News18 Odia Digital
ଜଗତସିଂହପୁର : ସହି ହେଲାନି ପୁଅ ବୋହୂଙ୍କ ନିର୍ଯାତନା । ମଶାଣୀ ପାଲଟିଲା ବାପା-ମାଆଙ୍କ ଶେଷ ଠିକଣା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବିଲ ଅରିଲୋ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜନ୍ମ ଦେଇଥିବା ବାପା ମାଆଙ୍କୁ ପର କରିଦେଲା ପୁଅ । ଶେଷରେ ନିରୁପାୟ ବୃଦ୍ଧା ବାପାମାଆ, ସ୍ବମୀ ପାରିତ୍ୟକ୍ତା ଝିଅ ଓ ନାତି ନାତୁଣୀଙ୍କୁ ଧରି ଗାଁ ନିକଟସ୍ଥ ସ୍ମଶାନରେ ଥିବା ଶବଦାହ ଘରେ ଆଶ୍ରୟ ନେଇଛନ୍ତି ।
ବିଲ ଅରିଲୋ ଗାଁର ବାବାଜୀ ସେଠୀ, ପତ୍ନୀ କାଞ୍ଚନ ସେଠୀ ଓ ନିଜର ସ୍ୱାମୀ ପରିତ୍ୟକ୍ତା ଝିଅ ଏବଂ ତିନି ନାତି ନାତୁଣୀଙ୍କୁ ଧରି ଦୁଇ ଦିନ ହେଲା ମଶାଣିରେ ଆଶ୍ରୟ ନେଇଥିଲେ । ଖବର ପାଇ ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ସ୍ଥାନୀୟ ସରପଞ୍ଚ ବୃଦ୍ଧା ଦମ୍ପତିଙ୍କୁ ବୁଝାସୁଝା କରିବା ସହ ସ୍ମଶାନରୁ ଉଦ୍ଧାର କରି ଅଙ୍ଗନବାଡି କେନ୍ଦ୍ରରେ ଆଣି ରଖିବା ସହିତ ସେମାନଙ୍କ ଖାଦ୍ୟ ପେୟର ବନ୍ଦୋବସ୍ତ ମଧ୍ୟ କରିଛନ୍ତି ।
ପୂର୍ବରୁ ମଧ୍ୟ ଏଭଳି ଘଟିଥିବା ବେଳେ ଘଟଣାକୁ ନେଇ ନାଏବ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତିରେ ବୈଠକ ବସିଥିଲା । କିନ୍ତୁ ନାଏବ ସରପଞ୍ଚଙ୍କ ସମେତ ଗାଁ ଲୋକଙ୍କୁ ବୋହୂ ଗାଳିଗୁଳଜ କରିବା ଯୋଗୁଁ ବୈଠକରୁ ଉଠି ସମସ୍ତେ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏହାର ପରଦିନ ପୁଅ ବୋହୂ, ବାପା ମା’ ସମେତ ଝିଅ ଓ ନାତି ନାତୁଣି ତିର୍ତ୍ତୋଲ ଥାନାର ଦ୍ୱାରସ୍ଥ ହୋଇଥିଲେ ।
ପଢନ୍ତୁ ପୂରା ଖବର :
http://ପୁଣି ଧନୀ ତାଲିକା ଟପ୍ରେ ଟ୍ୱିଟର୍ର ମାଲିକ ଏଲନ୍ ମସ୍କ ; ପଛରେ ପଡ଼ିଲେ ବର୍ଣ୍ଣାଡ୍ ଆର୍ଣ୍ଣଲ୍ଟଥାନାରେ ପୋଲିସ ଉପସ୍ଥିତିରେ ସମସ୍ୟାର ସମାଧାନ କରାଯାଇ ବିବାଦ ନକରିବାକୁ ଲିଖିତ ଆକାରରେ ଦେଇଥିଲେ । କିନ୍ତୁ ଦୁଇ ଦିନ ପରେ ପୁଣି ଶାଶୁ, ଶ୍ୱଶୁରଙ୍କୁ ବୋହୁ ଘରୁ ତଡିଦେଇଥିବା ଅଭିଯୋଗ ହୋଇଛି । ଫଳରେ ମଶାଣୀର ଶବଦାହ ଘରେ ଆଶ୍ରୟ ନେଇଛନ୍ତି । ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ଏନେଇ ଖବର ପାଇବା ପରେ ବାବାଜୀ ସେଠୀଙ୍କ ପରିବାରକୁ ଆଣି ଅଙ୍ଗନବାଡି କେନ୍ଦ୍ରରେ ଥଇଥାନ କରିବା ସହ ପ୍ରଶାସନକୁ ଅବଗତ କରାଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।