News 18 Odia Digital
ଖୋର୍ଦ୍ଧା: ଜାଙ୍କିଆ ପଞ୍ଚାୟତ ବାଲିଗାଡିଆ ମହିଳା କରିଦେଖାଇଛନ୍ତି ନିଜ ହାତର କାରିଗରୀ (hand art) । ବିଭିନ୍ନ ଅଦରକାରୀ ଜିନିଷରୁ ତିଆରି କରୁଛନ୍ତି ଅତି ଆକର୍ଷଣୀୟ ଘର ସାଜସଜ୍ଜା ସାମଗ୍ରୀ । ବିଶେଷ କରି ଧାନରେ ପ୍ରସ୍ତୁତ ଅନେକ ଠାକୁରଙ୍କ ପ୍ରତିମୂର୍ତ୍ତିର (idols) ଚାହିଦା ଭଲ ରହିଛି । ଜଗନ୍ନାଥ, ଲକ୍ଷ୍ମୀ, ଦୁର୍ଗାଙ୍କ କଳାକୃତି ଦେଖିଲେ ଆପଣଙ୍କ ଆଖି ବି ଲାଖିଯିବ । ବିନା କୌଣସି ପ୍ରଶିକ୍ଷଣରେ ବାଲିଗାଡିଆର ଅନିମା ସାମନ୍ତରାୟ ପ୍ରଥମେ ଆରମ୍ଭ କରିଥିଲେ ଏହି କାରିଗରି । ଏବେ ତାଙ୍କ ସହିତ ଯୋଡି ହୋଇଛନ୍ତି ୬ ଜଣ ମହିଳା । ସବୁଠୁ ବଡ କଥା ହେଉଛି ଏହି କାରିଗରି ହିଁ ସମସ୍ତଙ୍କୁ କରିଛି ସ୍ବାବଲମ୍ବୀ (self-reliant) ।
ଧାନରେ ଶ୍ରୀଜଗନ୍ନାଥ, ମାଆ ଦୁର୍ଗାଙ୍କ ମୂର୍ତ୍ତି ଦେଖିଲେ ଆପଣଙ୍କ ଆଖି ବି ଲାଖିଯିବ । ଏମିତି ଅନେକ ସୁନ୍ଦର କଳାକୃତି ତିଆରି କରିଛନ୍ତି ଖୋର୍ଦ୍ଧା ଜଙ୍କିଆ ପଞ୍ଚାୟତ ବାଲିଗାଡିଆର ମହିଳାମାନେ । ବାଲିଗାଡିଆ ଗ୍ରାମର ଅନିମା ସାମନ୍ତରାୟ ନିଜେ ଏହି କଳା ପାଇଁ ପିଲାଟି ଦିନରୁ ରୁଚି ରଖିଥିଲେ କିନ୍ତୁ ପରେ ସେ ତାହାକୁ ପେସାରେ ପରିଣତ କରିଛନ୍ତି । ବିଭିନ୍ନ ପ୍ରକାର ଅଦରକାରୀ ଜିନିଷକୁ ନୂଆ ରୁପ ଦେବା ଓ ସେସବୁରେ କିପରି ଘର ସଜା ଜିନିଷ ତିଆରି ହୋଇପାରିବ, ତାହା ଅନିମାଙ୍କୁ ବେସ୍ ଜଣା । ଏବେ ଏହି ସାମଗ୍ରୀ ସବୁ ଘର ଭିତରେ ସୀମିତ ନାହିଁ, ବରଂ ରାଜ୍ୟର ଅନେକ ସ୍ଥାନରେ ଅନିମା ଏହି କଳା ପହଁଞ୍ଚି ଆଦୃତି ହାସଲ କଲାଣି । ଭୁବନେଶ୍ବର (bhubaneswar) ପ୍ରଦର୍ଶନୀ ପଡିଆଠାରୁ ବିଭିନ୍ନ ପଲ୍ଲୀ ଓ ଜିଲ୍ଲା ମହୋତ୍ସବରେ ସବୁ ଜିନିଷ ବିକ୍ରି କରି ବେସ୍ ଭଲ ରୋଜଗାର କରିପାରୁଛନ୍ତି ।
ଅନିମାଙ୍କୁ ଏବେ ସ୍ବାବଲମ୍ବୀ ବନେଇ ଦେଇଛି ଏହି କଳାକୃତି । ଗ୍ରାମର ଅନ୍ୟ ଛଅଜଣ ମହିଳାଙ୍କୁ ନିଜର କଳା ଶିଖାଇବା ସହିତ ସେମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରିପାରିଛନ୍ତି ଅନିମା । ସବୁଠୁ ମଜା କଥା ହେଉଛି, ଘର କାମ ସାରିବା ପରେ ବଳକା ସମୟରେ ସମସ୍ତେ ଅନିମାଙ୍କ ଘରକୁ ଆସି ଏହି କଳାକୃତି ତିଆରି କରିଥାନ୍ତି । ଏହାରି ଭିତରେ ଅନୀମାଙ୍କ ଠାରୁ ଅନ୍ୟମାନେ ବି ଶିଖି ଗଲେଣି ସୁନ୍ଦର କଳାକୃତି ନିର୍ମାଣର କାରିଗରି । ଏହି କଳାକୁ ସରକାର ସହଯୋଗର ହାତ ବଢ଼ାଇଲେ ଏହା ରାଜ୍ୟ ତଥା ଜାତୀୟ ସ୍ତରରେ ବେଶ୍ ନାଁ କମେଇ ପାରନ୍ତି ।
ଏହି ଖବର ପଢ଼ନ୍ତୁ -
http://ଦ୍ୱିତୀୟ ଦିନିକିଆରେ ଭାରତକୁ ୧୦ ୱିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ: ମାର୍ଶ ଓ ହେଡଙ୍କ ଅର୍ଦ୍ଧଶତକPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।