ସାମାଜିକ ଗଣମାଧ୍ୟମରେ ବିପୁଳ ଜନମତକୁ ସମ୍ମାନ ଦେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଟକ ଷ୍ଟେସନର ଡିଜାଇନକୁ ସ୍ୱୀକୃତି ଦେଇଛନ୍ତ।
- News18 Odia
- Last Updated :
- New Delhi, India
News 18 Odia Digital
କଟକ : ସାମାଜିକ ଗଣମାଧ୍ୟମରେ ବିପୁଳ ଜନମତକୁ ସମ୍ମାନ ଦେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଟକ ଷ୍ଟେସନର ଡିଜାଇନକୁ ସ୍ୱୀକୃତି ଦେଇଛନ୍ତ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି କଟକ ଷ୍ଟେସନ ନିରୀକ୍ଷଣ କରି ଚାଲୁରହିଥିବା ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିବାବେଳେ ଏହାର ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ସମ୍ବନ୍ଧରେ ଅବଗତ ହୋଇଛନ୍ତି। ଏହା ସହିତ ସୁନକର ଭୁବନେଶ୍ୱର -କଟକ ରେଳ ସେକ୍ସନ ନିରୀକ୍ଷଣ କରି ନିରାପତ୍ତା ସମ୍ବନ୍ଧୀୟ ଏବଂ ରେଳ ଚଳାଚଳ ଟ୍ରାଫିକ ସମ୍ବନ୍ଧୀୟ କାର୍ଯ୍ୟ ସମୀକ୍ଷା କରିଥିଲେ। କଟକ ଷ୍ଟେସନ ନିରୀକ୍ଷଣ ସମୟରେ ସୁନକର ଯାତ୍ରୀ ପରିସେବା କାର୍ଯ୍ୟ ସହିତ ଅନ୍ୟାନ ପ୍ରକଳ୍ପ କାର୍ଯ୍ୟ ଗୁଡିକର ସମୀକ୍ଷା କରି ଏହା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର ଶିଘ୍ର ସମ୍ପାଦନ ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ମାନ୍ୟବର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରେ ରେଳ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ପାଇଁ ଗୁରୁତ୍ୱାରୋପ କରୁଥିବାବେଳେ ନିଜେ ଏହାର ଅଗ୍ରଗତି ସମ୍ବନ୍ଧରେ ନିୟମିତ ସମୀକ୍ଷା କରୁଛନ୍ତି।କଟକ ରେଳ ଷ୍ଟେସନ ର ବିକାଶ କାର୍ଯ୍ୟ ଅଶ୍ବିନୀ ବୈଷ୍ଣବଙ୍କ ଓଡ଼ିଶାରେ ରେଳ ପ୍ରକଳ୍ପ ସମୀକ୍ଷା ମଧ୍ୟରୁ ଅନ୍ୟତମ ଅଟେ। ସେପଟେପଣ୍ୟ ବୋଝେଇ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ରେକର୍ଡ ପ୍ରଦର୍ଶନ ହାସଲ କରିବାକୁ ଯୋଜନା କରିଛି। ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇ ୨୩୨ ମିଲିୟନ୍ ଟନ୍ କୁ ଚଳିତ ବର୍ଷ ଭଲ ବ୍ୟବଧାନରେ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛି।
ଚଳିତ ଆର୍ଥିକ ବର୍ଷର ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ୧୭୫ ନିୟୁତ ଟନ ମାଲ ପରିବହନ କରି ଗତ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ପଣ୍ୟ ବୋଝେଇ 1୧୬୯ ନିୟୁତ ଟନ ତୁଳନାରେ ୫.୯୩ ନିୟୁତ ଟନ ଅଧିକ ପଞ୍ଜିକରଣ କରି ୩.୫% ଅଭିବୃଦ୍ଧି ଆଣିପାରିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିୟମିତ ଭାବରେ ରେଳପଥର କାର୍ଯ୍ୟ ସମ୍ବନ୍ଧରେ ନଜର ରଖିଛନ୍ତି। ନୂତନ ଲାଇନ୍, ଦୋହରୀକରଣ ଏବଂ ତୃତୀୟ ଲାଇନ୍ ନୂତନ ଭିତ୍ତିଭୂମି ପୂର୍ଣ୍ଣ ବେଗରେ ଆସୁଛି। ସେହିପରି ୩୬ଟି ଷ୍ଟେସନର ଉନ୍ନତିକରଣ ସହିତ ତିନୋଟି ବିଶ୍ୱସ୍ତରୀୟ ଷ୍ଟେସନ୍ ପାଇଁ ଟେଣ୍ଡର କାର୍ଯ୍ୟ ସମ୍ପାଦନ ହୋଇ କାର୍ଯ୍ୟ ଆରମ୍ଭ କରାଯାଇଅଛି। ପୂର୍ବ ତଟ ରେଳପଥ ଉଲ୍ଲେଖନୀୟ ଭିତ୍ତିଭୂମି କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖିଛି। ଅଶ୍ୱିନୀ ବୈଷ୍ଣବ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।