ବେଆଇନ ବାଲି ଉଠାଣରେ ଶାସକ ଦଳର ପ୍ରଭାବଶାଳୀ ନେତା ସାମିଲ ଅଛନ୍ତି: ଅପରାଜିତା ଷଡ଼ଙ୍ଗୀ

କୁଆଖାଇ ଓ କୁଶଭଦ୍ରା ନଦୀରେ ବେଆଇନ ବାଲି ଉଠା ଯାଉଛି। ଏଥିରେ ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ବେଆଇନି ବାଲି ଉଠାଣରେ ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ସମ୍ପୃକ୍ତି ରହିଛି : ଅପରାଜିତା

ବେଆଇନି ବାଲି ଉଠାଣରେ ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ସମ୍ପୃକ୍ତି ରହିଛି : ଅପରାଜିତା

  • Share this:
News 18 Odia Digital

ଭୁବନେଶ୍ୱର: ଚାରି ଆଡେ଼ ଚାଲିଛି ବେଆଇନ ବାଲି ଉଠାଣ। ସେମିତି ମଧ୍ୟ ଚାଲିଛି ରାଜଧାନୀର ଉପକଣ୍ଠ ବାଲିଆନ୍ତା ଓ ବାଲିପାଟଣା ବ୍ଲକର କୁଆଖାଇ ଓ କୁଶଭଦ୍ରା ନଦୀରେ। ଲିଜ୍ ଠାରୁ ବହୁ ଅଧିକ ପରିମାଣରେ ଚାଲିଛି ବାଲି ଉଠାଣ କାରବାର । ହଜାର ହଜାର ଟନର ବାଲି ଉଠା ଚାଲିଛି। ଏହାର ପ୍ରମାଣ ରହିଛି। ରାଜ୍ୟ ସରକାର ଏଥିରେ ସମ୍ପୃକ୍ତି ଅଛନ୍ତି । ଶାସକ ଦଳର ଜଣେ ପ୍ରଭାବଶାଳୀ ନେତା ଏଥିରେ ସମ୍ପୃକ୍ତି ଅଛନ୍ତି। ଏହି ନେତା ଲିଜଧାରୀଙ୍କୁ ଧରି ଫାର୍ମ ହାଉସକୁ ଯାଉଛନ୍ତି ଏପରି ଅଭିଯୋଗ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ସେ ଆହୁରି କହିଛନ୍ତି ଯେ ଦୁଇ ଥର ଲିଖିତ ଅଭିଯୋଗ ମଧ୍ୟ ଦିଆ ହୋଇଛି ଜିଲ୍ଲାପାଳଙ୍କ ନିକଟରେ। ଏହି ପାଇଁ ବହୁ ଲୋକଙ୍କର ଅଭିଯୋଗ ରହିଛି। ବେଆଇନ ଭାବରେ ଖନନ ହେଉଛି। ଲିଜ ଅନୁସାରେ ଜେସିବି କି କୌଣସି ମେସିନ ଲାଗିବ ପାରିବ ନାହିଁ । ସୂର୍ଯ୍ୟାସ୍ତ ପରେ ବାଲି ଉଠା ଯାଇପାରିବ ନାହିଁ। ଚିହ୍ନଟ ହୋଇଥିବା କ୍ଷେତ୍ର ବ୍ୟତୀତ ଅନ୍ୟ ସ୍ଥାନରେ ବାଲି ଉଠାଯିବ ନାହିଁ। ନଦୀ କୂଳର ୫୦୦ ମିଟର ପାଖାପାଖି ବାଲି ଉଠାଯିବାର ଲିଜ ରହିଛି। ଏହାକୁ ବାଦ ଦେଇ ହଜାରେ ହଜାର ଟନର ବାଲି ଉଠା ଚାଲିଛି। ଏହାର ପ୍ରମାଣ ରହିଛି ବୋଲି ଅଭିଯୋଗ କରିଛନ୍ତି।

ଏଭଳି ଜାରି ରହିଲେ ଅଞ୍ଚଳବାସୀଙ୍କ ପ୍ରତି ବିପଦ ରହିଛି। ଶାସକ ଦଳକୁ ଅନୁରୋଧ ଏହା ଶୀଘ୍ର ବନ୍ଦ କରନ୍ତୁ। ଏବେ ପାଣି ଥିବାରୁ ବନ୍ଦ ଅଛି ଖନନ। ପାଣି କମିଲେ ଯଦି ଏହା ପୁନର୍ବାର ଆରମ୍ଭ ହୁଏ ତେବେ ଜନ ଅସନ୍ତୋଷ ବଢ଼ିବ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।
Published by:Sujit Swain
First published: