କ୍ୟାନସର ପାଇଁ ଅଭିନଵ ଉପାୟରେ ପାଣ୍ଠି ସଂଗ୍ରହ; ନିଲାମ ହେଲା ହୋଟେଲର ଟେବୁଲ

ଷ୍ଟାର ହୋଟେଲରେ କିଛି ଟେବୁଲ ନିଲାମ କରାଯାଇଛି। ଏହି ଟେବୁଲରେ ଯେଉଁମାନେ ଖାଇବେ ସେମାନେ ଏହି କାର୍ଯ୍ୟକ୍ରମ ପାଇଁ କିଛି ପାଣ୍ଠି ଦାନ କରିବେ । ଏଥିପାଇଁ ୧୦୦ ଟି ଟେବୁଲରେ ବ୍ୟବସ୍ଥା କରାଯାଇଥିଲା।

ନିଲାମ ହେଲା ଷ୍ଟାର ହୋଟେଲର ଟେବୁଲ

ନିଲାମ ହେଲା ଷ୍ଟାର ହୋଟେଲର ଟେବୁଲ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଘରୋଇ ହସପିଟାଲ ପକ୍ଷରୁ ଅଭିନବ ଉଦ୍ୟମ। କାର୍ଯ୍ୟକ୍ରମ ଜରିଆରେ କ୍ୟାନସର ପିଡ଼ିତଙ୍କ ଚିକିତ୍ସା ପାଇଁ ପାଣ୍ଠି ଯୋଗାଡ଼ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛି ଘରୋଇ ‘ସଦ୍‌ଗୁରୁ’ ହସପିଟାଲ । ଭୁବନେଶ୍ୱର ଉପକଣ୍ଠ ଏକ ଘରୋଇ ହୋଟେଲ ଭିଭାନ୍ତରେ ଏହି ପାଣ୍ଠି ଯୋଗାଡ଼ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକଙ୍କୁ ଆମନ୍ତ୍ରଣ କରାଯାଇଥିଲା, ଯେଉଁମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାତ୍ରିଭୋଜନ କରିବେ ସେହିମାନେ ତାହା ବଦଳରେ ଏହି ପାଣ୍ଠିକୁ ଦାନ କରିବେ । ଏଥିରେ ମୋଟ ୫ ଲକ୍ଷରୁ ଅଧିକ ପାଣ୍ଠି ଯୋଗାଡ଼ କରାଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ସଦ୍‌ଗୁରୁ ହସପିଟାଲର ପରିଚାଳନା ନିର୍ଦ୍ଦେଶକ ରାହୁଲ ପ୍ରତ୍ୟୁଷ ମହାନ୍ତିଙ୍କ ସୂଚନା ଅନୁସାରେ, ମାରାତ୍ମକ କ୍ୟାନସର ରୋଗ କେବଳ ରାଜ୍ୟ ନୁହେଁ ସବୁଠି କାୟା ବିସ୍ତାର କରି ଚାଲିଛି । ପାଣ୍ଠି ଅଭାବରୁ ଅନେକ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି । ବିଭିନ୍ନ ସମୟରେ ଏଭଳି ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଦେଶର ବିଭିନ୍ନ ପ୍ରାନ୍ତରେ କ୍ୟାନସର ପିଡ଼ିତଙ୍କ ପାଇଁ ଏଭଳି ପାଣ୍ଠି ଯୋଗାଡ଼ ଉଦ୍ୟମ ହେଉଥିବା ବେଳେ ଓଡ଼ିଶାରେ ଏଭଳି ପ୍ରଚେଷ୍ଟା ଆରମ୍ଭ କରାଯାଇଛି ।

ଚଳିତବର୍ଷ ଅକ୍ଟୋବର ମାସରେ ଏଭଳି ପାଣ୍ଠି ଯୋଗାଡ଼ ଉଦ୍ୟମ କରି ପ୍ରଥମେ ବିଫଳ ହୋଇଥିଲା ହସ୍ପିଟାଲ। ଏହା ଦ୍ୱିତୀୟ ପ୍ରୟାସ। ଏଥିରେ କେବଳ କ୍ୟାନ୍ସର ଚିକିତ୍ସା ପାଇଁ ପାଣ୍ଠି ଯୋଗାଡ଼ ଉଦ୍ୟମ ନୁହେଁ, କ୍ୟାନସର ବାବଦରେ ଲୋକଙ୍କୁ ସଚେତନ କରିବା ମଧ୍ୟ ମୁଖ୍ୟ ଉଦ୍ଦେଶ୍ୟ। ବିଳମ୍ବରେ ନୁହେଁ, ବରଂ ପ୍ରାଥମିକ ଅବସ୍ଥାରେ କ୍ୟାନସର ଚିକିତ୍ସା ପାଇଁ ଆସିବା ଜରୁରୀ, ତାହାହେଲେ ଏହି ରୋଗ ଉପରେ ନିୟନ୍ତ୍ରଣ ରଖା ଯାଇ ପାରିବ।

ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି ଯେ, ଏଥିପାଇଁ ଭିଭାନ୍ତ ହୋଟେଲରେ କିଛି ଟେବୁଲ ନିଲାମ କରାଯାଇଛି। ଅର୍ଥାତ୍ ଏହି ଟେବୁଲରେ ଯେଉଁମାନେ ଖାଇବେ ସେମାନେ ଏହି କାର୍ଯ୍ୟକ୍ରମ ପାଇଁ କିଛି ପାଣ୍ଠି ଦାନ କରିବେ । ଏଥିପାଇଁ ୧୦୦ଟି ଟେବୁଲରେ ବ୍ୟବସ୍ଥା କରାଯାଇଥିଲା। ଆଶା ଏହି ଉଦ୍ୟମରୁ ପ୍ରାୟ ୫ ଲକ୍ଷ ଟଙ୍କା ଯୋଗାଡ଼ ହୋଇପାରିବ । କେବଳ ସଦ୍‌ଗୁରୁ ହସପିଟାଲ ନୁହେଁ, ଏଥିରେ ସବୁବର୍ଗର ଲୋକେ ସହଯୋଗର ହାତ ବଢାଇଛନ୍ତି ।

ଏଭଳି ଏକ ମହତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଭାରତ ମସଲା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା କହିଛନ୍ତି, ଏହା ଏକ ମହତ୍ ଉଦ୍ୟମ । ବିଭିନ୍ନ ସମୟରେ ଅବସର ବିନୋଦନ ପାଇଁ ଆମେ ଟଙ୍କା ଖର୍ଚ୍ଚ କରୁଛୁ । କିନ୍ତୁ ଏହି ଟଙ୍କା ଯଦି କିଛି ଲୋକଙ୍କ ମୁହଁରେ ହସ ଭରିବା ପାଇଁ ସହାୟକ ହେଲା ତାହା ନିଶ୍ଚୟ ପ୍ରଶଂସାଯୋଗ୍ୟ । ଆଗକୁ ଏଭଳି ଉଦ୍ୟମ କରାଗଲେ ତାକୁ ଆମେ ନିଶ୍ଚୟ ସହଯୋଗ କରିବୁ ।

ସାଧାରଣ ରୋଗ ଭଳି ଏବେ କର୍କଟ ରୋଗ ମହାମାରୀ ରୂପ ନେବାରେ ଲାଗିଛି । ମାତ୍ର ଆର୍ଥିକ ସମ୍ଭଳ ନଥିବା କାରଣରୁ କର୍କଟ ରୋଗୀ ମାନେ ଉତ୍ତମ ମାନର ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ତେଣୁ ସଦ୍‌ଗୁରୁ ହସ୍ପିଟାଲ ସେହି ରୋଗୀଙ୍କ ଆର୍ଥକ ସାହାୟତାର ଲକ୍ଷ୍ୟ ରଖି ଫଣ୍ଡ ରେଜିଂ ଇଭେଣ୍ଟ ଆୟୋଜନ କରିଛି । ବର୍ତ୍ତମାନ ରାଜ୍ୟ ଓ ଦେଶରେ ରହିଥିବା କର୍କଟ ରୋଗର ସ୍ଥିତିକୁ ନେଇ ଏକ ରିର୍ପୋଟ ସ୍ଦ୍‌ଗୁରୁ ହସ୍ପିଟାଲ ପକ୍ଷରୁ ଚିଫ ଅନକୋଲୋଜି ଡାକ୍ତର ସୋମ୍ୟ ରଞ୍ଜନ ମିଶ୍ର ବିସ୍ତୃତ ଭାବେ ଅବଗତ କରାଇଥିଲେ ।

ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଲଲାଲଟେନ୍ଦୁ ଷଢଙ୍ଗୀ ପ୍ରମୁଖ୍ୟ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ସେ କହିଛନ୍ତି ଯେ,  କର୍କଟ ରୋଗ ଯୋଗୁଁ ଅନେକ ଲୋକ ଚିକିତ୍ସାରୁ ବଞ୍ଚିତ ହୋଉଥିବା ବେଳେ ସଦ୍‌ଗୁରୁ ହସ୍ପିଟାଲର ଏ ଭଳି ଉଦ୍ୟମ ପ୍ରଶଂସାଯୋଗ୍ୟ ।

ରାଜ୍ୟରେ କର୍କଟ ରୋଗ ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି, ମାତ୍ର ରୋଗୀଙ୍କ ପାଇଁ ଫଣ୍ଡ ରେଜିଂ ଭଳି ଏଭେଣ୍ଟ ଆୟୋଜନ ପ୍ରଥମ କଥା। ଏହି ଅବସରରେ କର୍କଟ ରୋଗ ସହିତ ସଂଘର୍ଷ କରି ଏହି ରୋଗକୁ ଜିତି ଥିବା ୪ ଜଣ ବ୍ୟକ୍ତିଙ୍କୁ ସଦ୍‌ଗୁରୁ ହସ୍ପିଟାଲ ଓ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।
Published by:Soumya Das
First published: