ଗୃହରେ ଉଠିଲା ଶିଳ୍ପ ସ୍ଥାପନା ପ୍ରସଙ୍ଗ; ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ପ୍ରତାପ ଦେବ

ବିଧାନସଭା ପ୍ରଶ୍ନକାଳରେ ରାଜ୍ୟରେ ଶିଳ୍ପ ସ୍ଥାପନା ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଓ ବିଧାୟକ ଧ୍ରୁବ ଚରଣ ସାହୁ ।

ରାଜ୍ୟରେ ଶିଳ୍ପ ସ୍ଥାପନା ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ

ରାଜ୍ୟରେ ଶିଳ୍ପ ସ୍ଥାପନା ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ

  • Share this:
News 18 Odia Digital

ଭୁବନେଶ୍ୱର;  ବିଧାନସଭା ପ୍ରଶ୍ନକାଳରେ ରାଜ୍ୟରେ ଶିଳ୍ପ ସ୍ଥାପନା ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଓ ବିଧାୟକ ଧ୍ରୁବ ଚରଣ ସାହୁ । ଶିଳ୍ପ ନାଁରେ ଇଡକୋ ଜରିଆରେ ବହୁ ମୂଲ୍ୟବାନ ସଂପତ୍ତି ଅଣଓଡ଼ିଆଙ୍କୁ ଦିଆଯାଇଛି । ଏତେ ଦାମିକିଆ ଜମି କେଉଁ କାର୍ଯ୍ୟରେ ଲାଗିଛି ? ସେଠାରେ ଯେଉଁ ଶିଳ୍ପ ହେବା କଥା ହେଇଛି ନା ନାହିଁ ବୋଲି ପଚାରିଥିଲେ ସୁର ରାଉତରାୟ । କେନ୍ଦ୍ରାପଡ଼ା ଜିଲ୍ଲା ଶିଳ୍ପ ବିହୀନ ସ୍ଥାନ ହେଲେ ବି ଏଠାରେ ପ୍ରକୃତିର ବରଦାନ ଅଛି । ଏହି ଜିଲ୍ଲାରେ ମନ୍ତ୍ରୀ ଇକୋ ରିସର୍ଟ ନିର୍ମାଣ କରିବେ କି ବୋଲି ଧ୍ରୁବ ଚରଣ ସାହୁ ପଚାରିଥିଲେ । ରାଇସ ମିଲରୁ ଧୂଆଁ ବାହାରୁଛି ଓ ପ୍ରଦୂଷଣ ହେଉଛି । ନିୟମ ମାନୁ ନାହାନ୍ତି ମିଲର କର୍ତ୍ତୃପକ୍ଷ ରାଇସ ମିଲ ନେଇ କଣ ସବସିଡି ଦିଆଯାଉଛି । ଏଭଳି ଅନେକ ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଓ ଶାସକ ଦଳର ସଦସ୍ୟ ।

ରାଜ୍ୟର ଶିଳ୍ପ ସ୍ଥାପନକୁ ନେଇ ସଦସ୍ୟ ଉଦବେଗ ପ୍ରକାଶ କରିଥିବା ବେଳେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଗୃହରେ ଉତ୍ତର ଉତ୍ତର ରଖିଛନ୍ତି । ଶିଳ୍ପ ମନ୍ତ୍ରୀଙ୍କ କହିଛନ୍ତି ରାଜ୍ୟରେ ୧୩୫୮ ଟି ରାଇସ ମିଲ ଅଛି । ଭଦ୍ରକରେ ସେଥିରୁ ୨୫ ଟି ରାଇସ ମିଲ ଅଛି । କେଉଁଟି ନିୟମ ପାଳନ ହେଉଛି କି ନାହିଁ ସେନେଇ ଅନୁଧ୍ୟାନ କରାଯିବ । ୧୯୮୫ ମସିହା ପରଠୁ କେଉଁ ଜିଲ୍ଲାରେ କେଉଁ ଶିଳ୍ପ ସଂସ୍ଥା ସରକାରଙ୍କଠୁ କେତେ ଜମି ନେଇଛନ୍ତି ,ସେଠାରେ ଶିଳ୍ପ ପ୍ରତିଷ୍ଠା କରିଛନ୍ତି କି ନାହିଁ ,ବର୍ତ୍ତମାନ ତାହାର ସ୍ଥିତି କଣ ଏ ନେଇ ମାସକ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦେବାକୁ DIC (district industrial centre)ଙ୍କୁ କହିଛନ୍ତି ଶିଳ୍ପ ମନ୍ତ୍ରୀ ।
Published by:Soubhagya Mishra
First published: