ଅନ୍ତର୍ଜାତୀୟ ବାମହାତି ଦିବସ: ଏମାନେ ଭାରତର ସବୁ ଠାରୁ ସଫଳ ବାଁହାତିଆ ବ୍ୟକ୍ତି ଓ କ୍ରିକେଟର୍

ବିଶ୍ୱ ସାରା ଅନେକ ବାମହାତି ଲୋକେ ଖୁବ୍ ସଫଳତା ପାଇଛନ୍ତି ଓ ସଫଳତା ପାଇବା ଜାରି ରଖିଛନ୍ତି । କ୍ରିକେଟରେ ବାମହାତି ଖେଳାଳିମାନଙ୍କୁ ସମ୍ମାନ ଦିଆଯାଏ । ଅନେକ ବାମହାତି କ୍ରିକେଟର୍ ଖୁବ୍ ସଫଳତା ପାଇଛନ୍ତି ।

ଅନ୍ତର୍ଜାତୀୟ ବାମହାତି ଦିବସ: ଏମାନେ ଭାରତର ସବୁ ଠାରୁ ସଫଳ ବାଁହାତିଆ ବ୍ୟକ୍ତି ଓ କ୍ରିକେଟର୍
କେତେକ ପ୍ରସିଦ୍ଧ ବାମହାତି କ୍ରିକେଟ୍ ଖେଳାଳି
  • News18 Odia
  • Last Updated: August 13, 2020, 11:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

‘ବାମହାତି ବ୍ୟକ୍ତିମାନଙ୍କର ସ୍ୱତନ୍ତ୍ରତା ଓ ପାର୍ଥକ୍ୟ’କୁ ପାଳନ କରିବା ପାଇଁ ଅଗଷ୍ଟ ୧୩କୁ ‘ଅନ୍ତର୍ଜାତୀୟ ବାମହାତି ଦିବସ’ ଭାବରେ ପାଳନ କରାଯାଏ । ବାମହାତି ଲୋକଙ୍କୁ ସର୍ବଦା ଅଣପାରମ୍ପରିକ ଭାବରେ ଦେଖାଯାଏ । ବିଶ୍ୱ ଜନସଂଖ୍ୟାର ପ୍ରାୟ ଦଶ ପ୍ରତିଶତ ବାମହାତି । କିନ୍ତୁ ଏହି ଛୋଟ ପ୍ରତିଶତ କଥାକୁ ବାଦ୍‌ ଦେଲେ ଦେଖାଯାଇଛି ଯେ ଅନେକ ବାମହାତି ଲୋକେ ଖୁବ୍‌ ସଫଳତା ପାଇଛନ୍ତି ଓ ସଫଳତା ପାଇବା ଜାରି ରଖିଛନ୍ତି ।

ଜୋଆନ୍ ଅଫ୍ ଆର୍କ, ଲିଓନାର୍ଡୋ ଡା ଭିଞ୍ଚି, ମାଇକେଲ୍‌ ଏଞ୍ଜେଲୋ, ଜୁଲିୟସ୍ ସିଜର, ନେପୋଲିଅନ୍ ବୋନାପାର୍ଟ, ଫିଡେଲ କାଷ୍ଟ୍ରୋ, ଲୁଇସ୍ କାରୋଲ, ହେନରୀ ଫୋର୍ଡ, ନିଲ ଆର୍ମଷ୍ଟ୍ରଙ୍ଗ, ଏଚ୍.ଜି. ୱେଲ୍ସ, ଆଲବର୍ଟ ଆଇନଷ୍ଟାଇନ, ସାର୍ ପଲ୍ ମ୍ୟାକକାର୍ଟି, ଚାର୍ଲି ଚାପଲିନ୍ ଓ ବାରାକ ଓବାମା ଏମିତି କେତେକ ପ୍ରସିଦ୍ଧ ବାମହାତି ବ୍ୟକ୍ତି ।

ଆମ ଭାରତରେ ମହାତ୍ମା ଗାନ୍ଧୀ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତାଭ ବଚ୍ଚନ ଓ ସଚିନ ତେନ୍ଦୁଲକର ବି ବାମହାତି ବ୍ୟକ୍ତି । ସଚିନ ତେନ୍ଦୁଲକର ବାମ ହାତରେ ଲେଖନ୍ତି ।

କ୍ରିକେଟରେ ବାମହାତି ଖେଳାଳିମାନଙ୍କୁ ସମ୍ମାନ ଦିଆଯାଏ । ବାମହାତି ବ୍ୟାଟ୍ସମ୍ୟାନଙ୍କ କଭର ଡ୍ରାଇଭକୁ ଖୁବ୍‌ ପ୍ରଶଂସା ମିଳେ । ବ୍ୟାୟାନ୍ ଲାରା, ସୌରଭ ଗାଙ୍ଗୁଲି କିମ୍ବା ଡେଭିଡ ଗୋୱାରଙ୍କ କଭର ଡ୍ରାଇଭକୁ ଦେଖନ୍ତୁ, ତାହା ଚମତ୍କାର ଲାଗିବ । ସେହି ଭଳି ବାମହାତି ବୋଲର, ବିଶେଷକରି ପେସର୍, କ୍ରିକେଟ୍ ଦୁନିଆରେ ଏକ ବିରଳ ବସ୍ତୁ । ସେମାନଙ୍କୁ ଖୁବ୍‌ ସମ୍ମାନ ମିଳେ । ସେମିତି ବୋଲରମାନଙ୍କ ମଧ୍ୟରେ ଅଛନ୍ତି ୱାସିମ୍ ଆକ୍ରାମ, ମିଚେଲ ଜନସନ, ଡାନିଏଲ ଭେଟୋରି ଓ ଚାମିଣ୍ଡା ଭାସ୍ ।

ୱାସିମ ଆକ୍ରମ


ଏହି ଅବସରରେ ଆମେ ଆପଣଙ୍କୁ ଭାରତର କ୍ରକେଟ ଖେଳାଳିମାନଙ୍କ ମଧ୍ୟରୁ ବାମହାତି ବ୍ୟାଟ୍ସମ୍ୟାନ୍ ଓ ବୋଲରମାନଙ୍କୁ କ୍ରିକେଟର ସବୁ ଫର୍ମାଟରେ ମିଳିଥିବା ସଫଳତା ବିଷୟରେ ଜଣାଉଛୁ ।

ବ୍ୟାଟ୍ସମ୍ୟାନ୍ ସେ ସଂଗ୍ରହ ସରିଥିବା ରନ୍‌

ସୌରଭ ଗାଙ୍ଗୁଲି – ୧୮,୪୩୩

ଯୁବରାଜ ସିଂ – ୧୧,୬୮୬

ଗୌତମ ଗମ୍ଭୀର – ୧୦,୩୨୪

ଶିଖର ଧାୱନ – ୯,୫୯୧

ସୁରେଶ ରାଇନା – ୭,୯୮୮

ରବିନ୍ଦ୍ର ଜାଡେଜା – ୪,୩୩୮

ବିନୋଦ କାମ୍ବଲି – ୩,୫୬୧

ଇରଫାନ୍ ପଠାନ୍ – ୨,୮୨୧

ରବିନ୍ ସିଂ – ୨,୩୬୩

ଅଜିତ ୱାଡେକର – ୨,୧୮୬

ସାଦାଗୋପାନ ରମେଶ – ୨,୦୧୩

ବୋଲର ଓ ସେ ନେଇଥିବା ିକେଟ୍

ଜହୀର ଖାନ – ୫୯୭

ରବିନ୍ଦ୍ର ଜାଡେଜା – ୪୩୯

ଇରଫାନ୍ ପଠାନ୍ – ୩୦୧

ରବି ଶାସ୍ତ୍ରୀ – ୨୮୦

ବିଷ୍ନ୍‌ ସିଂ ବେଦୀ – ୨୭୩

ଆଶିଷ ନେହେରା – ୨୩୩

କୁଲଦୀପ ଯାଦବ – ୧୬୭

ଭିନୁ ମଙ୍କଡ଼ – ୧୬୨

ଭେଙ୍କଟପତି ରାଜୁ – ୧୫୬

ମନିନ୍ଦର ସିଂ – ୧୫୪

ଯୁବରାଜ ସିଂ – ୧୪୭

ମୋଟାମୋଟି ଅନ୍ୟମାନେ

ବ୍ୟାଟ୍ସମ୍ୟାନ୍ ତାଙ୍କ ମୋଟ ରନ୍‌

କୁମାର ସାଙ୍ଗାକାରା – ୨୮,୦୧୬

ବ୍ରାୟାନ୍ ଲାରା – ୨୨,୩୫୮

ସନଥ ଜୟସୁରିଆ – ୨୧,୦୩୨

ଶିବନାରାଇନ୍ ଚନ୍ଦ୍ରପଲ୍ – ୨୦,୯୮୮

କ୍ରିସ୍ ଗେଲ୍ – ୧୯,୩୨୧

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବ

ଏହା ବି ପଢ଼ନ୍ତୁ | ଅଗଷ୍ଟ ୧୫ରେ ଲାଲ କିଲ୍ଲାରେ ଖଲିସ୍ତାନୀ ପତାକା ଲଗେଇବାକୁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଲା

ବୋଲର ଓ ସେ ନେଇଥିବା ୱିକେଟ୍

ୱାସିମ୍ ଆକ୍ରାମ – ୯୧୬

ଚାମିଣ୍ଡା ଭାସ୍ – ୭୬୧

ଡାନିଏଲ୍ ଭେଟୋରି – ୭୦୫



ଜହିର ଖାନ – ୬୧୦

ମିଚେଲ ଜନସନ – ୫୯୦
Published by: Anand Shankar Thankur Das
First published: August 13, 2020, 11:42 PM IST
corona virus btn
corona virus btn
Loading