁନ୍ଧତୀ ଦେବୀ, ଅଧକ୍ଷ କିଶୋର ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ । ଏହି ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ଏହି ଉଦଘାଟନ ଉତ୍ସବରେ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇଥିଲେ।

ସେମାନଙ୍କ ସହିତ ଯୋଡ଼ି ହୋଇଥିଲେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ୬୫ରୁ ଅଧିକ ଦେଶର ପ୍ରବାସୀ ଓଡ଼ିଆମାନେ। ସବୁ ପ୍ରବାସୀ ଓଡ଼ିଆଙ୍କ ଭିତରେ ଏକତାର ଭାବ ସୃଷ୍ଠି କରିବା ପାଇଁ ବିଶ୍ଵ ଓଡ଼ିଶା ସମାଜ ପକ୍ଷରୁ ଆଲୋକ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା।

ବିଶ୍ଵ ଓଡ଼ିଶା ସମାଜ ପକ୍ଷରୁ କୁହାଯାଇଛି ଯେ ୨୦୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି। ତେଣୁ ଗୋଟିଏ ପ୍ଲାଟଫର୍ମରେ ବିଶ୍ୱର ସବୁ ପ୍ରବାସୀ ଓଡ଼ିଆଙ୍କୁ ଏକାଠି କରିବା ଓ ୧୦୦ ବର୍ଷର ପୂର୍ତ୍ତି ପାଳନ ଯୋଜନାକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟ ରହିଛି। ଏ ଦିଗରେ ବିଶ୍ୱ ଓଡ଼ିଶା ସମାଜ ଅଧିକରୁ ଅଧିକ ଓଡ଼ିଆଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି। ସେଥି ପାଇଁ ପ୍ରବାସୀ ଓଡ଼ିଆଙ୍କ ସମେତ ସବୁ ଓଡ଼ିଆମାନେ ଏହି ଲକ୍ଷ୍ୟ ଦିଗରେ କାମ କରିବାକୁ ଏଥିରେ ଯୋଡ଼ି ହୋଇ ପାରିବେ।

ଭୁବନେଶ୍ବରରେ ଉଦଘାଟିତ ହୋଇଛି ବିଶ୍ବ ଓଡ଼ିଶା ସମାଜର ଆନ୍ତର୍ଜାତିକ କାର୍ଯ୍ୟାଳୟ


ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡ଼ରେ ସାମିଲ ହୋଇଥିବା ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହିତ ବିଶ୍ୱର ୬୫ଟି ଦେଶରେ ଥିବା ଓଡ଼ିଆମାନେ ଏକାଠୀ ହେବା ଓ ମିଳିତ ଉଦ୍ୟମ କରିବା ପ୍ରଶଂସନୀୟ ବୋଲି କହିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ।
Published by: Lipina Das
First published: November 8, 2021, 4:48 PM IST