ଜଗତସିଂହପୁରରେ କିରାଣୀଙ୍କୁ ଅପମାନ: ଉଠବସ୍‌ କରାଇଲେ ଅତିରିକ୍ତ ଜିଲ୍ଲାପାଳ !

ଜଗତସିଂହପୁରରୁ ଆସିଛି ଏମିତି କିଛି ଗୁରୁତର ଅଭିଯୋଗ । ଜିଲ୍ଲା ପ୍ରଶାସନିକ କାର୍ଯ୍ୟାଳୟରେ ଏଭଳି ଅଭିଯୋଗକୁ ନେଇ ସବୁଠି ଚର୍ଚ୍ଚା ବିଷୟ ।

ଜଗତସିଂହପୁରରେ କିରାଣୀଙ୍କୁ ଅପମାନ: ଉଠବସ୍‌ କରାଇଲେ ଅତିରିକ୍ତ ଜିଲ୍ଲାପାଳ !

ଜଗତସିଂହପୁରରେ କିରାଣୀଙ୍କୁ ଅପମାନ: ଉଠବସ୍‌ କରାଇଲେ ଅତିରିକ୍ତ ଜିଲ୍ଲାପାଳ !

  • News18 Odia
  • Last Updated :
  • Jagatsinghapur, India
  • Share this:
News 18 Odia Digital

ଜଗତସିଂହପୁର: କିରାଣୀଙ୍କୁ ଉଠବସ୍‌ କରାଇଲେ ଅତିରିକ୍ତ ଜିଲ୍ଲାପାଳ (sub collector) । ଜଗତସିଂହପୁର (jagatsinghpur)ରୁ ଆସିଛି ଏମିତି କିଛି ଗୁରୁତର ଅଭିଯୋଗ । ଜିଲ୍ଲା ପ୍ରଶାସନିକ କାର୍ଯ୍ୟାଳୟରେ ଏଭଳି ଅଭିଯୋଗକୁ ନେଇ ସବୁଠି ଚର୍ଚ୍ଚା ବିଷୟ । ଅନ୍ୟପଟେ ଉଠବସ୍‌ ନୁହେଁ କେବଳ ତାଗିଦ କରିଥିବା ନେଇ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ (sub collector) ।

କାମରେ ଅବହେଳା ନେଇ କିରାଣୀଙ୍କୁ ଉଠବସ୍‌ କରାଯାଇଥିବା କୁହାଯାଉଛି । ଜଗତସିଂହପୁର ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କିରାଣୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଉଠବସ୍‌ କରାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଗତ ୧୩ ତାରିଖରେ କିରାଣୀ ଜଣଙ୍କ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ କାମରେ ଅବହେଳା ନେଇ ଖୁବ ବର୍ଷିବା ସହ କିରାଣୀଙ୍କୁ ଉଠବସ୍‌ କରାଇଥିଲା ନେଇ ସେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ଅଧିକାରୀଙ୍କ ନାଁରେ ଅନ୍ୟ କିରାଣୀ ମଧ୍ୟ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି ।

ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ସେ କହିଛନ୍ତି, ସରକାରୀ କାର୍ଯ୍ୟରେ ଅବହେଳା ଯୋଗୁଁ କେବଳ ତାଗିଦ କରିଥିଲେ । ତେବେ କର୍ମଚାରୀଙ୍କୁ ସେ ଉଠବସ କରାଇ ନଥିବା କହିଛନ୍ତି ।ଅତିରିକ୍ତ ଜିଲ୍ଲାପାଳଙ୍କ ନାଁରେ ଗୁରୁତର ଅଭିଯୋଗ । ଆଗକୁ ମାମଲା କେଉଁ ମୋଡ଼ ନେଉଛି, ତା ଉପରେ ସମସ୍ତଙ୍କ ନଜର ।

ରିପୋର୍ଟ-  ସରୋଜ ସାହୁ

ଏହି ଖବର ପଢ଼ନ୍ତୁ -  ଶାରିରୀକ ସମ୍ପର୍କ ପାଇଁ କୂଅକୁ ଡେଇଁଲେ ପତ୍ନୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ !
Published by:Soubhagya Mishra
First published: