News 18 Odia Digital
ଭୁବନେଶ୍ୱର; ଇନ୍ଦୋରର ପ୍ରସିଦ୍ଧ ଫନଚିକ ଫ୍ରାଏଡ ଚିକେନ (ଏଫ ଏଫ ସି) ଏବେ ମିଳିବ ଭୁବନେଶ୍ୱରରେ । ରବିବାର ଭୁବନେଶ୍ୱର ସ୍ଥିତ ଡେଲଟା ଛକଠାରେ ଏହାର ପ୍ରଥମ ଆଉଟ୍ ଲେଟ୍ ଖୋଲିଛି । ଓଲିଉଡ ଅଭିନେତ୍ରୀ ଭୂମିକା ଦାଶ ଏହାକୁ ଉଦଘାଟନ କରି ସୁସ୍ୱାଦୁ ଖାଦ୍ୟର ବହୁ ପ୍ରଶଂସା କରିଥିଲେ । ଏହାର ଚିକେନ ଚିଜ୍ ବଲ୍ , ଚିକେନ ଚିଜ୍ କଏନ, ରୟାଲ ତନ୍ଦୁରି ଲେଗ୍, ଚିକେନ ସୁରମା ସହ ସାଧରେ କର୍ଣ ଚିଜ ନଗେଟ୍, ଆଚରି ପନିର ଟିକା ସହ ୧୦୦ରୁ ଅଧିକ ଆମିଷ ଓ ନିରାମିଷ ଆଇଟମ ମୁଖ୍ୟ ଆକର୍ଷଣ ।
ଫୁଡ଼ ଲଭର ଚିନ୍ମୟଜିତ କହିଛନ୍ତି ଯେ, ଏଭଳି ଉତ୍କୃଷ୍ଟ ମାନର ସୁସ୍ୱାଦୁ ଖାଦ୍ୟ ଖାଇବାକୁ ତାଙ୍କର ଆଗ୍ରହ ଥିଲା । କାରଣ ଏକ ଘରୋଇ ଟେଲିକମ କମ୍ପାନୀରେ ସେ ଇନ୍ଦୋରରେ ଚାକିରି କଲା ବେଳେ ଏହି ଫ୍ରାଇଡ଼ ଚିକେନ୍ ର ମଜା ପାଇଥିଲେ । ଆଉ ସେଠାରୁ ଓଡ଼ିଶାକୁ ଆସିଲା ପରେ ଏହି ଖାଦ୍ୟ ପ୍ରତି ତାଙ୍କର ଆଗ୍ରହ ବଢିଥିଲା । ହେଲେ ତାଙ୍କୁ ସୁଯୋଗ ମିଳୁ ନଥିଲା ।
ଖାଦ୍ୟପ୍ରେମୀଙ୍କ ମତରେ ଏହି ଫ୍ରାଇଡ଼ ଚିକେନର ବିଶେଶ୍ୱତ ହେଲା ଏହାର ପ୍ରସ୍ତୁତି ଶୈଳୀ । ଏଥିରେ କମ ମସଲା ଓ ତେଲ ବ୍ୟବହାର ହୁଏ ଯାହା ସ୍ୱାସ୍ଥ୍ୟ ଉପଯୋଗୀ । ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର୍ ମଜା ନେଇ ପାରିବେ।ଉଦଘାଟନୀ ଉତ୍ସବରେ ଏଫ୍ ଏଫ୍ ସି ର ଫ୍ରାନଚାଇଜ ମୂଖ୍ୟ କୃଷ୍ଣ ଶଙ୍କର ପଣ୍ଡା ଓ ଶିକ୍ଷାବିତ ଚନ୍ଦ୍ରଧ୍ଵଜ ପଣ୍ଡା , ବିରଞ୍ଚି ନାରାୟଣ ପଣ୍ଡା , ମନୋଜ ପାଲ୍, ପ୍ରଯୋଜକ ପ୍ରଶାନ୍ତ ମାର୍ଥା, ଦିଲିପ ଦାସ, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ଓଲିଉଡ କ୍ରିଏଟିଭ ହେଡ୍ ପ୍ରଣୟ ଜେଠି, ଶିଳ୍ପପତି ଶୁଭେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।