ଦୃଷ୍ଟି ବାଧିତ ପିଲାଙ୍କ ପାଇଁ ଅଭିନଵ ଉଦ୍ୟମ; ରାକ୍ଷୀ ପୂର୍ଣ୍ଣିମାକୁ କଲେ ଅନୁଭବ

‘ପିସ୍‌ ଫର ଅଲ୍' ଅନୁଷ୍ଠାନର ସଭାପତି ବିଶ୍ୱଜିତ୍ ରଣା କହିଛନ୍ତି, ‘‘୫ ବର୍ଷ ତଳେ ଏଭଳି ଏକ ଉଦ୍ୟମର ପରିକଳ୍ପନା କରାଯାଇଥଲା। କେବଳ ରାକ୍ଷୀ ପୂର୍ଣ୍ଣିମା ନୁହେଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଏହି ଦିବ୍ୟାଙ୍ଗମାନଙ୍କୁ ସାମିଲ କରାଯିବାକୁ ପ୍ରୟାସ କରାଯାଇଥିଲା।’’

ଦୃଷ୍ଟି ବାଧିତ ପିଲାଙ୍କ ପାଇଁ ଅଭିନଵ ଉଦ୍ୟମ

ଦୃଷ୍ଟି ବାଧିତ ପିଲାଙ୍କ ପାଇଁ ଅଭିନଵ ଉଦ୍ୟମ

  • Share this:
News18 Odia Digital

ଭୁବନେଶ୍ବର: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପିସ୍ ଫର ଅଲ୍‌’ର ଅଭିନବ ଉଦ୍ୟମ। ଦୁନିଆକୁ ଦେଖିବାରୁ ବଞ୍ଚିତ ହୋଇଥିବା ଦୃଷ୍ଟି ବାଧିତ ପିଲାମାନଙ୍କ ପାଇଁ ଆୟୋଜନ କରିଥିଲା ରାକ୍ଷୀ ବନ୍ଧନ ଉତ୍ସବ।

ସୁନ୍ଦର ପୃଥିବୀକୁ ଦେଖିବାକୁ ସୁଯୋଗ ପାଉ ନ ଥିବା ପିଲାଙ୍କ ପାଇଁ ରାକ୍ଷୀ ପୂର୍ଣ୍ଣିମାର ଅନୁଭବ ଦେବାକୁ ଏହି ଉଦ୍ୟମ ମାଧ୍ୟମରେ ପ୍ରୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଦୃଷ୍ଟିହୀନ ଦିବ୍ୟାଙ୍ଗ ପିଲାଙ୍କ ହାତରେ ରାଖି ବାନ୍ଧିଥିଲେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିମାନେ।

ପ୍ରୟାସର ଆରମ୍ଭ ହୋଇଥିବା ବେଳେ କୋଭିଡ଼ କାରଣରୁ ଗତ ଦୁଇ ବର୍ଷ ଧରି ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ‘ପିସ୍ ଫର ଅଲ୍’ ଓ ସନ୍‌ରାଇଜ୍ ୱାର୍କର୍ସ କ୍ଲବ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇ ରାମକୃଷ୍ଣ ମିଶନର ମୁଖ୍ୟ ସ୍ୱାମୀ ଆତ୍ମପ୍ରଭା ନନ୍ଦଜୀ କହିଥିଲେ ଯେ ଦିବ୍ୟାଙ୍ଗମାନେ ହେଉଛନ୍ତି ଭଗବାନଙ୍କର ଅଭିନବ ସୃଷ୍ଟି। ହୁଏତଃ ସେମାନେ ଦୃଷ୍ଟି ବାଧିତ ହୋଇପାରନ୍ତି , କିନ୍ତୁ ସେମାନଙ୍କର ଆତ୍ମବିଶ୍ୱାସ ଓ ଭାବନା ସାଧାରଣ ସୁସ୍ଥ ଲୋକଠାରୁ କମ୍ ନୁହେଁ। କେବଳ ସେମାନଙ୍କୁ ଦରକାର କିଛି ଆଶ୍ୱସନା ଓ ପ୍ରୋତ୍ସାହନ। ଦୁନିଆକୁ ଦେଖିବାରୁ ବଞ୍ଚିତ ହେଉଥିବା ଦୃଷ୍ଟି ବାଧିତ ପିଲାମାନେ କିଭଳି ରାକ୍ଷୀ ପୂର୍ଣ୍ଣିମାର ମହାର୍ଘ୍ୟ ଅନୁଭବ ପାଇବେ ସେନେଇ ପିସ ଫର ଅଲ୍ ଅନୁଷ୍ଠାନ ପକ୍ଷରୁ ଏଭଳି ଉଦ୍ୟମ ବାସ୍ତବିକ୍ ପ୍ରଶଂସନୀୟ।

ଦୃଷ୍ଟି ବାଧିତ ପିଲାମାନଙ୍କ ପାଇଁ ଆୟୋଜନ କରିଥିଲା ରାକ୍ଷୀ ବନ୍ଧନ ଉତ୍ସବ।


ଦେଖି ନ ପାରିଲେ ବି ଏହି କାର୍ଯ୍ୟକ୍ରମ ଜରିଆରେ ରାକ୍ଷୀ ପୂର୍ଣ୍ଣିମାର ମହତ୍ୱ ଓ ଆନନ୍ଦକୁ ସେମାନେ ଉପଭୋଗ କରିଛନ୍ତି। ଏଭଳି କାର୍ଯ୍ୟକ୍ରମରେ ସମସ୍ତେ ଆଗେଇ ଆସି ସହଯୋଗ କରିବା ଉଚିତ୍।

ପିସ୍‌ ଫର ଅଲ୍ ଅନୁଷ୍ଠାନର ସଭାପତି ବିଶ୍ୱଜିତ୍ ରଣା କହିଛନ୍ତି, ‘‘୫ ବର୍ଷ ତଳେ ଏଭଳି ଏକ ଉଦ୍ୟମର ପରିକଳ୍ପନା କରାଯାଇଥଲା। କେବଳ ରାକ୍ଷୀ ବନ୍ଧନ ନୁହେଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଏହି ଦିବ୍ୟାଙ୍ଗମାନଙ୍କୁ ସାମିଲ କରାଯିବାକୁ ପ୍ରୟାସ କରାଯାଇଥିଲା।

ତେବେ ଗତ ଦୁଇ ବର୍ଷ ଧରି କୋଭିଡ଼ ମହାମାରୀ କାରଣରୁ ଏହି କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଥିବା ବେଳେ ଚଳିତ ବର୍ଷ ଏଥିରେ ୨୦୦ରୁ ଅଧିକ ଦୃଷ୍ଟିହୀନଙ୍କୁ ସାମିଲ କରାଯାଇଛି। ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ଉପହାର ସ୍ୱରୂପ ବ୍ୟବହାର ଉପଯୋଗୀ କିଟ୍ ମଧ୍ୟ ପ୍ରଦାନ କରାଯାଇଛି। ଆଗକୁ ଏଭଳି କାର୍ଯ୍ୟକ୍ରମ ସାରା ରାଜ୍ୟରେ ଆୟୋଜନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦୃଷ୍ଟି ବାଧିତ ଛାତ୍ରୀ ରାମେଶ୍ୱରୀ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ତାଙ୍କୁ ବେଶ୍ ଉତ୍ସାହିତ କରିଛି। ଦେଖି ନ ପାରିଲେ ବି ଏଭଳି ଉତ୍ସବର ଅନୁଭବ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଦୃଷ୍ଟିବାଧିତ ପିଲାମାନଙ୍କ ପାଇଁ ସାମାଜିକ ଦୃଷ୍ଟିଭଙ୍ଗୀରେ ପ୍ରୋତ୍ସାହନ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି।
Published by:Lipina Das
First published: