ହସପିଟାଲ ନେଉଥିଲେ, ବାଟରେ ଛାଡ଼ି ଫେରାର: ଗାଡ଼ି ଭିତରେ ମୃତ ଦେହ ୧୦ ଘଣ୍ଟା ରହିଲା

ଢେଙ୍କାନାଳରେ ଏକ ଦୁର୍ଘଟଣାରେ ଆହତ ହେବା ପରେ ଜଣେ ଲୋକକୁ ହସପିଟାଲ ନେବା ରାସ୍ତାରେ ଗାଡ଼ି ପଙ୍କଚର୍ ହେବା କାରଣରୁ ଗାଡ଼ି ଭିତରେ ଆହତ ବ୍ୟକ୍ତିକୁ ଛାଡି଼ ତା’ ସହ ଥିବା ଲୋକେ କେଉଁ ଆଡ଼େ ଫେରାର୍ ହୋଇଗଲେ ।

ହସପିଟାଲ ନେଉଥିଲେ, ବାଟରେ ଛାଡ଼ି ଫେରାର: ଗାଡ଼ି ଭିତରେ ମୃତ ଦେହ ୧୦ ଘଣ୍ଟା ରହିଲା
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ଦୁର୍ଘଟଣାରେ ଆହତ ହେବା ପରେ ଜଣେ ଲୋକକୁ ହସପିଟାଲ ନେବା ରାସ୍ତାରେ ଗାଡ଼ି ପଙ୍କଚର୍‌ ହେବା କାରଣରୁ ଗାଡ଼ି ଭିତରେ ଆହତ ବ୍ୟକ୍ତିକୁ ଛାଡି଼ ତା’ ସହ ଥିବା ଚାରି ଜଣ ଲୋକ କେଉଁ ଆଡ଼େ ଫେରାର୍‌ ହୋଇଗଲେ । ଗାଡ଼ି ଭିତରେ ଆହତ ବ୍ୟକ୍ତିର ମୃତ ଦେହ ପାଖାପାଖି ଦଶ ଘଣ୍ଚା ପଡ଼ି ରହିଲା । ଏହି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଗଉଡ଼କାଟେଣୀ ନିକଟରେ ।

ରାସ୍ତା ଉପରେ ମୃତ ଦେହ ସହ ୧୦ ଘଣ୍ଟା ଧରି ଛିଡ଼ା ହୋଇ ରହିଲା ବୋଲେରୋ ଗାଡ଼ି । ଗାଡ଼ିର ସବୁ ଯାକ ଦ୍ୱାର ଲକ୍‌ ହୋଇଥିବା ଯୋଗୁଁ ମୃତ ବ୍ୟକ୍ତିର ପରିବାର ଲୋକେ ଖବର ପାଇ ସେଠାରେ ଆସି ପହଞ୍ଚିବା ପରେ ବି ଗାଡ଼ିକୁ ଖୋଲି ସେ ବ୍ୟକ୍ତିକୁ ଦେଖିପାରି ନ ଥିଲେ । ପୋଲିସ୍‌ ଆସି ପହଞ୍ଚିଥିଲା । ପରିବାର ଲୋକେ କହିଛନ୍ତି ଯେ ପୋଲିସ୍‌ ବୋଲେରୋର ଦ୍ୱାର ଖୋଲିବାକୁ ଚେଷ୍ଟା କରିବାକୁ ବା କାଚ ଭାଙ୍ଗିବାକୁ ମନାକରିଥିଲା ।

ମୃତକ ଜଣଙ୍କ ନିକଟସ୍ଥ GMR କମ୍ପାନିର ପାଉଁଶ ବୋଝେଇ ହାଇୱା ଡ୍ରାଇଭର । ସେ ବାଘଲୁଣ୍ଡା ଗାଁର ଆଦିକନ୍ଦ ବେହେରା ବୋଲି ଜଣାପଡ଼ିଛି । ଗତ କାଲି କମ୍ପାନୀ ପରିସରରେ ହାଇୱା ଗାଡ଼ି ଧକ୍କା ହେବା ପରେ କିଛି ଲୋକ ତାଙ୍କୁ ନେଇ ଢେଙ୍କାନାଳ ହସପିଟାଲ ଆସୁଥିଲେ । ରାସ୍ତାରେ ଗାଡି ଚକ ଲିକ୍ ହେବା ଯୋଗୁଁ ସେମାନେ ଅଧା ବାଟରେ ତାଙ୍କୁ ଗାଡି ସହ ଛାଡ଼ି ପଳାଇଥିଲେ । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ ।

ମୃତକଙ୍କ ସମ୍ପର୍କୀୟ ଭରତ ବେହେରା କହିଛନ୍ତି GMR କମ୍ପାନୀର ଆଚରଣ ଠିକ୍ ଲାଗୁନାହିଁ ।


‘‘କମ୍ପାନୀର ଆଚରଣ ଆଦୌ ଠିକ୍‌ ଲାଗୁନି । କେମିତି ଅବସ୍ଥାରେ ତାଙ୍କୁ ନେଇ ଗଲେ ଓ କୁଆଡ଼େ ନେଉଥିଲେ କିଛି ଜାଣିପାରୁନାହୁଁ । ଯଦି ଜଣେ ଆହତ ଲୋକକୁ ଗାଡ଼ିରେ ହସପିଟାଲ ନିଆଯାଏ, ତେବେ ତାଙ୍କୁ ପଛ କଡ଼ ଡିକି ପାଖରେ ସିଟ୍‌ ତଳେ ନିଆଯାଏ କି? ତାକୁ ମଝି ସିଟରେ ବସେଇ ନିଆଯାଏ,’’ କହିଛନ୍ତି ମୃତକଙ୍କ ସମ୍ପର୍କୀୟ ଭରତ ବେହେରା ।

ଭୁଷଣ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଭରତଙ୍କ ଜଣେ ସାନ ଭାଇ ପାଖରୁ GMRରେ ଏହି ଦୁର୍ଘଟଣା ବିଷୟରେ ଖବର ପାଇବା ପରେ ଭରତ ଓ ଅନ୍ୟ କେତେକ ସମ୍ପର୍କୀୟ ଖୋଜଖବର ନେଇଥିଲେ ଓ ଗାଡ଼ି ପାଖରେ ଯାଇ ପହଞ୍ଚିଥିଲେ । ସେମାନେ ପ୍ରଥମେ ଅନୁଗୁଳ ହସପିଟାଲକୁ ଯାଇ ଖୋଜିଥିଲେ, ହେଲେ ସେଠାରେ ଆଦିକନ୍ଦଙ୍କୁ ପାଇ ନ ଥିଲେ ।

ଆଦିକନ୍ଦଙ୍କୁ ହସପିଟାଲ ନେବା ବେଳେ ସେ କେତେ ଆହତ ହୋଇଥିଲେ ଓ ବୋଲେରୋ ଗାଡ଼ି ପଙ୍କଚର୍‌ ହେବା ବେଳେ ସେ ବଞ୍ଚିଥିଲେ କି ନାହିଁ ତାହା ଏ ଯାଏଁ ଜଣାପଡ଼ିନି । ଏ ଘଟଣା ପରେ ମୋଟଙ୍ଗା ଅଞ୍ଚଳରେ ଲୋକଙ୍କ ଭିତରେ କ୍ଷୋଭ ସୃଷ୍ଟି ହୋଇଛି ।

ଘଟଣା ସ୍ଥଳରେ ମୋଟଙ୍ଗା ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଜି.ଏମ୍.ଆର୍. କମ୍ପାନୀ କର୍ତ୍ତୃପକ୍ଷଙ୍କର ଏହି ଘଟଣାରେ କୌଣସି ସମ୍ପୃକ୍ତି ନାହିଁ ବୋଲି ଜଣେ ଅଧିକାରୀ ଫୋନ ଯୋଗେ ପ୍ରତିକ୍ରିୟା ଦେଇଛନ୍ତି, ହେଲେ କମ୍ପାନୀର କୌଣସି ଅଧିକାରୀ ବା ପ୍ରତିନିଧି କ୍ୟାମେରା ସାମନାରେ କିଛି କହିବା ପାଇଁ ମନା କରିଦେଇଛନ୍ତି ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 2, 2020, 3:54 PM IST
corona virus btn
corona virus btn
Loading