ରାଜଧାନୀରେ ରୋଚକ କାହାଣୀ; ହଷ୍ଟେଲ ଛାଡ଼ିଲା ବେଳେ ଦିଦିଙ୍କୁ ଲେଖିଲା ଚିଠି

ସମସ୍ତେ ଶୋଇ ପଡିଥିଲେ ନିଘୋଡ଼ ନିଦରେ । କିନ୍ତୁ ଆଖିରେ ପଲକ ପଡୁନଥିଲା ଜଣେ ଛାତ୍ରଙ୍କର । କେମିତି ବାହାରକୁ ଲୁଚି ପଳାଇଵ ସେ ନେଇ ତିଆରି କରୁଥିଲା ରଣନୀତି ।

ରାଜଧାନୀରେ ରୋଚକ କାହାଣୀ; ହଷ୍ଟେଲ ଛାଡ଼ିଲା ବେଳେ ଦିଦିଙ୍କୁ ଲେଖିଲା ଚିଠି

ରାଜଧାନୀରେ ରୋଚକ କାହାଣୀ; ହଷ୍ଟେଲ ଛାଡ଼ିଲା ବେଳେ ଦିଦିଙ୍କୁ ଲେଖିଲା ଚିଠି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ଵର: ରାଜଧାନୀର ଏକ ହଷ୍ଟେଲରୁ ଜଣେ ଛାତ୍ର ଲୁଚି ପଳାଇଯାଇଛି । ଗତକାଲି ରାତିରୁ ନିଖୋଜ ଛାତ୍ରର ପତ୍ତା ମିଳୁନି । ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ଆରମ୍ଭ ହୋଇଛି ତଦନ୍ତ ।

ସମୟ ପ୍ରାୟ ରାତି ୩.୩୦। ସମସ୍ତେ ଶୋଇ ପଡିଥିଲେ ନିଘୋଡ଼ ନିଦରେ । କିନ୍ତୁ ଆଖିରେ ପଲକ ପଡୁନଥିଲା ଜଣେ ଛାତ୍ରଙ୍କର । କେମିତି ବାହାରକୁ ଲୁଚି ପଳାଇଵ ସେ ନେଇ ତିଆରି କରୁଥିଲା ରଣନୀତି । ହାତରେ ବ୍ୟାଗ୍ ବସ୍ତାନି ଧରି ଗେଟ୍ ଲାଇଟ୍ ବନ୍ଦ କରି ଛାତ୍ରାବାସରୁ ଲୁଚି ପଳାଇଲା  ଛାତ୍ର । ୱେଡେନଙ୍କ ମୋବାଇଲ, ସୁନା ମୁଦି ଓ ୭୦୦ ଟଙ୍କା ନେଇ ଛାତ୍ର ପାର । ଆରିରେ ଚାବି କାଟିଲା , ଅସଫଳ ହେବାରୁ ଡେଇଁ ପଳାଇଲା । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଯିବା ବେଳର ଦୃଶ୍ୟ ।



ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ଘର ଫୁଲବାଣୀ ଦାରିଙ୍ଗିବାଡିରେ । ୫ ବର୍ଷ ହେବ ଭୁବନେଶ୍ୱରର ଡମଣା ଛକରେ ରହୁଛନ୍ତି । ଛାତ୍ରର ବାପା ପିତର ଦିଗାଲ ଓ ମାତା ଜ୍ୟୋସ୍ନା ଦିଗାଲ । ତାଙ୍କର ୩ ପୁଅ ପଢୁଛନ୍ତି ଗୋପଵନ୍ଧୁ ଛକ ନିକଟ ରାଜ ଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଗତ କାଲି ରାତିରେ ସେଠାରେ ଥିବା ନେତାଜୀ ସୁବାସ ବୋଷ ଛାତ୍ରାବାସ ୨ ରେ ରହୁଥିବା ସିବୁନ ୱେଡେନଙ୍କ ମୋବାଇଲ ନେଇ ପଳାଇଯାଇଥିବା ନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ ମଧ୍ୟ କରୁଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଜଣେ ଛାତ୍ର ଲୁଚି ପଳାଇଲା । କାରଣ କଣ ହେଇପାରେ । ପରିବାର ଲୋକଙ୍କ କହିବା କଥା ହେଉଛି ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରାବାସ ଷ୍ଟାଫ ସମସ୍ତେ ଭଲ । ତାର ସମସ୍ତେ ଦାୟିତ୍ଵ ନିଅନ୍ତି । ତେବେ ଘରକୁ ନଯାଇ କାହିଁକି ଅନ୍ୟ କେଉଁଆଡେ ପଲାଇ ଗଲା ଛାତ୍ର ଜଣକ ?  ପାଠକୁ ଭୟ କରି ନା ନିଜେ କିଛି ଭୁଲ କରିଛି ?

ଛାତ୍ରବାସରୁ  ଯିବା ପୂର୍ବରୁ ନିଜ ହାତରେ ଚିଠି ଲେଖିଛନ୍ତି ଛାତ୍ର । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି  ଦିଦି ମୋତେ କ୍ଷମା କରିଦେବେ । ଭାବୁଥିଲି ଆଉ ଭୁଲ କରିବିନି। କିନ୍ତୁ ବାରମ୍ବାର ଭୁଲ କରିଛି । ଆଉ ଗୋଟେ ଭୁଲ କରି ମୁଁ ଏଠାରୁ ଯାଉଛି ।  ଦୟାକରି ମୋତେ ପୋଲିସରେ ଦେବେନି । ମୋର ଆଉ ଦୁଇ ଭାଇ ହଷ୍ଟେଲରେ ରହୁଛନ୍ତି , ତାଙ୍କ ଦାୟିତ୍ଵ ନେବେ ।  ମମି ବାପା ତୁମେ ବ୍ୟସ୍ତ ହେବନି, ମୁଁ ବଡ଼ ଚାକିରି କରି ପୁଣି ଫେରି ଆସିବି । ସେପଟେ ଛାତ୍ରଙ୍କ ବାପା ପିତର୍ ଦିଗାଲ କହିଛନ୍ତି "ମୋ ପୁଅ ଫେରିଆସେ । ତୋର କିଛି ଅସୁବିଧା ହେବନି । ଯାହା ଭୁଲ କରିଛୁ ତୋରେ କ୍ଷମା ଦିଆଯିବ । ତା ସହ ତୋର କଣ ଦରକାର ଆସିକି ମୋତେ କହ ତୋର ସବୁ ଇଚ୍ଛା ପୂରଣ କରାଯିବ । ସେପଟେ ଛାତ୍ର ଜଣକ ୱାଦେନଙ୍କ ମୋବାଇଲ ଯେହେତୁ ନେଇଯାଇଛି ତାହା ଏଯାଏ ଅଫ ଅଛି । ଅନ କରି ନାହିଁ । ପୋଲିସ ସାଇବର ସେଲ ଲାଗି ପଡ଼ିଛି ଟ୍ରାପ ପାଇଁ ।
Published by:Soubhagya Mishra
First published: