ଶିକ୍ଷା ଅଙ୍କୁର କାର୍ଯ୍ୟକ୍ରମ ଆରମ୍ଭ; ମଜବୁତ ହେବ ମୁଳଦୁଆ

ପିଲାମାନଙ୍କର ପ୍ରାଥମିକ ଶିକ୍ଷାର ମୁଳଦୁଆ କିପରି ସୁଦୃଢ ହୋଇପାରିବ ସେଥିନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ ।

ଶିକ୍ଷା ଅଙ୍କୁର କାର୍ଯ୍ୟକ୍ରମ ଆରମ୍ଭ; ମଜବୁତ ହେବ ମୁଳଦୁଆ

ଶିକ୍ଷା ଅଙ୍କୁର କାର୍ଯ୍ୟକ୍ରମ ଆରମ୍ଭ; ମଜବୁତ ହେବ ମୁଳଦୁଆ

  • News18 Odia
  • Last Updated :
  • Share this:
News 18 Odia Digital

କନ୍ଧମାଳ; ଜିଲ୍ଲାର Oswan ସଭାଗୃହରେ ରବିବାର ବୁୁନିିଆଦୀ ଶିକ୍ଷା ଅଭିଯାନ ପରିପ୍ରେକ୍ଷୀରେ ଶିକ୍ଷା ଅଙ୍କୁର କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଆଶିଶ ଇଶ୍ୱର ପାଟିଲ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରମୋଦ ଷଡଙ୍ଗୀ, ଜିଲ୍ଲା NITI ପ୍ରଭାରୀ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ, DIETର ସମସ୍ତ ଅଧିକାରୀ ଏବଂ ପ୍ରିନ୍ସପାଲ ଡ଼ ବାମଦେବ ତ୍ରିପାଠୀ, ସମସ୍ତ ବିଇଓ ଏବଂ ଏବିଇଓ , ସିଆରସିସି ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଅଭିଜ୍ଞତା ଏବଂ ନବସୃଜନ ସହିତ ଶିକ୍ଷାର ମୂଳଦୁଆକୁ କିପରି ସୁଦୃଢ କରାଯାଇପାରିବ ସେ ବିଷୟରେ ଜିଲ୍ଲାପାଳ ଶ୍ରୀ ପାଟିିଲ ମନ୍ତବ୍ୟ ରଖିଥିଲେ । ପିଲାମାନଙ୍କର ପ୍ରାଥମିକ ଶିକ୍ଷାର ମୁଳଦୁଆ କିପରି ସୁଦୃଢ ହୋଇପାରିବ ସେଥିନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ । DIET ପ୍ରିନ୍ସପାଲ କାର୍ଯ୍ୟକ୍ରମକୁ ସ୍କୁଲ୍ ସ୍ତରରେ କିପରି କାଯ୍ୟକାରୀ କରାଯାଇପାରିବ ସେ ବିଷୟରେ ଉପସ୍ଥାପନ କରିଥିଲେ ।

ଉପରୋକ୍ତ ଅଭିଯାନର ସଫଳତା କାମନା କରି ଜିଲ୍ଲାପାଳ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ପରେ କାର୍ଯ୍ୟକ୍ରମକୁ ଉଦଯାପିତ କରାଇଯାଇଥିଲା । କାର୍ଯ୍ୟକ୍ରମରେ ପିରାମଲ ଫାଉଣ୍ଡେସନର ପୋଗ୍ରାମ ମ୍ୟାନେଜର ଭବାନୀ ଶଙ୍କର ପଣ୍ଡା,  ପୋଗ୍ରାମ ଲିଡର ସ୍ୱରୂପା, ବନ୍ଦିନୀ, ଆରତୀ ଏବଂ ପ୍ରାର୍ଥନା ତଥା ଅନ୍ୟ ଟିମ ମେମ୍ବର ଉପସ୍ଥିତ ଥିଲେ ।
Published by:Soubhagya Mishra
First published: