ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକରୁ ଧରା ହେଲା ଆନ୍ତଃଜିଲ୍ଲା ବାଇକ୍ ଚୋର ରାକେଟ୍; ୩୨ଟି ବାଇକ୍ ଜବତ ହେଲା; ୯ ଅଭିଯୁକ୍ତ ଗରିଫ

କଟକରୁ ଧରା ହେଲା ଆନ୍ତଃଜିଲ୍ଲା ବାଇକ୍ ଚୋର ରାକେଟ୍; ୩୨ଟି ବାଇକ୍ ଜବତ ହେଲା; ୯ ଅଭିଯୁକ୍ତ ଗରିଫ

ଗାଡ଼ି ଓ ପାର୍ଟ୍ସ ବିକ୍ରିରୁ ମିଳୁଥିବା ଟଙ୍କାକୁ ୫୦-୫୦ ଅନୁପାତରେ ନିରଞ୍ଜନ-ରବୀନ୍ଦ୍ର ଯୋଡ଼ି ଓ ପବିତ୍ର-ଦୀପକ ଯୋଡ଼ି ନିଜ ନିଜ ମଧ୍ୟରେ ବାଣ୍ଟି ନେଉଥିଲେ । ଚୋରା ଗାଡ଼ି କଣିବା ଅଭିଯୋଗରେ ବ୍ରହ୍ମପୁର ଅଞ୍ଚଳର ଜଣେ ଦଶମ ଶ୍ରେଣୀର ଛାତ୍ର ବି ଗିରଫ ହୋଇଛି ।

କଟକରୁ ଧରା ହେଲା ଆନ୍ତଃଜିଲ୍ଲା ବାଇକ୍ ଚୋର ରାକେଟ୍; ୩୨ଟି ବାଇକ୍ ଜବତ ହେଲା; ୯ ଅଭିଯୁକ୍ତ ଗରିଫ
ଗିରଫ ହୋଇଥିବା ବାଇକ୍ ଲୁଟେରା ଗ୍ୟାଙ୍ଗର ଅପରାଧୀମାନେ
  • News18 Odia
  • Last Updated: August 31, 2021, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏକ ଆନ୍ତଃରାଜ୍ୟ ବାଇକ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କଟକ କମିଶନେଟ ପୋଲିସ । ସେମାନଙ୍କଠାରୁ ଜବତ ହୋଇଛି ରେକର୍ଡ଼ ୩୨ଟି ଗାଡ଼ି ଓ ମାଷ୍ଟରମାଇଣ୍ଡ୍‌ ସହ ମୋ’ଟ ନଅ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏହି ରାକେଟରେ ପ୍ରତ୍ୟକ୍ଷ ଭୁମିକା ଗ୍ରହଣ କରିଛନ୍ତି ଦୁଇ ପେସାଦାର ଚୋର ଓ ଗ୍ୟାରେଜ କରିଥିବା ଦୁଇ ଭାଇଙ୍କ ଯୋଡ଼ି ।

ଦୁଇ ଚୋର ବନ୍ଧୁ ହେଉଛନ୍ତି ଅନୁଗୁଳ ଖମାର ବାସିନ୍ଦା ନିରଞ୍ଜନ ନାୟକ ଓ ଗଞ୍ଜାମ ବେଲଗୁଣ୍ଠା ବାସିନ୍ଦା ରବୀନ୍ଦ୍ର ବେହେରା । ଉଭୟ ନିରଞ୍ଜନ ଓ ରବିନ୍ଦ୍ର ପେସାଦାର ଗାଡ଼ି ଚୋର ହୋଇଥିବା ବେଳେ ଏମାନଙ୍କ ନାଁରେ ନିଜ ନିଜ ଜିଲ୍ଲାରେ ଅନେକ ମାମଲା ଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡ଼ିଛି । ଏମାନେ ବିଶେଷ କରି କଟକ, ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ବ୍ରହ୍ମପୁର ଓ ଅନୁଗୁଳ ଅଞ୍ଚଳରୁ ଗାଡ଼ି ଚୋରୀ କରିଥିବା ମଧ୍ୟ ଜଣା ପଡ଼ିଛି ।

ଏହା ବି ପଢ଼ନ୍ତୁ | ଶୋଏବ୍ ଅଖତରଙ୍କୁ ଅପମାନିତ କରୁଥିଲେ ଦୁଇ ଜଣ ମହିଳା; ସେ କହିଲେ, ‘‘ତାଙ୍କ କଥା ଶୁଣି…’’

ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ ଦୁଇ ପେସାଦାର ଗାଡ଼ି ଚୋର ନିରଞ୍ଜନ ଓ ରବୀନ୍ଦ୍ର ଦୀର୍ଘ ଦିନ ହେଲା ଏହି ପେସାରେ ଥିଲେ । ଗତ ବର୍ଷଠାରୁ ଉଭୟ ମିଶି କରି କାମ କରୁଥିଲେ । ଉଭୟଙ୍କ ଘର ଅଲଗା ଅଲଗା ଜାଗାରେ, କିନ୍ତୁ ଭୁବନେଶ୍ବର ସାଲିଆସାହି ଥିଲା ଏମାନଙ୍କ ସ୍ଥାୟୀ ଆଡ୍ଡା । ଉଭୟ ସାଥି ହୋଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଗାଡ଼ି ଚୋରି କରନ୍ତି ଓ ଚୋରା ଗାଡ଼ିଗୁଡ଼ିକୁ ସିଧାସଳଖ ଭୁବନେଶ୍ବର ବାଣୀବିହାରରେ ଗ୍ୟାରେଜ୍‌ କରିଥିବା ପବିତ୍ର ପ୍ରଧାନଙ୍କୁ ହସ୍ତାନ୍ତରିତ କରିଥାନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି ।

ପୋଲିସ ଜବତ କରିଥିବା ବାଇକରୁ କିଛି


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ଆଦିବାସୀ ଯୁବକଙ୍କୁ ବାଡ଼ିରେ ପିଟିଲେ, ଚଳନ୍ତା ଟ୍ରକ୍ ପଛରେ ବାନ୍ଧି ଘୋଷାଡ଼ିଲେ; ମୃତ୍ୟୁ ହେଲା

‘‘ଗାଡ଼ିଗୁଡ଼ିକ ଗ୍ୟାରେଜରେ ପହଞ୍ଚିବା ପରେ ଆରମ୍ଭ ହେଉଥିଲା ଅସଲ କାମ । ପବିତ୍ର ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ୍‌ ବଦଳାଇବା ସହ ଇଞ୍ଜିନ ନମ୍ବର୍‌ ଓ ଚେଚିସ୍ ନମ୍ବରକୁ ଟାମ୍ପରିଂ କରିଥାଏ । ପୂର୍ବରୁ ପାଇଥିବା ଅର୍ଡର ମୁତାବକ କେଉଁ ଗାଡ଼ି ରାଜ୍ୟର କେଉଁ ସ୍ଥାନରେ ବିକ୍ରି ହେବ ତାର ଯୋଜନା ମଧ୍ୟ ପସ୍ତୁତ କରେ । ଗ୍ରାହକ ମିଳିବା ପରେ ସମ୍ପକ୍ତ ଗ୍ରାହକଙ୍କୁ ନିଜ ଗ୍ୟାରେଜକୁ ଡକାଇ ଗାଡ଼ି ପିଛା ପାଞ୍ଚରୁ ୧୦ ହଜାର କରି ବିକ୍ରି କରିଥାଏ । ନିଜର ଗ୍ୟାରେଜ ଥିବାରୁ ଅନେକ ଗାଡ଼ିର ଯନ୍ତ୍ରାଂଶ ଖୋଲି ତାକୁ ବି ସେ ବିକ୍ରି କରେ । ଏହା ସହ କିଛି ବାଇକକୁ ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ଏକ ଟାୟାର୍‌ ମରାମତି ଦୋକାନ କରିଥିବା ନିଜ ଭାଇକୁ ବି ହସ୍ତାନ୍ତର କରେ ସେ,’’ କଟକରେ ଆୟୋଜିତ ଏକ ସମ୍ବାଦିକ ସମ୍ମଳନୀରେ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ବିଗ୍ବସ୍ଫେମ୍ବଲିଉଡ ଅଭିନେତା ଅରମାନ କୋହଲି

ଗାଡ଼ି ଓ ପାର୍ଟ୍ସ ବିକ୍ରିରୁ ମିଳୁଥିବା ଟଙ୍କାକୁ ୫୦-୫୦ ଅନୁପାତରେ ନିରଞ୍ଜନ-ରବୀନ୍ଦ୍ର ଯୋଡ଼ି ଓ ପବିତ୍ର-ଦୀପକ ଯୋଡ଼ି ନିଜ ନିଜ ମଧ୍ୟରେ ବାଣ୍ଟି ନିଅନ୍ତି ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି । ଏମାନେ ପ୍ରାୟ ଦୁଇ ବର୍ଷ ହେଲା ଏହି କାର୍ଯ୍ୟ କରିଆସୁଥିବା ପୋଲିସ ପକ୍ଷରୁ କୁହାଯାଇଛି । କିନ୍ତୁ ଏହି ଚାରି-ଜଣିଆ ଗ୍ୟାଙ୍ଗ୍ ବାସ୍ତବିକ କେତେ ଗାଡ଼ି ଚୋରି କରିଛନ୍ତି ଓ ସେଗୁଡ଼ିକୁ କେଉଁ କେଉଁ ସ୍ଥାନରେ ବିକ୍ରି କରିଛନ୍ତି ତାର ପୂରା ଚିଠା ଏବେ ବି ପୋଲିସ ହାତରେ ଲାଗି ନାହିଁ । ଏହି ସଂଖ୍ୟା ପ୍ରାୟ ୧୫୦ ଉପରକୁ ଯାଇଥିବା ଅନୁମାନ କରୁଛି ପୋଲିସ ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପ୍ରତୀକ ସିଂ ଏହି ଗ୍ୟାଙ୍ଗ୍ ବିଷୟରେ କହୁଛନ୍ତି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Dehradun Bridge Collapse: ଦେହରାଡୁନରେ ବର୍ଷା ଯୋଗୁଁ ମଝିରୁ ଭାଙ୍ଗିଗଲା ପୋଲ; ଦେଖନ୍ତୁ VIDEO

ଅଗଷ୍ଟ ୨୯ ତାରିଖ ସନ୍ଧ୍ୟାରେ ଯୋବ୍ରା ରିଙ୍ଗ୍‌ ରୋଡ୍ ରାସ୍ତାରେ ଯାଉଥିବା ସମୟରେ ମାଲଗୋଦାମ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଗାଡ଼ି ଛଡ଼ାଇ ନେବା ମାମଲାର ତଦନ୍ତ କରୁଥିବା ମାଲଗୋଦାମ ପୋଲିସ ଏହି ରାକେଟର ଟେର୍‌ ପାଇଥିଲା । ଏହି ଦୁଇ ଯୋଡ଼ିଙ୍କ ସହ ସେମାନଙ୍କଠାରୁ ଚୋରା ଗାଡ଼ି କଣିଥିବା ପାଞ୍ଚ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସେମାନେ ସାଲିଆସାହିର ବାସିନ୍ଦା । ଚୋରା ଗାଡ଼ି କଣିବା ଅଭିଯୋଗରେ ବ୍ରହ୍ମପୁର ଅଞ୍ଚଳର ଜଣେ ଦଶମ ଶ୍ରେଣୀର ଛାତ୍ରକୁ ବି ଧରିଛି ପୋଲିସ । ସବୁ ନଅ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚଳାଣ କରାଯାଇଥିବା ବେଳେ ନାବାଳକ ଜଣଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡଙ୍କ ସମ୍ମୁଖରେ ହାଜର କରାଯାଇଛି ।

ଏହା ବି ପଢ଼ନ୍ତୁ | ଆମେରିକା କ’ଣ ଆଫଗାନିସ୍ତାନରେ ତାଲିବାନର ଶାସନକୁ ମାନ୍ୟତା ଦେବାକୁ ରାଜି ହୋଇଗଲା?

‘‘ଚୋରି ହେଉଥିବା ବାଇକଗୁଡ଼ିକୁ ସାଧାରଣ ଆପରାଧିକ କାର୍ଯ୍ୟକଳାପରେ ଲଗାଯାଇଥାଏ । ଏହି ବାଇକ ଚୋରି ରାକେଟକୁ ଧରିବା ପାଇଁ କମିଶନରେଟ ପୋଲିସ ଏକ ସ୍ବତନ୍ତ୍ର ଅଭିଯାନ ଚଲାଇଛି । ଏହି କ୍ରମରେ କଟକ କମିଶନରେଟ ପୋଲିସ ଚଳିତ ବର୍ଷ ୧୫୭ଟି ଚୋରା ବାଇକ୍‌ ଜବତ କରି ସାରିଲାଣି,’’ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।



ଏବେ ଧରା ପଡ଼ିଥିବା ଏହି ଅଭିଯୁକ୍ତମାନେ ଅନ୍ୟ କେଉଁ କେଉଁ ଅଞ୍ଚଳରୁ ଗାଡ଼ି ଚୋରି କରିଛନ୍ତି ତାହା ତଦନ୍ତ ପରେ ଜଣା ପଡ଼ିବ । ଆବଶ୍ୟକ ହେଲେ ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ପ୍ରିୟଦର୍ଶୀ ।
Published by: Anand S.T. Das
First published: August 31, 2021, 11:54 PM IST